Advertisment

Minister Gokulananda Mallick: ଓ-ହବ୍ ଠାରେ ଷ୍ଟାର୍ଟ ଅପ୍ ସମ୍ମିଳନୀ ଅନୁଷ୍ଠିତ: ସଶକ୍ତ ଷ୍ଟାର୍ଟ ଅପ୍,ସମୃଦ୍ଧ ଓଡ଼ିଶା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

Advertisment

ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ସ୍ଵପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଆମ ଷ୍ଟାର୍ଟ ଅପ୍ ଅଧିକ ସଶକ୍ତ ହେଲେ ରାଜ୍ୟ ସମୃଦ୍ଧି ଦିଗରେ ଆଗେଇ ପାରିବ ।

ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ସ୍ଵପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଆମ ଷ୍ଟାର୍ଟ ଅପ୍ ଅଧିକ ସଶକ୍ତ ହେଲେ ରାଜ୍ୟ ସମୃଦ୍ଧି ଦିଗରେ ଆଗେଇ ପାରିବ ।

WhatsApp Image 2026-03-09 at 8.33.59 PM

ଭୁବନେଶ୍ୱର: ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ସ୍ଵପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଆମ ଷ୍ଟାର୍ଟ ଅପ୍ ଅଧିକ ସଶକ୍ତ ହେଲେ ରାଜ୍ୟ ସମୃଦ୍ଧି ଦିଗରେ ଆଗେଇ ପାରିବ । ତେଣୁ ଷ୍ଟାର୍ଟ ଅପ୍ ଆରମ୍ଭ କରିବା ପାଇଁ ଯୁବ ପିଢି ଆଗେଇ ଆସିବା ଦରକାର ବୋଲି କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଆଜି ସ୍ଥାନୀୟ ଓ-ହବ୍ ଠାରେ ଆୟୋଜିତ ଷ୍ଟାର୍ଟ ଅପ୍ ସମ୍ମିଳନୀରେ ଯୋଗ ଦେଇ ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିଥିଲେ । 

ଆହୁରି ପଢନ୍ତୁ: Pakistan: ଘୋର ଆର୍ଥିକ ସଙ୍କଟରେ ପାକିସ୍ତାନ: ସାଉଦି ଆରବ ଆଗରେ ପତାଇଲା ହାତ...

ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସ୍ଵାଗତ ଅଭିଭାଷଣରେ ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ସୂଚନାଯୋଗ୍ୟ ଯେ, ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କୁ ମାସିକ ଭତ୍ତା ଅନୁଦାନ, ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା, ଆବଶ୍ୟକତା ଆଧାରିତ ସହାୟତା ଭଳି ପଦକ୍ଷେପ ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । 

ଆହୁରି ପଢନ୍ତୁ: Mojtaba Khamenei: ୩୭ ବର୍ଷ ପରେ ଇରାନ ପାଇଲା ତୃତୀୟ ସର୍ବୋଚ୍ଚ ନେତା: ମୋଜତବା ଖେମିନି ସର୍ବୋଚ୍ଚ ନେତା ଘୋଷିତ

ଏହି ସମ୍ମିଳନୀରେ ଆଜି ୧୨ ଜଣ ଯୁବ ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କୁ ମାନ୍ୟବର ମନ୍ତ୍ରୀ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ବାବଦରେ ଡିରାକାଇ, ଇଗଲ୍ ଏଆଇ, ଜୟଦେବ ନାଚୁରାଲ୍ ଫୁଡ୍ସ୍, ଇକୋ ସାଥ୍‌ ଗ୍ରୀନ୍ ଇଣ୍ଡିଆ, ରେଟ୍ରୋଡ୍, ସେରଲକ୍ ଷ୍ଟୁଡିଓ ଆର୍ଥିକ ପ୍ରୋତ୍ସାହନ ରାଶି ପାଇଥିବା ବେଳେ ଆବଶ୍ୟକତା ଆଧାରିତ ସହାୟତା ବାବଦରେ ଆଷ୍ଟ୍ରୋନେକ୍ସଟ୍ ଟେକ୍ନୋଲୋଜିସ୍, ଟେଷ୍ଟ କ୍ୱେଷ୍ଟ ଇ-ଲର୍ନିଂ, ଏନସି ସ୍କୋୟାର୍ ଏଡ୍ ଟେକ୍, ରେଟ୍ରିକ୍ ଡିଜାଇନ୍ସ, ଡିଏମ୍ଏନ୍ ଏଡଟେକ୍ ଏବଂ ଟିଡିବି ରୁଟଲଞ୍ଚ ଷ୍ଟାର୍ଟ ଅପକୁ ଆର୍ଥିକ ଅନୁଦାନ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।
 
ଆହୁରି ପଢନ୍ତୁ: War Updates: ଯୁଦ୍ଧର ପ୍ରଭାବ: ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୨.୩୦ ଟଙ୍କା

ଷ୍ଟାର୍ଟ ଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ । ଇଗଲ୍ ଏଆଇ ଏବଂ ରେଟ୍ରିକ୍ ଡିଜାଇନ୍ସ ସମ୍ମିଳନୀରେ ନିଜର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ । ସୂଚନାଯୋଗ୍ୟ ଯେ, ଓଡ଼ିଶା ଷ୍ଟାର୍ଟଅପ୍ ପଲିସି ମାଧ୍ୟମରେ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଆର୍ଥିକ ସହାୟତା, ମେଣ୍ଟରସିପ୍, ବିପଣନ, ନେଟୱର୍କିଂ ଆଦି ବିଭିନ୍ନ ସୁଯୋଗ ପ୍ରଦାନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe