Advertisment

Exam: ମାଟ୍ରିକ୍‌ ପରୀକ୍ଷା ଶେଷ: ମେ ପ୍ରଥମ ସପ୍ତାହରେ ପରୀକ୍ଷାଫଳ

Advertisment

ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ପକ୍ଷରୁ ଫେବ୍ରୁଆରି ୧୯ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍‌), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ‌ଆଜି ଶେଷ ହୋଇଛି।

ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ପକ୍ଷରୁ ଫେବ୍ରୁଆରି ୧୯ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍‌), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ‌ଆଜି ଶେଷ ହୋଇଛି।

exam

Photograph: (CLTI)

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ପକ୍ଷରୁ ଫେବ୍ରୁଆରି ୧୯ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍‌), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ‌ଆଜି ଶେଷ ହୋଇଛି। ଶେଷ ଦିନ ଗଣିତ ପରୀକ୍ଷା ଥିବା ବେଳେ ରାଜ୍ୟର କୌଣସି କେନ୍ଦ୍ରରେ କେହି ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) ହୋଇ ନ ଥିବା ସୂଚନା ମିଳିଛି। ଚଳିତ ବର୍ଷ ପରୀକ୍ଷାରେ ଜଣେ ବି କପି କରି ଧରା ନ ପଡ଼ିବା ଯୋଗୁଁ ପରୀକ୍ଷା ସଂପୂର୍ଣ୍ଣ ମାଲପ୍ରାକ୍ଟିସଶୂନ୍ୟ ହେବା ସହିତ ବୋର୍ଡ ଇତିହାସରେ ରେକର୍ଡ ସୃଷ୍ଟି କରିଛି। 

School education system: ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା: ଭିତ୍ତିଭୂମି ନ ଥାଇ ଏଆଇ ମୁହାଁ, ପ୍ରଶ୍ନ ଉଠାଇଲେଣି ଅଭିଭାବକ ସଂଘ

ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ କାଁଭାଁ ତ୍ରୁଟି ବିଚ୍ୟୁତି ‌ହୋଇଛି, ଯାହାକି ପରୀକ୍ଷାକେନ୍ଦ୍ର ସ୍ତରରେ ସମାଧାନ ହୋଇଛି। ଏଥିରେ ବୋର୍ଡର ପରୀକ୍ଷା ନିୟମରେ କୌଣସି ପ୍ରକାର ଉଲ୍ଲଂଘନ ହୋଇନାହିଁ। ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ସବୁ ପ୍ରଶ୍ନପତ୍ରରେ ୱାଟରମାର୍କ ରହିଥିଲା। ଏହା ସହ ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦୩୨ଟି ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ସହ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଖୋଲାଯାଇଥିବା କମାଣ୍ଡ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ସବୁ ପରୀକ୍ଷାକେନ୍ଦ୍ର ଉପରେ କଡ଼ା ନଜର ରଖାଯାଇଥିଲା।

ଓଏମ୍‌ଆର୍‌ ମୂଲ୍ୟାୟନ ଆରମ୍ଭ
ସବ୍‌ଜେକ୍ଟିଭ୍‌ ମୂଲ୍ୟାୟନ ମାର୍ଚ୍ଚ ୧୯ରୁ 
ବୋର୍ଡ ଇତିହାସରେ ପ୍ରଥମ: ଜଣେ ବି ମାଲପ୍ରାକ୍ଟିସ୍‌ ହୋଇନାହାନ୍ତି

ସେହିପରି ସମସ୍ତ ପରୀକ୍ଷାକେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର, ସ୍କ୍ବାଡ୍‌, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖଙ୍କ ସହଯୋଗ ପାଇଁ ପରୀକ୍ଷା ପରିଚାଳନା ଶୃଙ୍ଖଳିତ ହୋଇଥିବା ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି। ମାଟ୍ରିକ୍‌, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମୋଟ ୭୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ମାଟ୍ରିକ୍‌ ପରୀକ୍ଷାର ଅବ୍‌ଜେକ୍ଟିଭ୍‌ ଉତ୍ତର ବା ଓଏମ୍‌ଆର୍‌ ଖାତା ମୂଲ୍ୟାୟନ ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୧୯ତାରିଖରୁ ସବ୍‌ଜେକ୍ଟିଭ୍‌ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସବ୍‌ଜେକ୍ଟିଭ୍‌ ମୂଲ୍ୟାୟନ ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟ ସମେତ ରାଜ୍ୟରେ ୫୧ଟି ମୂଲ୍ୟାୟନ କେନ୍ଦ୍ର ଚୟନ ହୋଇଥିବା ବେଳେ ଏଥିପାଇଁ ୧୫ହଜାର ଶିକ୍ଷକ ନିୟୋଜିତ ହେବେ। ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷାଫଳ ପ୍ରକାଶ ପରେ ସପ୍ଲିମେଣ୍ଟାରୀ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରାଯିବ। 

Taliban Education Minister Dead: ପାକିସ୍ତାନ ଆକ୍ରମଣରେ ତାଲିବାନ ଶିକ୍ଷା ମନ୍ତ୍ରୀ ମୃତ, ମୁଖ୍ୟ କମାଣ୍ଡର ସମେତ ୧୩୩ ସୈନ୍ୟଙ୍କ ମୃତ୍ୟୁ ସୂଚନା

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ୫ଲକ୍ଷ ୬୨ହଜାର ୬୧୨ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ଏହି ପରୀକ୍ଷା ରାଜ୍ୟର ୩୦୮୨କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍‌ ସେଣ୍ଟର ରହିଥିଲା। ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହୋଇଥିଲା। ଚଳିତ ବର୍ଷ ପରୀକ୍ଷାରେ ୧୨ହଜାର ୯୩ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe