Black magic: ଝିଅକୁ ବଳି ପାଇଁ ମା’ର ଉଦ୍ୟମ: ଉଦ୍ଧାର କଲା ପୁଲିସ

Advertisment

ଜୟପୁର ସହର ଜଳସେଚନ କଲୋନିରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ତନ୍ତ୍ର ସାଧନା ପାଇଁ ଝିଅକୁ ବଳି ଦେଉଥିଲା ମା’। ସ୍ଥାନୀୟ ଲୋକ ପାଟିତୁଣ୍ଡ ଶୁଣି ପହଞ୍ଚି ଯିବାରୁ ବଞ୍ଚିଯାଇଛି ନାବାଳିକା। ଖବର ପାଇ ଜୟପୁର ଟାଉନ ପୁଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି।

ଜୟପୁର ସହର ଜଳସେଚନ କଲୋନିରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ତନ୍ତ୍ର ସାଧନା ପାଇଁ ଝିଅକୁ ବଳି ଦେଉଥିଲା ମା’। ସ୍ଥାନୀୟ ଲୋକ ପାଟିତୁଣ୍ଡ ଶୁଣି ପହଞ୍ଚି ଯିବାରୁ ବଞ୍ଚିଯାଇଛି ନାବାଳିକା। ଖବର ପାଇ ଜୟପୁର ଟାଉନ ପୁଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି।

fshfshhfsbxv

ଜୟପୁର: ଜୟପୁର ସହର ଜଳସେଚନ କଲୋନିରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ତନ୍ତ୍ର ସାଧନା ପାଇଁ ଝିଅକୁ ବଳି ଦେଉଥିଲା ମା’। ସ୍ଥାନୀୟ ଲୋକ ପାଟିତୁଣ୍ଡ ଶୁଣି ପହଞ୍ଚି ଯିବାରୁ ବଞ୍ଚିଯାଇଛି ନାବାଳିକା। ଖବର ପାଇ ଜୟପୁର ଟାଉନ ପୁଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି। ଘଟଣାର ତଦନ୍ତ ଜାରି ରଖିଛି।

ବିଧବା ଅମ୍ବିକା ଖୋସଲା ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସହ ସ୍ଥାନୀୟ ଜଳସେଚନ କଲୋନିରେ ରହୁଛନ୍ତି। ତେବେ କିଛି ଦିନ ହେଲା ଅମ୍ବିକାଙ୍କ ଆଚରଣ ବଦଳି ଯାଇଥିଲା। ମାନସିକ ଭାରସାମ୍ୟ ହରାଇ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗାଳିଗୁଲଜ କରୁଥିଲେ। ନିଜ ଘରେ ତନ୍ତ୍ର ସାଧନା କରୁଥିଲେ ବୋଲି ସାହିବାସିନ୍ଦା କହିଛନ୍ତି। ତେବେ ଆଜି ଅପରାହ୍ଣ ପ୍ରାୟ ୪ଟାରେ ନାବାଳିକା ଝିଅ ନିକିତା ଖୋସଲା ଘର ଭିତରେ ହଠାତ୍‌ ଚିତ୍କାର କରିଥିଲା। ତେଣୁ ଅଘଟଣ ଘଟିଥିବା ଆଶଙ୍କା କରି ସାହିବାସିନ୍ଦା ଘର ଭିତ‌ରକୁ ଯାଇଥିଲେ। ଘର ଭିତର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। କାରଣ ନିକିତା ଅଚେତ ଅବସ୍ଥାରେ ଥିଲେ ଏବଂ ହାତଗୋଡ଼ ସବୁ ମୋଡ଼ି ହୋଇ ରହିଥିଲା। ପାଖରେ ଧାରୁଆ ଅସ୍ତ୍ର ପଡ଼ିଥିଲା।

Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି

ପୂର୍ବରୁ ଅମ୍ବିକା ତନ୍ତ୍ର ସାଧନା କରୁଥିବାରୁ ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲେ ବୋଲି ଲୋକଙ୍କ ସନ୍ଦେହ ହୋଇଥିଲା। ତେଣୁ ତୁରନ୍ତ ଜୟପୁର ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ନିକିତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଛି। ଏନେଇ ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତଙ୍କୁ ଯୋଗାଯୋଗ କରିବାରୁ ଅମ୍ବିକା ଅତ୍ୟଧିକ ମଦ୍ୟପାନ କରି ସାହିବାସିନ୍ଦାଙ୍କୁ ଗାଳିଗୁଲଜ କରୁଥିଲେ। ଅସୁସ୍ଥତା କାରଣରୁ ନି‌କିତା ଅଚେତ ହୋଇଥିବା ଅନୁମାନ କରାଯାଉଛି। ବଳି ଦେବା ପାଇଁ ଉଦ୍ୟମ କରିବାର କୌଣସି ପ୍ରମାଣ ମିଳିନାହିଁ। ତଥାପି ନିକିତାର ଚେତା ଫେରିବା ପରେ କ’ଣ ଘଟିଥିଲା ସ୍ପଷ୍ଟ ହେବ ବୋଲି କହିଛନ୍ତି।

Old woman: ଝାଟିମାଟିର କୁଡ଼ିଆରେ ବିତୁଛି ଅସହାୟ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe