ପୁରୀ: ବିପଦରେ ମେଘନାଦ ପାଚେରି। ପାଚେରି ଯୋଡ଼େଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି। ପାଚେରି ଉପରେ ଚରିଗଲାଣି ଶିଉଳି। ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା। ଗ୍ରାଉଟିଂ କରାଯିବା ପରେ ଡ୍ରେନ୍ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା। ମାତ୍ର ଗ୍ରାଉଟିଂ ମେଘନାଦ ପାଚେରିୁ ବର୍ଷେ ବି ସୁରକ୍ଷା ଦେଇପାରିଲା ନାହିଁ। ପୁଣି ୩ଟି ସ୍ଥାନରେ ଡ୍ରେନ୍ ପାଣି ଝରି ଶିଉଳି ଚରିଗଲାଣି। ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ନିଜେ ଅସୁରକ୍ଷିତ ହୋଇପଡ଼ିଲାଣି।
White fog: ଧୂଆଁକୁହୁଡ଼ି: ୧୭ ଗାଡ଼ି ଭିତରେ ଧକ୍କା, ଅନେକ ଆହତ
ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ସମ୍ଭବତଃ ଏହା ଯୋଡ଼େଇକୁ ପ୍ରଭାବିତ କରୁଥିବା ଜଳଜଳ ବାରି ହୋଇପଡ଼ୁଛି। ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରୁଥିବା ନିଃସନ୍ଦେହ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଇନମନ୍ତ୍ରୀ ଗତବର୍ଷ ଏ ସମ୍ପର୍କିତ ପ୍ରତିକ୍ରିୟା ରଖି ପାଚେରି ମରାମତି ହେବ ବୋଲି କହିଥିଲେ। ମାତ୍ର ଗ୍ରାଉଟିଂ କରାଯିବା ପରେ ପାଚେରିର ମରାମତି କଥା ପାସୋରି ଦେଲେ।
ଫାଟ ହୋଇ ଝରୁଛି ଆନନ୍ଦବଜାରର ମଇଳା ଜଳ
ଚରିଗଲାଣି ଶିଉଳି ଆସ୍ତରଣ
ଗ୍ରାଉଟିଂ କରିଥିଲେ, ପାଣି ଝରିବା ରୋକି ପାରିଲେନି
Messi's event: ମେସିଙ୍କ କାର୍ଯ୍ୟକ୍ରମରେ ତୁମୁଳକାଣ୍ଡ: ଚୌକି, ଟେବୁଲ ଭାଙ୍ଗି ଷ୍ଟାଡିୟମ୍କୁ ଫିଙ୍ଗିଲେ
୨୦୨୧ ମସିହାରୁ ଏହି ସମସ୍ୟା ଉପୁଜିଛି। ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଆଉ ଗୋଟେ ବାହ୍ୟ ପାଚେରି ନିର୍ମିତ ହୋଇଥିଲେ ସୁଦ୍ଧା ମେଘନାଦ ପାଚେରି ମରାମତି କରାଗଲା ନାହିଁ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ବେଢ଼ାକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଉପରେ ନ୍ୟସ୍ତ। ମେଘନାଦ ପାଚେରିର ଏତାଦୃଶ ସ୍ଥିତିକୁ ନେଇ ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିବା ପରେ ଏଏସ୍ଆଇର ବୈଷୟିକ ଟିମ୍ ସର୍ଭେ କରିଥିଲା। ବିପଦ ଥିବା ଅନୁଭବ କରି ତୁରନ୍ତ ଏହାର ମରାମତି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ତ୍ବରିତ ଶିଉଳି ଛଡ଼ାଯାଇ ଗ୍ରାଉଟିଂ କରାଗଲା। ଶ୍ରୀମନ୍ଦିର ପ୍ରଶାସନ ଆନନ୍ଦବଜାର ଡ୍ରେନ୍ରୁ ଯେଉଁ ଫାଟ ଓ ଗର୍ତ୍ତ ଦେଇ ପାଣି ମେଘନାଦ ପାଚେରି ଭେଦୁଥିଲା, ତାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା। ଆନନ୍ଦବଜାର ହାତଧୁଆ ସ୍ଥଳରୁ ମେଘନାଦ ପାଚେରିରେ ଏକ ଅସ୍ଥାୟୀ ପ୍ଲାଷ୍ଟିକ୍ ପାଇପ୍ ଲଗାଇ ଏହି ପାଣିକୁ ଶ୍ରୀମନ୍ଦିର ବାହାର ଡ୍ରେନ୍କୁ ଛଡ଼ାଯାଉଛି। ଏହି ପାଣି ପାଚେରି ଦେଇ ତଳକୁ ଆସୁଛି। ମୋଟା ଆସ୍ତରଣର ଶିଉଳି ବସିଯାଇଥିବାରୁ ଏହି ପାଣି ମେଘନାଦ ପାଚେରି ଦେଇ ଦୀର୍ଘଦିନ ହେଲା ଝରୁଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ମେଘନାଦ ପାଚେରିର ଉଚ୍ଚତା ପ୍ରାୟ ୨୦ ଫୁଟ ଏବଂ ଓସାର ପ୍ରାୟ ୬ ଫୁଟ। ଏଏସ୍ଆଇ ପକ୍ଷରୁ ନିୟମିତ ନିରୀକ୍ଷଣ ହେଉନଥିବାରୁ ଦୀର୍ଘଦିନ ହେଲା ପାଚେରି ମଧ୍ୟ ଦେଇ ଡ୍ରେନ୍ ଜଳ ନିଷ୍କାସନ ହେଉଥିବାରୁ ନଜର ପଡ଼ିନାହିଁ ଅବା ଦେଖି ଅଣଦେଖା କରାଯାଇଛି। ତେଣୁ ତ୍ବରିତ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ମରାମତି କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/adgdgazcvcv-2025-12-14-03-41-18.jpg)