Advertisment

Talcher: ତାଳଚେରରେ ଧିମେଇଛି ମନରେଗା: ୨୧ ପଞ୍ଚାୟତରୁ ମାତ୍ର ୧୯ ଜଣଙ୍କୁ ଶହେ ଦିନର କାମ

Advertisment

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାମ ଅତ୍ୟନ୍ତ ଧିମା। ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷ ୪୯ ହଜାର ୫ ଶହ ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି।

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାମ ଅତ୍ୟନ୍ତ ଧିମା। ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷ ୪୯ ହଜାର ୫ ଶହ ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି।

fshfhfhsfhfh

ବିକାଶ ଚନ୍ଦ୍ର ସାହୁ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାମ ଅତ୍ୟନ୍ତ ଧିମା। ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷ ୪୯ ହଜାର ୫ ଶହ ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି। ହେଲେ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୨ ମାସ ବାକି ଥିବାବେଳେ ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେଖାଦେଇଛି। ମନରେଗାରେ ତାଳଚେର ବ୍ଲକ୍‌ରେ ୭,୪୯୫ଟି ଜବ୍‌କାର୍ଡ ରହିଛି। ‌ସେଥିମଧ୍ୟରୁ କେବଳ ୧୪୨୫ଟି କାର୍ଡ ସଚଳ। ଉକ୍ତ ଜବ୍‌ କାର୍ଡଧାରୀଙ୍କ ପାଇଁ ଚଳିତ ବର୍ଷ ୧୭ଟି ପ୍ରକଳ୍ପ କାର୍ଯ୍ୟାରମ୍ଭ କରାଯାଇଥିବାବେଳେ କେବଳ ସଚଳ ଥିବା ଜବ୍‌କାର୍ଡଧାରୀଙ୍କୁ କାମ ଦିଆଯାଇଥିଲା। ସେଥିମଧ୍ୟରୁ ମାତ୍ର ୧୯ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଶହେ ଦିନର କାର୍ଯ୍ୟ ମିଳିଥିବା ବେଳେ ଅବଶିଷ୍ଟ ୧୪୦୬ ଜଣଙ୍କୁ ଶହେ ଦିନରୁ କମ୍‌ କାମ ଦିଆଯାଇଛି। ଏଥିରେ ଜଣେ ଦିବ୍ୟାଙ୍ଗ ମଧ୍ୟ ଅଛନ୍ତି। ତେବେ ସମୁଦାୟ ୧୭ଟି ପ୍ରକଳ୍ପ ମଧ୍ୟରୁ ହାତଗଣତି ମାତ୍ର ୪/୫ଟି ପ୍ରକଳ୍ପର କାମ ଶେଷ ହୋଇଛି। ବଳକା ପ୍ରକଳ୍ପଗୁଡ଼ିକ ଅଧାରେ ଅଟକି ରହିଛି। ତାଳଚେର ଖଣିଖାଦାନ ଅଞ୍ଚଳ ହୋଇଥିବା‌ରୁ ସହଜରେ ଶ୍ରମିକ ମିଳନ୍ତି ନାହିଁ। ତେଣୁ ଏଠାରେ ଯାହା ବି କାମ ହେଉଛି ମେସିନ୍‌ ସାହାଯ୍ୟରେ ହେଉଛି। ଶ୍ରମିକ ନେତା ରାଜକିଶୋର ସାହୁଙ୍କ କହିବା ମୁତାବକ, ତାଳଚେରରେ ଶ୍ରମିକ ମିଳୁନଥିବାବେଳେ କୋଟି କୋଟି ଟଙ୍କାର ମନରେଗା କାମ ତଦନ୍ତ ସାପେକ୍ଷ। ଏଠାରେ ମନରେଗା କାମ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କର ଏକ ରୋଜଗାର ପନ୍ଥା ପାଲଟିଛି।

Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

୨୧ ପଞ୍ଚାୟତରୁ ମାତ୍ର ୧୯ ଜଣଙ୍କୁ ଶହେ ଦିନର କାମ
୭,୪୯୫ଟି ଜବ୍‌କାର୍ଡ ମଧ୍ୟରୁ ୧୪୨୫ଟି ସଚଳ

କାରଣ ଘଣ୍ଟପଡ଼ା ପଞ୍ଚାୟତରେ ଜମି ନଥିବା ବେଳେ କେବଳ ଶ୍ମଶାନ ଓ କାଳିଗାଡ଼ିଆ ପୋଖରୀରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ୍‌ ହେଉଛି। ସେହିପରି ସତ୍ୟବ୍ରତ ମହାନ୍ତି କହିଛନ୍ତି, ତାଳଚେର ବ୍ଲକ୍‌ରେ ମନରେଗା ଦୁର୍ନୀତିର ଗନ୍ତାଘର ପାଲଟିଛି। ଶ୍ରମିକ ମିଳୁ ନଥିବା ବେଳେ ମେସିନ୍‌ ଦ୍ବାରା ମନରେଗା କାମ ହେଉଛି। ଯାହାକି ସରକାରଙ୍କ ଅର୍ଥକୁ ଆତ୍ମସାତ କରିବାର ଅନ୍ୟ ଏକ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ସଂପର୍କରେ ତାଳଚେର ବିଡିଓ ସୁଶାନ୍ତ କୁମାର ବରାଳ କହିଛନ୍ତି ଯେ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କାରଣରୁ ଏଠାରେ ମନରେଗା କାମ ସେତେଟା ଆଗକୁ ଯାଇପାରୁନାହିଁ। ଶ୍ରମିକ ଅଭାବ ମଧ୍ୟ ରହିଛି। ଯାହାଫଳରେ ଅଧିକ ପ୍ରକଳ୍ପ ନିର୍ମାଣ ହେଇ ପାରୁନାହିଁ।

PMGSY: ଅବଧି ସରିଲା, ଅଧାରେ ଅଟକିଲା ପିଚୁ ରାସ୍ତା କାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe