ରାୟଗଡ଼ା/ବାଲିକୁଦା: ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରିବା ପାଇଁ ମାଓନେତା ନିଖିଲ ଓ ପତ୍ନୀ ଇନ୍ଦୁ ସରକାରଙ୍କୁ ସର୍ତ୍ତମୂଳକ ଚିଠି ଜାରି କରିବା ପରେ ପୁଅର ଘରବାହୁଡ଼ାକୁ ନେଇ ଆଶାବାଦୀ ଅଛନ୍ତି ବାପା, ମାଆ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେନ୍ତୁଳିବେଲାରୀ ଗ୍ରାମରେ ରହୁଥିବା ନିଖିଲଙ୍କ ମାଆ ସରସ୍ବତୀ ରାଉତ, ବାପା ନରହରି ରାଉତ ପୁଅ, ବୋହୂଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ‘ସମ୍ବାଦ’ ପ୍ରତିନିଧିଙ୍କୁ ନିଖିଲଙ୍କ ମାଆ କୋହ ଭରା ସ୍ବରରେ କହିଛନ୍ତି, ବଡ଼ ପୁଅ ୧୬/୧୭ ବର୍ଷ ତଳେ କାହାକୁ କିଛି ନ କହି କୁଆଡ଼େ ଚାଲି ଯାଇଥିଲେ। ନିରଞ୍ଜନ ଓରଫ ନିଖିଲ ମାଓବାଦୀ ହୋଇଯାଇଥିବା ଲୋକେ କହୁଥିବା ବେଳେ ସେମାନଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି। ପୁଅର ଫେରିବା ବାଟକୁ ଚାହିଁ ବାପା, ମାଆ ଭଙ୍ଗା ଘରେ ଦିନ ବିତାଉଛନ୍ତି।
ମାଓ ନେତା ନିଖିଲକୁ ବାପା, ମାଆଙ୍କ ନିବେଦନ
ଭଙ୍ଗା ଘରେ ବିତୁଛି ଜୀବନ, ଅଟକିଛି ଭାଇ ବାହାଘର
ସରକାରଙ୍କ ସହଯୋଗ ଲୋଡ଼ିଲେ ପରିବାରବର୍ଗ
ଯିବା ପରଠାରୁ ନିଖିଲ ଯୋଗାଯୋଗରେ ନଥିବା ବେଳେ କାହାକୁ ପଚାରିଲେ କିଏ କିଛି କହି ପାରୁନାହାନ୍ତି। ପରିଣତ ବୟସରେ ଆମେ ଅନ୍ଧ ହୋଇ ବସିଛୁ। ସାନ ପୁଅର ବାହାଘର ମଧ୍ୟ ହୋଇପାରୁନି। ନିରଞ୍ଜନ ଫେରି ଆସିଲେ ଆମେ ଶାନ୍ତିରେ ରହିପାରିବୁ। ସରକାର ଦୁନିଆ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ମୋ ପୁଅକୁ ମଧ୍ୟ ସାହାଯ୍ୟ କରି ଭଲରେ ଫେରାଇ ଆଣିବାକୁ ନିଖିଲଙ୍କ ମାଆ ସରସ୍ବତୀ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ବାପା ନରହରି, ଭାଇ ତ୍ରିଲୋଚନ ମଧ୍ୟ ସରକାରଙ୍କୁ ନେହୁରା ହୋଇଛନ୍ତି।
Education: ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ
ସୂଚନାଯୋଗ୍ୟ, ମୁଖ୍ୟସ୍ରୋତକୁ ଫେରିବା ନେଇ ସୋମବାର ଗଣମାଧ୍ୟମ ଜରିଆରେ ସରକାର ଓ ପୁଲିସକୁ ଅପିଲ କରିଥିଲେ ଓଡ଼ିଶା-ଛତିଶଗଡ଼ ପୁଲିସର ମୋଷ୍ଟ୍ ୱାଣ୍ଟେଡ୍ ମାଓ ନେତା ନିଖିଲ। ପତ୍ନୀ ଇନ୍ଦୁ ସହ ଆତ୍ମସର୍ମପଣ ପାଇଁ ରଖିଥିଲେ ୪ ସର୍ତ୍ତ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନିଖିଲ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ମୁଖ୍ୟ ଲିଡର୍ ତଥା ସିପିଆଇ ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ଭାବେ କାମ କରୁଛି। ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ବାଘୁନା ଡିଭିଜନ ସକ୍ରିୟ ରହିଛି। ୨୦୧୬ରେ ପୁଲିସ୍ ଏନ୍କାଉଣ୍ଟର୍ରୁ ଅଳ୍ପକେ ବର୍ତ୍ତି ଯାଇଥିଲା ନିଖିଲ।
Follow Us