Mao's fear is gone: ମାଓ ଭୟ ଦୂର, ସୁଧୁରୁନି ସ୍ଥିତି: ଖମ୍ବେସିକୁ ଅପହଞ୍ଚ ସରକାରୀ ଯୋଜନା

Advertisment

ମୁନିଗୁଡ଼ା ବ୍ଲକ୍‌ ଶିବପଦର ପଞ୍ଚାୟତର ଖମ୍ବେସି ଗାଁ। ଏକଦା ଏହି ଅଞ୍ଚଳ ମାଓପ୍ରବଣ ଥିଲା। ରାୟଗଡ଼ା ଜିଲ୍ଲା ମାଓ ମୁକ୍ତ ହେବା ପରେ ଭୟ ଦୂର ହୋଇଛି। ପୂର୍ବ ଭଳି ମାଓବାଦୀଙ୍କ ଗତିବିଧି ଆଉ ନାହିଁ।

ମୁନିଗୁଡ଼ା ବ୍ଲକ୍‌ ଶିବପଦର ପଞ୍ଚାୟତର ଖମ୍ବେସି ଗାଁ। ଏକଦା ଏହି ଅଞ୍ଚଳ ମାଓପ୍ରବଣ ଥିଲା। ରାୟଗଡ଼ା ଜିଲ୍ଲା ମାଓ ମୁକ୍ତ ହେବା ପରେ ଭୟ ଦୂର ହୋଇଛି। ପୂର୍ବ ଭଳି ମାଓବାଦୀଙ୍କ ଗତିବିଧି ଆଉ ନାହିଁ।

dgdadgadgdgdg

ରାୟଗଡ଼ା: ମୁନିଗୁଡ଼ା ବ୍ଲକ୍‌ ଶିବପଦର ପଞ୍ଚାୟତର ଖମ୍ବେସି ଗାଁ। ଏକଦା ଏହି ଅଞ୍ଚଳ ମାଓପ୍ରବଣ ଥିଲା। ରାୟଗଡ଼ା ଜିଲ୍ଲା ମାଓ ମୁକ୍ତ ହେବା ପରେ ଭୟ ଦୂର ହୋଇଛି। ପୂର୍ବ ଭଳି ମାଓବାଦୀଙ୍କ ଗତିବିଧି ଆଉ ନାହିଁ। ତଥାପି ସରକାରଙ୍କ ସମସ୍ତ ଯୋଜନା ଏ ଅଞ୍ଚଳ ପାଇଁ ଅପହଞ୍ଚ ହୋଇ ରହିଛି।  ବ୍ଲକ୍‌ ସଦର ମହକୁମାରୁ ୩୦ କିମି ଦୂରରେ ରହିଛି ଖମ୍ବେସି ଗାଁ। ଗତ ୨ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗାଁକୁ ରାସ୍ତା ନିର୍ମାଣ ହୋଇଛି। ଯାତାୟାତ ସମସ୍ୟା ଦୂର ପରେ ଗାଁରେ ବିକାଶ ଯେଉଁଭଳି ତ୍ବରାନ୍ବିତ ହେବା କଥା ହୋଇପାରିନି। ମାଓ ପ୍ରଭାବିତ ଅଞ୍ଚଳର ବିକାଶକୁ ସରକାର ଗୁରୁତ୍ବ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଗାଁରେ ସ୍କୁଲ୍‌ ପ୍ରତିଷ୍ଠା ହୋଇପାରିନି। ୭ କିମି ଦୂର ସେରକାପାଡ଼ିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବାରୁ ଅଭିଭାବକ ଏତେ ଦୂର ପିଲାଙ୍କୁ ଛାଡ଼ିବାକୁ ଉଚିତ ମଣୁନାହାନ୍ତି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ମଧ୍ୟ ନିଜସ୍ବ ଗୃହ ନାହିଁ। ଫଳରେ ନିମୟିତ ଭାବେ କେନ୍ଦ୍ର ପରିଚାଳନା ହେଉନି। ମାସକୁ ଥରେ ଅଙ୍ଗନବାଡ଼ି କର୍ମୀ ଗାଁକୁ ଆସି ଅଣ୍ଡା ଓ ଛତୁଆ ଦେଇ ପଳାଉଛନ୍ତି। ଅନ୍ୟ ପୌଷ୍ଟିକ ଆହାର ମୁଢ଼ି, ବାଦାମ ଲଡୁ, ବୁଟଚଣା ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରାଥମିକ ଶିକ୍ଷା ପାଇଁ ସ୍କୁଲ ନଥିବା ବେଳେ ପ୍ରାକ୍‌ ପ୍ରାଥମିକ ଶିକ୍ଷାର ଏପରି ସ୍ଥିତି ଯୋଗୁଁ ଗାଁର ୫୦ରୁ ଊର୍ଦ୍ଧ୍ବ ଡଙ୍ଗରିଆ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। 

Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର

ଖମ୍ବେସିକୁ ଅପହଞ୍ଚ ସରକାରୀ ଯୋଜନା
୭ କିମି ଦୂରରେ ସ୍କୁଲ୍‌, ଅଙ୍ଗନବାଡ଼ି କେନ୍ଦ୍ରର ଘର ନାହିଁ
ପାଠପଢ଼ାରୁ ବଞ୍ଚିତ ଡଙ୍ଗରିଆ, ଅଧପନ୍ତରିଆ ଆବାସ 

ଖମ୍ବେସି ଭଳି ଜାରପା ଗ୍ରାମର ଛାତ୍ରଛାତ୍ରୀଙ୍କ ମଧ୍ୟ ସମାନ ଅବସ୍ଥା। ସେରକାପାଡ଼ି ବିଦ୍ୟାଳୟ ଉପରେ ୭ଟି ଗାଁର ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି। ଦୂରତା କାରଣରୁ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଥିବା ବେଳେ ଅଧିକାଂଶ ଡ୍ରପ୍‌ଆଉଟ୍‌ ଓ ଅନେକ ସ୍କୁଲ ପିଣ୍ଡା ମାଡ଼ିନାହାନ୍ତି। ନାବାଳକ ବୟସରେ ପୁଅମାନେ ନିୟମଗିରି ପାହାଡ଼ରେ ଜୀବନ ଜୀବିକା ସହ ସଂଘର୍ଷ କରୁଥିବା ବେଳେ ଝିଅମାନେ ବାଲ୍ୟ ବିବାହ କରୁଛନ୍ତି। ଖମ୍ବେସି ଗ୍ରାମର ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ସବୁ ଗୃହ ଅଧାପନ୍ତରିଆ। କାର୍ଯ୍ୟାଦେଶ ଓ ଅନୁଦାନ ସମ୍ପର୍କରେ ଡଙ୍ଗରିଆ କୌଣସି ସୂଚନା ଦେଇପାରୁନାହାନ୍ତି। ସରକାରୀ ବାବୁ ନିୟମିତ ଅଞ୍ଚଳକୁ ଯାଉନଥିବାରୁ ବିକାଶମୂଳକ କାର୍ଯ୍ୟ ଧିମେଇ ଯାଇଛି। ଶିବପଦର ସରପଞ୍ଚ ପ୍ରକାଶ କାରସିକା କହିଛନ୍ତି, ଦୀର୍ଘ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ସରକାର ପଦକ୍ଷେପ ନେଲେ ଶିକ୍ଷା ସହ ଅନ୍ୟ ମୌଳିକ ସୁବିଧା ପାଇବା କ୍ଷେତ୍ରରେ ଅଞ୍ଚଳବାସୀ ଉପକୃତ ହୁଅନ୍ତେ।

ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe