ସୁବ୍ରତ କୁମାର ସାମଲ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପକ୍ଷରୁ ହେବାକୁ ଥିବା ମେଗା ଇସ୍ପାତ ଶିଳ୍ପ ମଞ୍ଜୁରିକୁ ପାଞ୍ଚ ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଏଯାଏଁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇପାରି ନାହିଁ। ୧୦ପ୍ରତିଶତ ଜମି ବି ଏଯାଏଁ ଇଡ୍କୋ ଅଧୀନକୁ ଯାଇନାହିଁ। ଯଦିଓ ପ୍ରସ୍ତାବିତ ପଞ୍ଚାୟତଗୁଡ଼ିକରେ ଜମି ଚିହ୍ନଟ ସହିତ ଖୁଣ୍ଟପୋତା ଚାଲିଛି; କିନ୍ତୁ ଜମି ଅଧିଗ୍ରହଣ ପ୍ରକ୍ରିିୟାରେ ବିଳମ୍ବ, କ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ଏବ˚ ଶିଳ୍ପ ନିମନ୍ତେ ହେଉଥିବା ମାର୍ଶାଘାଇ-ଜମ୍ବୁ ମୁଖ୍ୟ କେନାଲ୍ ରାସ୍ତା ସ˚ପ୍ରସାରଣ କାର୍ଯ୍ୟରେ ମନ୍ଥରତା ଯୋଗୁ ଦେଶର ସର୍ବବୃହତ୍ ଏହି ପ୍ରସ୍ତାବିତ ଇସ୍ପାତ ଶିଳ୍ପ ପ୍ରକଳ୍ପ ଗତି ପାଇପାରୁ ନାହିଁ।
Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ
୨୦୨୧ ଡିସେମ୍ବର ୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ମୋଟ ୧.୨ଲକ୍ଷ କୋଟି ବ୍ୟୟ ଅଟକଳରେ ୨୪ମେଟ୍ରିକ୍ ଟନ୍ର ଇସ୍ପାତ କାରଖାନା ଏବ˚ ବାର୍ଷିକ ୧୮.୭୫ମେଟ୍ରିକ୍ ଟନ୍ର ସିମେଣ୍ଟ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା। ୧୬ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି କୁହାଯାଇଥିଲା। ଏଥିପାଇଁ ମହାକାଳପଡ଼ା ତହସିଲ୍ର ରାମନଗର, ଖରିନାସୀ, ବତିଘର ପଞ୍ଚାୟତର ୧୦ହଜାର ୪୪୧ଏକର ଅଞ୍ଚଳ ଚିହ୍ନଟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪ହଜାର ୪୪୧ଏକର ଜମି ଅଧିଗ୍ରହଣ ପାଇଁ ନୋଟିସ୍ ଜାରି ହୋଇଥିଲା। ଏହା ଭିତରେ ଚିହ୍ନଟ ହୋଇଥିବା ଜମିର ସୀମା ନିର୍ଦ୍ଧାରଣ କରାଯାଇ ଖୁଣ୍ଟପୋତା ଚାଲିଛି। ମହାକାଳପଡ଼ା ତହସିଲ୍ ପକ୍ଷରୁ ମଧୢ ଉପରୋକ୍ତ ତିନି ପଞ୍ଚାୟତର ଘରୋଇ ଜମି ବିକ୍ରିଖର୍ଦ୍ଦି ଉପରେ ରୋକ୍ ଲଗାଯାଇଛି। କିନ୍ତୁ ଜମିପଟ୍ଟା ଓ କ୍ଷତିପୂରଣ ଦାବି କରି ଅଞ୍ଚଳବାସୀ ଆନ୍ଦୋଳନ କରୁଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବାଧା ଉପୁଜିଛି। ଗତ ୧୫ତାରିଖରେ ବନବିଭାଗ ଓ କମ୍ପାନି ପକ୍ଷରୁ ବତିଘର ପଞ୍ଚାୟତରେ ଖୁଣ୍ଟପୋତା ଚାଲିଥିବା ବେଳେ ନିପାଣିଆ ଗ୍ରାମବାସୀ ଏହା ବିରୋଧରେ ମେଳି ବାନ୍ଧି ପଟ୍ଟା ଓ କ୍ଷତିପୂରଣ ଦାବି କରିଥିଲେ।
Tulasikshetra Kendrapada: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ
ସେପଟେ ପ୍ରକଳ୍ପସ୍ଥଳକୁ ରାସ୍ତା ସ˚ଯୋଗ ନିମନ୍ତେ ୧୦୩.୪୫କୋଟି ଟଙ୍କା ବ୍ୟୟରେ ମାର୍ଶାଘାଇ-ଜମ୍ବୁ ମୁଖ୍ୟ କେନାଲ୍ ରାସ୍ତା ସ˚ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୨୩ ଜୁଲାଇରୁ ରାସ୍ତା କାମ ଆରମ୍ଭ ହୋଇ ୨୧ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟସୀମାଠୁ ୯ ମାସ ଅଧିକ ବିତିଯାଇଥିଲେ ବି ରାସ୍ତା ଏଯାଏଁ ସ˚ପୂର୍ଣ୍ଣ ହୋଇପାରିଲା ନାହିଁ। ୨୦୨୮ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନି ଲକ୍ଷ୍ୟ ରଖିଥିଲା। ମହାକାଳପଡ଼ା ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଇଡ୍କୋ ୩୫୦୦ଏକର ଜମି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖିଥିଲା। ମାତ୍ର ୧୪୨ଏକର ସରକାରୀ ଜମି ଅଧିଗ୍ରହଣ ହୋଇଛି। ଏଯାଏଁ ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ।
Follow Us