ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମଦ୍ରାସା ପରିଷଦ ଦ୍ବାରା ପରିଚାଳିତ ମୌଲବି (ଦଶମ), ମାହିର(ଯୁକ୍ତ୨), ଆଲିମ୍‌(ଯୁକ୍ତ ୩), ଫାଜିଲ୍‌-ଇ-ହାଦିଥ୍‌ (ଏମ୍‌ଏ) ଏବ˚ ଫାଜିଲ୍‌-ଇ-ଉର୍ଦ୍ଦୁ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତବର୍ଷ ପାସ୍‌ ହାର ୮୨% ରହିଥିବା ବେଳେ ଚଳିତ ବର୍ଷ ପାସ୍‌ ହାର ୭୯.୩୪ %କୁ ହ୍ରାସ ପାଇଛି। ପରୀକ୍ଷାରେ ଅଧିକ ସ୍ବଚ୍ଛତା ଅଣାଯିବା ଯୋଗୁଁ ପାସ୍‌ ହାର କମିଥିବା ଜଣେ ଉପରିସ୍ଥ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ୧୧୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧୧୭, ଦ୍ବିତୀୟ ଶ୍ରେଣୀରେ ୨୮୨ ଏବ˚ ତୃତୀୟ ଶ୍ରେଣୀରେ ୩୫୪ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

Advertisment

ମୌଲବିରେ ୪୯୬ ଜଣ ପରୀକ୍ଷା ଦେଇଥିବା ବେଳେ ୩୧୦ ଜଣ ପାସ୍‌ କରିଛନ୍ତି। ୯ ଜଣ ପ୍ରଥମ, ୧୦୮ ଜଣ ଦ୍ବିତୀୟ, ୧୮୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୬୩% ରହିଛି। ଛାତ୍ରଙ୍କ ପାସ୍‌ ହାର ୫୭.୧୪% ଓ ଛାତ୍ରୀଙ୍କ ପାସ୍‌ ହାର ୭୩.୭୫% ରହିଛି। ମାହିରରେ ପରୀକ୍ଷା ଦେଇଥିବା ୨୭୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨୯ଜଣ ସଫଳତା ହାସଲ କରିଛନ୍ତି। ୩୨ ଜଣ ପ୍ରଥମ, ୫୪ ଜଣ ଦ୍ବିତୀୟ, ୧୩୩ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୮୨% ରହିଛି। ଛାତ୍ରଙ୍କ ପାସ୍‌ ହାର ୮୦.୪୬% ଓ ଛାତ୍ରୀଙ୍କ ପାସ୍‌ ହାର ୮୮.୪୬% ରହିଛି।ଆଲିମ୍‌ ପ୍ରି-ଡିଗ୍ରିରେ ୧୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୬୫ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୯୬% ରହିଛି। ଛାତ୍ରଙ୍କ ପାସ୍‌ ହାର ୯୨.୮୬% ଓ ଛାତ୍ରୀଙ୍କ ପାସ୍‌ ହାର ୯୩.୯୪% ରହିଛି। ଆଲିମ୍‌ ପ୍ରି-ଡିଗ୍ରି ବ୍ୟାକ୍‌ରେ ୩ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍‌ କରିଛନ୍ତି। ଆଲିମ୍‌ ଫାଇନାଲ୍‌ ଡିଗ୍ରିରେ ପରୀକ୍ଷା ଦେଇଥିବା ୧୪୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୦ଜଣ କୃତକାର୍ଯ୍ୟ ହୋଇଛନ୍ତି। ୪୦ ଜଣ ପ୍ରଥମ, ୭୭ ଜଣ ଦ୍ବିତୀୟ, ୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୯% ହୋଇଛି। ଛାତ୍ରଙ୍କ ପାସ୍‌ ହାର ୯୯.୦୧% ଓ ଛାତ୍ରୀଙ୍କ ପାସ୍‌ ହାର ଶତପ୍ରତିଶତ ରହିଛି।

ଫାଜିଲ୍‌-ଇ-ହାଦିଥ୍‌ରେ ୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୨୦ ଜଣ ପ୍ରଥମ, ୯ ଜଣ ଦ୍ବିତୀୟ ଶ୍ରେଣୀରେ, ଜଣେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୭% ରହିଛି। ଫାଜିଲ୍‌-ଇ-ଉର୍ଦ୍ଦୁ ପରୀକ୍ଷା ଦେଇଥିବା ୬୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬ଜଣ ପ୍ରଥମ, ୩୪ ଜଣ ଦ୍ବିତୀୟ ଏବ˚ ୧୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ପାସ୍‌ ହାର ୯୮% ରହିଛି ଭୁବନେଶ୍ବର ୟୁନିଟ୍‌-୯ସ୍ଥିତ ଊର୍ଦ୍ଦୁ ଭବନରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ତଥା ମଦ୍ରାସା ପରିଷଦର ସଭାପତି ବିଭୁପ୍ରସାଦ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଉନ୍ମୋଚନ ଉତ୍ସବରେ ମଦ୍ରାସା ପରିଷଦର ଉପସଭାପତି ସ୍ନେହମୟୀ ସେନାପତି, ସମ୍ପାଦକ ଅବ୍‌ଦୁଲ୍‌ ଜବାର ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

ଟପ୍ପରଙ୍କ ତାଲିକା

ପାଠ୍ୟକ୍ରମ                     ଟପ୍ପର
ମୌଲବି                        ମହମ୍ମଦ ହାସନ
ମାହିର                           ମିଜାନୁର୍‌ ରେହେମାନ୍‌
ଆଲିମ୍‌ ଫାଇନାଲ-ଡିଗ୍ରି       ଏସ୍‌କେ ସାହାଜାହାନ୍‌
ଫାଜିଲ୍‌-ଇ-ଊର୍ଦ୍ଦୁ                 ସେକ୍‌ ନାସିରୁଦ୍ଦିନ୍‌
ଫାଜିଲ୍‌-ଇ-ହାଦିଥ୍‌               ସେକ୍‌ ରେହେମାନ