ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଦ୍ବିତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ହୋଇଛି ଯେ କମିଟିର ସଦସ୍ୟମାନେ ଜାନୁଆରି ୩୧ରେ ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯିବେ। ସେଠାରେ ମହାନଦୀର ପ୍ରକୃତ ସ୍ଥିତି ଯାଞ୍ଚ କରିବା ସହ ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବେ।
Malkangiri: ମାଲକାନଗିରିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ପରିବହନ ସଚିବ
ଉପମୁଖ୍ୟମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ବସିଥିବା ଏହି ମନ୍ତ୍ରୀସ୍ତରୀୟ କମିଟି ଛତିଶଗଡ଼ ଯିବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବ। ଆସନ୍ତା ୨୩ ତାରିଖରେ ଲୋକସେବା ଭବନରେ ଏହି ବୈଠକ ବସିବ। ଏଥିରେ ସମସ୍ତ ଦଳର ପ୍ରତିନିଧିଙ୍କଠାରୁ ମତାମତ ସଂଗ୍ରହ କରାଯିବ। ସେହିପରି ମହାନଦୀ ସହ ଜଡ଼ିତ ପରିବେଶବିତ୍, ସାମାଜିକ କର୍ମୀମାନଙ୍କ ସହ ମଧ୍ୟ ଏକ ବୈଠକ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ଆଜିର ବୈଠକରେ ମହାନଦୀ ଜଳ ବିବାଦର ଆେପାସ ସମାଧାନ ସହ ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ମଧ୍ୟ ଆଲୋଚନା କରାଯାଇଛି।
ଜାନୁଆରି ୩୧ରେ ଛତିଶଗଡ଼ ଯିବେ କମିଟି ସଦସ୍ୟ
୨୩ରେ ବସିବ ସର୍ବଦଳୀୟ ବୈଠକ
ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ବଢ଼ାଇବାକୁ ଆବେଦନ
ସେହିପରି ବୈଠକରେ କୁହାଯାଇଛି ଯେ ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୩ରେ ଶେଷ ହେଉଥିବାରୁ ଏହାର ଅବଧି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ଏଥିପାଇଁ ଯୁକ୍ତି ଦର୍ଶାଯାଇଛି ଯେ ପ୍ରାୟ ୯ ମାସ ଧରି ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ୍ କାର୍ଯ୍ୟରେ ଅଗ୍ରଗତି ହୋଇପାରି ନଥିଲା। ତେଣୁ ଆହୁରି ଏକ ବର୍ଷ ପାଇଁ ଟ୍ରିବ୍ୟୁନାଲ୍ର ଅବଧି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରାଯାଇଛି।
Sports: କ୍ରୀଡ଼ାର ବିକାଶ ନେଇ ସିଡନି ୟୁନିଭର୍ସିଟି ସ୍ପୋର୍ଟ-କିଟ୍ ବୁଝାମଣାପତ୍ର
ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ସୋଫିଆ ଫିର୍ଦ୍ଦୋସ, ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
Follow Us