Mass decapitation incident after marriage to another caste: Administration's paternalistic attitude towards disabled couples Photograph: (sambad.in)
ରାୟଗଡ଼ା: ଗତ ମେ’ ମାସରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଘଟିଥିବା ଏକ ଅଭାବନୀୟ ଘଟଣା ଘଟିଥିଲା। ପ୍ରେମ ବିବାହ କରିଥିବା ଜଣେ ଝିଅର ସମ୍ପର୍କୀୟମାନେ ସାମୁହିକ ଭାବରେ ମୁଣ୍ଡନ କରିଥିଲେ। ତାପରେ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ଘଟଣାରେ ସୋମବାର ଦିବ୍ୟାଙ୍ଗ ଦମ୍ପତି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ହେଉଥିବା ମିଳିତ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ।
କିନ୍ତୁ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ଜିଲ୍ଲାପାଳଙ୍କୁ ଭେଟିବାକୁ ଦେଇ ନଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଦିବ୍ୟାଙ୍ଗ ଦମ୍ପତି । ଦିବ୍ୟାଙ୍ଗ ରମେଶ ନାୟକ ଅଭିଯୋଗ କରିଛନ୍ତି ପ୍ରଶାସନିକ ଅଧିକାରୀମାନେ ଗ୍ରାମକୁ ଆସି ଯେହେତୁ ଆମେ ଉଭୟ ଦିବ୍ୟାଙ୍ଗ ଆମ ପାଇଁ ଗୋଟିଏ ଇ-ରିକ୍ସା, ସରକାରୀ ଯୋଜନାରେ ଦୋକାନ, ଗ୍ରାମକୁ ସିସି ରୋଡ ଏବଂ ସେମାନଙ୍କୁ ରାସନ କାର୍ଡ କରେଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଆହୁରି ପଢ଼ନ୍ତୁ:Cycad plant: ଏମ୍ସ ଭୁବନେଶ୍ୱର ପକ୍ଷରୁ ଭାରତର ପ୍ରାଚୀନ ସାଇକାଡ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା
କିନ୍ତୁ ସେମାନେ ବାହା ହେବାର ପାଖାପାଖି ୭ମାସ ବିତିଯାଇଥିଲେ ସୁଦ୍ଧା କୌଣସି ପ୍ରତିଶ୍ରୁତି ପାଳନ କରାଯାଇନାହିଁ ବୋଲି ସୋମବାର ଗଣମାଧ୍ୟମ ଆଗରେ କ୍ଷୋଭର ସହ ପ୍ରକାଶ କରିଛନ୍ତି ଦିବ୍ୟାଙ୍କ ଦମ୍ପତି । ଗତ ଜୁନ୍ ମାସରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ପ୍ରେମ ବିବାହ କରିଥିବା ଝିଅଙ୍କର ସମ୍ପର୍କୀୟମାନେ ସାମୁହିକ ଭାବରେ ମୁଣ୍ଡନ ହେବା ସହ ପ୍ରେମିଯୁଗଳଙ୍କୁ ସାମାଜିକ ବାସନ୍ଦ କରିଥିଲେ ।
ଏହି ଘଟଣା ଯେତେବେଳେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ହେଲା ତା ପରଦିନ ରାୟଗଡ଼ା ଜିଲ୍ଲାରେ ଅନ୍ଧବିଶ୍ବାସ ଏବଂ କୁସଂସ୍କାରକୁ ଜାତୀୟ ଓ ଆନ୍ତର୍ଯ୍ୟାତିକ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ରାୟଗଡ଼ା ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଗ୍ରାମରେ ପହଁଞ୍ଚି ପ୍ରେମୀଯୁଗଳଙ୍କୁ ଗ୍ରାମରେ ରହିବା ପାଇଁ କହିବା ସହ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲେ ।
ଦୁର୍ଘଟଣାରେ ହୋଇଛନ୍ତି ଦିବ୍ୟାଙ୍ଗ
ପ୍ରେମୀଯୁଗଳ ଦିବ୍ୟାଙ୍ଗ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ଥଇଥାନ କରିବା ପାଇଁ ଆଶ୍ବାସନା ଦିଆଯାଇଥିଲା । ସୂଚନାରୁ ଜଣାପଡିଛି ଭିନ୍ନଭିନ୍ନ ଦୁର୍ଘଟଣାରେ ସେମାନେ ଦିବ୍ୟାଙ୍ଗ ହେଇଥିଲେ। ରମେଶ ବିଦ୍ୟୁତ୍ ବିଭାଗର ଠିକା କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ହାତ ଓ ଗୋଟିଏ ଗୋଡ ହରାଇଥିବା ବେଳେ ତାଙ୍କ ପତ୍ନୀ ସାଲେଣି ଟ୍ରେନରୁ ଖସି ପଡିବାରୁ ଅଣ୍ଠୁ ତଳ ଶରୀର ହରାଇଥିଲେ ।
ଜାତିପ୍ରଥାର ପ୍ରତିବନ୍ଧକ ସତ୍ବେ ଉଭୟ ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ଝିଅର ସମ୍ପର୍କୀୟମାନେ ସାମୁହିକ ଭାବେ ମୁଣ୍ଡନ ହୋଇଥିବା ଘଟଣା ଚର୍ଚ୍ଚିତ ଘଟଣା ପାଲଟିଥିଲା । ଦିବ୍ୟାଙ୍ଗ ଦମ୍ପତିଙ୍କ ଅଭିଯୋଗକୁ ନେଇ ଦାୟିତ୍ବରେ ଥିବା ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀଙ୍କୁ ପଚାରିବାରୁ ସୋମବାର ସେମାନେ ଆର୍ଥିକ ସହାୟତା ପାଇଁ ଅଭିଯୋଗ ପ୍ରକୋଷ୍ଠ ମଧ୍ୟକୁ ଆସିଥିଲେ ଏବଂ କିଛି ଅଧିକାରୀଙ୍କୁ ଭେଟିଲା ପରେ ସେମାନେ ଫେରିଯାଇଥିଲେ ।
କିନ୍ତୁ ପ୍ରଶାସନ ତରଫରୁ ସେମାନଙ୍କୁ ସୋମବାର କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇନାହିଁ ବୋଲି ସେ ସ୍ବୀକାର କରିଥିଲେ । ସାମାଜିକ ବାସନ୍ଦ ଘଟଣା ପରେ ରମେଶଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଉଥିବା ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୂରଦୂରାନ୍ତରୁ ଆସୁଥିବା ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଖର୍ଚ୍ଚାନ୍ତ ହୋଇ ଆସୁଛନ୍ତି କିନ୍ତୁ କିଛି ଅଧିକାରୀ ସେମାନଙ୍କୁ ଜିଲ୍ଲାପାଳଙ୍କ ପାଖକୁ ପହଞ୍ଚିବାକୁ ଦେଉ ନଥିବା ଅଭିଯୋଗ ହେଉଛି ।
  
 Follow Us