Maoist dump recovered on Malkangiri border Photograph: (sambad.in)
ମାଲକାନଗିରି::ଛତିଶଗଡ ଏବଂ ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ପୁଲିସ ଜଙ୍ଗଲରୁ ମାଓ ଡମ୍ପ୍କୁ ଉଦ୍ଧାର କରିଛି। ସୁକମା ଅଞ୍ଚଳରେ ଧିରେ ଧିରେ ନକ୍ସଲଙ୍କ ପତିଆରା କମୁଥିବାରୁ ଲୋକେ ନକ୍ସଲଙ୍କ ଦ୍ବାରା ଲୁଚାଯାଇଥିବା ସମସ୍ତ ଡମ୍ପ୍କୁ ପୁଲିସକୁ ସୂଚନା ଦେଇ ଜବତ କରାଉଛନ୍ତି।
ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିଲା ଯେ, ପିନାଚାନ୍ଦା ଏବଂ ବୋଟେତଙ୍ଗ ମଧ୍ୟରେ ଥିବା ଜଙ୍ଗଲରେ ନକ୍ସଲ ଡମ୍ପ୍ କରି ବହୁ ବିସ୍ଫୋରକ ରଖିଛନ୍ତି।
ଆହୁରି ପଢ଼ନ୍ତୁ:Cow Died due to Food: ବାସି ଖାଦ୍ୟ ଖାଇ ମଲେ ଏକାଧିକ ଗାଈ: ବିଜେପି ବିଧାୟକଙ୍କ ବନ୍ଧୁମିଳନକୁ ନେଇ ଟାର୍ଗେଟ କଲେ କଂଗ୍ରେସ ନେତା
୨ ଟିଫିନ ବୋମା ଉଦ୍ଧାର
ଖବର ପାଇବା ପରେ ତୁରନ୍ତ ଜିଲ୍ଲା ପୁଲିସ ସମେତ କୋବ୍ରା ଯବାନ ସେହି ଅଞ୍ଚଳକୁ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ବୋଟେତଙ୍ଗ ଜଙ୍ଗଲରେ ସର୍ଚ୍ଚ ଅପରେସନ କରି ମାଓ ଡମ୍ପ୍ ଜବତ କରିଥିଲେ। ମାଓ ଡମ୍ପ୍ରୁ ବିସ୍ଫୋରକ,ବିଦ୍ୟୁତ ତାର,୪୦ଟି ସ୍ପାଇକ ରଡ,ଷ୍ଟିଲ ରଡ,୩ କିଲୋର ଦୁଇଟି ଟିଫିନ ବୋମା,ବନ୍ଧୁକ ତିଆରି ସାମଗ୍ରୀ,ବିଜିଏଲ,ଜିଲୋଟିନ,ଏୟାର ଗନ ଭଳି ବହୁ ସାମଗ୍ରୀ ଉଦ୍ଧାର କରାଯାଇଛି।
ଘଟଣାସ୍ଥଳରେ ଟିଫିନ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ମାଓବାଦୀଙ୍କ ଏକ ବଡ ଧରଣର ଆକ୍ରମଣକୁ ଯବାନ ପଣ୍ଡ କରିଛନ୍ତି। ପୁଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରୁଥିବା କହିଛି।
ଆହୁରି ପଢ଼ନ୍ତୁ:Most Polluted Towns: ଦେଶର ୫ ପ୍ରଦୂଷିତ ସ୍ଥାନ ମଧ୍ୟରେ ଓଡ଼ିଶାର ୩ ସହର, AQIରେ ଦିଲ୍ଲୀ ପଛରେ ପଡ଼ିଲା
Follow Us