Photograph: ( Earth.Org)
ଭୁବନେଶ୍ବର: ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପରେ ଅନିୟମିତତା ହୋଇଛି। ପୂର୍ବ ସରକାର କାମ ନଦେଖି କମ୍ପାନିକୁ ୮୦ ପ୍ରତିଶତ ଅଗ୍ରିମ ଦେଉଥିଲେ। କିଛି କାମ କରୁ ନଥିଲେ। କେବଳ ପାଇପ୍ କିଣି ପକାଇ ଦେଉଥିଲେ। ୧୭ ଏଜେନ୍ସିକୁ ସବୁ ପାଇପ୍ ଜଳ କାମ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ସଂସ୍ଥା କାମ ପାଉଥିଲେ, ଓଡ଼ିଆ ଲୋକ ନୁହେଁ। ଏହା ନିଶ୍ଚିତ ସନ୍ଦେହନଜନକ। ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଏହା କହିଛନ୍ତି। ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଟେଣ୍ଡରରେ ଅନିୟମିତତା ହୋଇଛି ବୋଲି ଇଙ୍ଗିତ ଦେଇ ଶାସକ ଦଳ ସଭ୍ୟଙ୍କ ସ୍ବରରେ ମନ୍ତ୍ରୀ ସ୍ବର ମିଳାଇଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇ ଠୋସ୍ ପ୍ରତିଶ୍ରୁତି ଦେଇ ନଥିଲେ।
Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ
୧୭ ସଂସ୍ଥାକୁ ୩୫ ହଜାର କୋଟି ଟଙ୍କାର କାମ
କାମ କରୁଛନ୍ତି ସବୁ ଅଣଓଡ଼ିଆ ଠିକାଦାର
ଶାସକ ଦଳ ବିଧାୟକ ପ୍ରତାପଚନ୍ଦ୍ର ନାୟକ ସିଧାସଳଖ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ। କଂଗ୍ରେସ ବିଧାୟକ ସୋଫିଆ ଫିର୍ଦୋସ ୧୭ଟି ସଂସ୍ଥାକୁ ୩୫ ହଜାର କୋଟି ଟଙ୍କାର କାମ ଦିଆଯିବା ନେଇ ସନ୍ଦେହ ପ୍ରକଟ କରିଥିଲେ। କାହିଁକି କମ୍ପାନିକୁ ଅଗ୍ରିମ ଦିଆଯାଉଥିଲା ଏବଂ ଏହା ପଛରେ କିଏ ତାହା ତଦନ୍ତ କରି ବାହାର କରିବାକୁ ଦାବି କରିଥିଲେ। ମନ୍ତ୍ରୀ ଗୃହରେ ତଦନ୍ତ ନେଇ ନିର୍ଦ୍ଦିଷ୍ଟ ଘୋଷଣା କରି ନଥିଲେ। ରାଜ୍ୟରେ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସ୍ଥିତି ସମ୍ପର୍କରେ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ମୂଳ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀ ନାଏକ ଦର୍ଶାଇଥିଲେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗତ ପାଞ୍ଚ ବର୍ଷରେ ୨୦୭ଟି ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ହାତକୁ ନେଇଥିଲା। ଏଥିପାଇଁ ୩୫,୧୯୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହାମଧ୍ୟରୁ ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ୧୭,୫୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୫ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଜମି ଅଧିଗ୍ରହଣ, ଠିକା ସଂସ୍ଥାଙ୍କ ଅବହେଳା, ବିଭିନ୍ନ ସଂସ୍ଥାର ଅନୁମତିରେ ବିଳମ୍ବ ଓ ସ୍ଥାନୀୟ ସମସ୍ୟା ପାଇଁ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହୋଇଛି। ଏଥି ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଦଣ୍ଡ ମଧ୍ୟ ଦିଆଯାଇଛି। ଏସବୁ ସମସ୍ୟାର ସମାଧାନ ପାଇଁ ଏବେ ନିୟମିତ ଭାବେ ଜିଲ୍ଲା ସ୍ତରରେ ଓ ରାଜ୍ୟ ସ୍ତରରେ ତଦାରଖ ବ୍ୟବସ୍ଥା କରାଯାଇଛି।
Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ
ସିଦ୍ଧାନ୍ତ ମହାପାତ୍ର, ସୁନିଲ ମହାନ୍ତି, ପ୍ରତାପଚନ୍ଦ୍ର ନାୟକ, ଶାରଦା ଜେନା, ଶାରଦା ପ୍ରଧାନ, ସୁଜାତା ସାହୁ, ସୋଫିଆ ଫିର୍ଦୋସ ଓ ଅମର ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ପ୍ରକଳ୍ପ ବିଳମ୍ବ ନେଇ ମନ୍ତ୍ରୀ ତାଙ୍କ ଉତ୍ତରରେ ପୂର୍ବ ସରକାରକୁ ଅଧିକ ଦୋଷ ଦେଇଥିଲେ। ତେବେ ସ୍ଥାନୀୟ ସମସ୍ୟାକୁ ମଧ୍ୟ କିଛି ମାତ୍ରାରେ ଦାୟୀ କରିଥିଲେ। ସେ କହିଥିଲେ, ପୂର୍ବ ସରକାର ପ୍ରକଳ୍ପ ଘୋଷଣା କରିଥିଲେ, କିନ୍ତୁ କାମ କରୁ ନଥିଲେ। ସେତେବେଳେ ନଳ ଥିଲା, ଜଳ ନଥିଲା। ଏବେ ନଳ ଅଛି, ଜଳ ବି ଅଛି। ପୂର୍ବ ସରକାର ମାତ୍ର ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଥିଲେ। ଆମେ ୨୨ଟି ପ୍ରକଳ୍ପ ସାରିଲୁଣି। କିଛି ଜାଗାରେ ଗାଁ ଲୋକ କାମରେ ବାଧା ଦେଉଛନ୍ତି। ପଇସା ମାଗୁଥିବାର ଅଭିଯୋଗ ଆସୁଛି। ତେଣୁ ବିଧାୟକମାନେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। ମାହାଙ୍ଗାର ଉଦାହରଣ ଦେଇ ମନ୍ତ୍ରୀ କହିଥିଲେ, ସେଠାରେ ବିଧାୟକଙ୍କ ଲାଗି ତାଙ୍କ ଅଞ୍ଚଳରେ ପ୍ରକଳ୍ପ କାମ ସରିଛି। ଅନ୍ୟ ବିଧାୟକମାନେ ସେହିପରି କାମ କରାଇବା ଉଚିତ।
Follow Us