ମ‌ୋ’‌ବୋଉକୁ କୁମ୍ଭୀର ଟାଣିନେଲା: ଅସହାୟ ଝିଅ କାନ୍ଦି କାନ୍ଦି କହିଲେ

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। ମହିଳା ଜଣକ ଗାଧୋଇବା ସମୟରେ କୁମ୍ଭୀର ତାଙ୍କୁ ପାଣିଭିତରକୁ ଟାଣି ନେଇଯାଇଥିଲା। ମହିଳାଙ୍କ ଝିଅ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଅସହାୟ ହୋଇ କିଛି କରିପାରି ନଥିଲେ....

କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। ମହିଳା ଜଣକ ଗାଧୋଇବା ସମୟରେ କୁମ୍ଭୀର ତାଙ୍କୁ ପାଣିଭିତରକୁ ଟାଣି ନେଇଯାଇଥିଲା। ମହିଳାଙ୍କ ଝିଅ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଅସହାୟ ହୋଇ କିଛି କରିପାରି ନଥିଲେ....

Mo'Bou was dragged away by a crocodile: helpless girl cried out

Mo'Bou was dragged away by a crocodile: helpless girl cried out Photograph: (sambad.in)

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। ମହିଳା ଜଣକ ଗାଧୋଇବା ସମୟରେ କୁମ୍ଭୀର ତାଙ୍କୁ ପାଣିଭିତରକୁ ଟାଣି ନେଇଯାଇଥିଲା।

ମହିଳାଙ୍କ ଝିଅ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଅସହାୟ ହୋଇ କିଛି କରିପାରି ନଥିଲେ। ମା’ଙ୍କୁ କୁମ୍ଭୀର ଟାଣି ନେଉଥିବା ଝିଅ ଠିଆ ହୋଇ  ଦେଖିଥିଲେ ମଧ୍ୟ କିଛି କରିପାରି ନଥିଲେ। ସହାୟତା ପାଇଁ ଲୋକେ ଆସିବା ପୂର୍ବରୁ ସବୁ ଶେଷ ହୋଇଯାଇଥିଲା।

ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାର ଆଉଲ ଥାନା ସୀମା ଅନ୍ତର୍ଗତ ପାନିଆଞ୍ଜୋର ଅଞ୍ଚଳରେ ଘଟିଛି। ମହିଳାଙ୍କ ନାମ ତାଳଡିହା ଗାଁର କାଜଲ ମହାନ୍ତି ବୋଲି ଚିହ୍ନଟ କରାଯାଇଛି।

ରିପୋର୍ଟ ଅନୁସାରେ, ମହିଳା ଜଣକ  ଗାଧୋଉଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଛି। କୁମ୍ଭୀର ତାଙ୍କ ମାଆଙ୍କୁ ଟାଣି ନେଉଥିବାର ଦେଖି, ତାଙ୍କ ଝିଅ ଗାଁ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ, କିନ୍ତୁ ତାଙ୍କୁ ରକ୍ଷା କରାଯାଇ ପାରି ନଥିଲା।

ଅଧିକ ପଢ଼ନ୍ତୁ: ରଜର ତୃତୀୟ ଦିନରେ ନନ୍ଦନକାନନରେ ୧୮୧୩୪ ପର୍ଯ୍ୟଟକ

ଗାଁ ଲୋକେ ମହିଳାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଖୋଜିବା ପାଇଁ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ମହିଳାଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି।

ଅଧିକ ପଢ଼ନ୍ତୁ: ବର୍ଷାରେ ବେହାଲ ନଭି ମୁମ୍ବାଇ: ଧସିଲା ମାଟି, ଭାଙ୍ଗିଲା ପାଚେରୀ... କ୍ଷତିଗ୍ରସ୍ତ ହେଲା ଅନେକ ବାଇକ୍

Kendrapara

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe