ମାଲକାନଗିରି: ପଶ୍ଚିମ ଦିଗରେ ଛତିଶଗଡ଼ ଏବଂ ପୂର୍ବରେ ଆନ୍ଧ୍ରପ୍ରଦେଶ ସହିତ ଏହାର ସୀମାକୁ ସଂଯୋଗ କରୁଥିବା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ମାଲକାନଗିରି ସବୁଠାରୁ ଅଧିକ ପ୍ରଭାବିତ ମାଓବାଦୀ ଜିଲ୍ଲା ଥିଲା। ନିକଟରେ ରାୟପୁର (ସିଜି) ବିଏସ୍‌ଏଫ୍‌ ଆଣ୍ଟି ନକ୍ସଲ ଅପରେସନର ଏସଡିଜି, ଡିଜିପି ଓଡ଼ିଶା ପୁଲିସ ଏବଂ ଓଡ଼ିଶା ହେଡକ୍ବାଟରର ବିଏସ୍‌ଏଫ୍‌ ଆଇଜି ମାଲକାନଗିରି ଗସ୍ତ ସମୟରେ ମାଓବାଦୀ କାର୍ଯ୍ୟକଳାପକୁ ଦମନ କରିବା ତଥା ଜିଲ୍ଲାରେ ଆଣ୍ଟି-ନକ୍ସଲ ଅପରେସନ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାଫଳରେ ଗତକାଲି ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ଯବାନମାନେ ସ୍ବାଭିମାନ ଅଂଚଳର ଯଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ଆରିଲିପଡ଼ା ଏବଂ ଟାବର ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ମାଓ ଡମ୍ପକୁ ଉଦ୍ଧାର କରିଥିଲେ।

Advertisment

ଏହି ଖବର ପଢ଼ନ୍ତୁ: ନକ୍ସଲ ଖବର ଆଣିବାକୁ ଯାଇଥିଲେ ଯବାନ

publive-image

ଏହି ଖବର ପଢ଼ନ୍ତୁ: କୁହୁଡ଼ିର ବଳୟ ଭିତରେ ଜି ଉଦୟଗିରି

ଏହି ମାଓ ଡମ୍ପରୁ ଯବାନ ୫୬ଟି ଜିଲୋଟିନ, ୧୩ଟି ବିଦ୍ୟୁତ ଡିଟୋନେଟର, କୋଡେକ୍ସ ବିଦ୍ୟୁତ ତାର ଗୋଟିଏ ବ୍ୟାଣ୍ଡଲ, ବିଦ୍ୟୁତ ତାର ବ୍ୟାଣ୍ଡଲ, ବ୍ୟାଟେରି, ମାଓ ପୁସ୍ତକ, ଡାଏରି, ସିଡି ଇତ୍ୟାଦି ଜବତ କରିଛି। ଏହି ଅଞ୍ଚଳ ଏକ ଦଶନ୍ଧି ଧରି ଏକ ଜଣାଶୁଣା ମାଓବାଦୀ ଗଡ଼ ଭାବେ ବେଶ ପରିଚିତ ଥିଲା, ଯେଉଁଠାରେ ମାଓବାଦୀ କ୍ୟାଡର ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିମାନେ ଏହି ଅଞ୍ଚଳକୁ ନିଜର ଆଶ୍ରୟ ଏବଂ ରକ୍ଷଣାବେକ୍ଷଣ ପାଇଁ ବ୍ୟବହାର କରୁଥିଲେ।ନକ୍ସଲ ସଂଗଠନ ପକ୍ଷରୁ ଏହି ଅଂଚଳର ସ୍ଥାନେ ସ୍ଥାନେ ଲ୍ୟାଣ୍ଡମାଇନ ଖଞ୍ଜିଛନ୍ତି।

ଏହି ଖବର ପଢ଼ନ୍ତୁ: ଆମେରିକା ପଠାଇଦେବାରୁ ପ୍ରେମିକାର ବାପାକୁ ଗୁଳି କଲା ପ୍ରେମିକ

ଏଥିସହ ଡମ୍ପ କରି ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଲୁଚାଇ ରଖିଛନ୍ତି। ଏସବୁକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଡମ୍ପ କରି ରଖିଥିବା ବିଏସଏଫ କହିଛି। ବିଏସ୍ଏଫ୍ ମାଲକାନଗିରି ଜିଲ୍ଲାରେ ସକ୍ରିୟ ଭାବରେ ଅପରେସନ୍ କରୁଛି। ଏହି ଅଂଚଳରେ ନିଜର ଏକ ଦୃଢ ଉପସ୍ଥିତି ବଜାୟ ରଖିଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବଢ଼ାଇଛି। ମାଓବାଦୀ ଡମ୍ପ ଉଦ୍ଧାର ପରେ ଏହି ଅଂଚଳରେ ନକ୍ସଲ ଘଟାଇବାକୁ ଥିବା ଏକ ବଡ ଧରଣର ଅଘଟଣକୁ ଏଟାଇ ଦିଆଯାଇପାରିଛି। ବିଏସ୍‌ଏଫ୍‌ ଏହି ଅଂଚଳରେ ନକ୍ସଲ ଅପରେସନକୁ ଆହୁରି ତୀବ୍ରତର କରିଛି।

ଏହି ଖବର ପଢ଼ନ୍ତୁ: ବନ୍ଧୁକ ସହ ମାଓ ସାମଗ୍ରୀ ଜବତ