ସୁରେଶ ନାଇଡୁ
ନବରଙ୍ଗପୁର: ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲାନବରଙ୍ଗପୁର। ରାଜ୍ୟରେ କଂଗ୍ରେସ, ବିଜେଡି ପରେ ଏବେ ବିଜେପି ଶାସନରେ ମଧ୍ୟ ଏହି ଜିଲ୍ଲାର ନେତାଙ୍କୁ ଗୁରୁତ୍ବ ମିଳିଛି। ତଥାପି ଜିଲ୍ଲା ବିକାଶ କ୍ଷେତ୍ରରେ ପଛରେ ପଡ଼ିଛି। ଶିଳ୍ପ ବିହୀନ ଏହି ଜିଲ୍ଲାର ସାମାଜିକ ଅର୍ଥନୈତିକ ସ୍ଥିତି ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭିତ୍ତିଭୂମି ଅତ୍ୟନ୍ତ ନୈରାଶ୍ୟଜନକ। ବାଲ୍ୟ ବିବାହରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହି ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି ନବରଙ୍ଗପୁର। କଂଗ୍ରେସ ଶାସନରେ ପୂର୍ବତନ ବିଧାୟକ ସ୍ବର୍ଗତ ହବିବୁଲ୍ଲା ଖାନ, ବିଜେଡି ଶାସନରେ ରମେଶ ମାଝୀ, ବିଜେପି ଶାସନରେ ନିତ୍ୟାନନ୍ଦ ଗଣ୍ଡ ପାୱାର କରିଡରରେ ରହିଛନ୍ତି। ହବିବୁଲ୍ଲା ନବରଙ୍ଗପୁର ଆସନରୁ ୮ଥର ବିଧାୟକ ହୋଇ ଯୋଗାଣ, ପଞ୍ଚାୟତରାଜ ଭଳି ବହୁ ବିଭାଗର ମନ୍ତ୍ରୀ ହୋଇଛନ୍ତି। ବିଜେଡି ଶାସନରେ ତତ୍କାଳୀନ ଝରିଗାଁ ବିଧାୟକ ରମେଶ ମାଝୀ ପରିବହନ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ଏବେ ବିଜେପି ସରକାରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସ୍କୁଲ ଓ ଗଣଶିକ୍ଷା, ସାମାଜିକ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ହୋଇଛନ୍ତି। ଦଶନ୍ଧି ଦଶନ୍ଧି ଧରି ଜିଲ୍ଲାର ନେତା କ୍ଷମତାରେ ରହିବା ସତ୍ତ୍ବେ ବିକାଶ କ୍ଷେତ୍ରରେ ନବରଙ୍ଗପୁର ପଛୁଆ ହୋଇ ପଡ଼ିଛି।
Sand Art: ଖଣି କର୍ମଚାରୀଙ୍କ ନବବର୍ଷ ବାଲୁକା କଳା
୨୦୨୪ ନିର୍ବାନଚରେ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀରୁ ୩ଟି ଝରିଗାଁ, ନବରଙ୍ଗପୁର, ଉମରକୋଟ ଆସନରେ ବିଜେପି ଜିତିଛି। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ମଧ୍ୟ ବିଜେପି ଅଧୀନରେ ରହିଛି। ମନ୍ତ୍ରୀ ନିତ୍ୟାନନ୍ଦଙ୍କ ସମେତ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ ଦଳୀୟ ସଂଗଠନ ସମ୍ଭାଳୁଛନ୍ତି। କଂଗ୍ରେସ, ବିଜେଡି ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହୋଇଛନ୍ତି ଏମାନେ। କିନ୍ତୁ ଶାସନର ୧୮ମାସ ମଧ୍ୟରେ ଜିଲ୍ଲାରେ କୌଣସି ଆଖିଦୃଶିଆ ବିକାଶ ହୋଇନି। ୨୦୨୪ରେ କଂଗ୍ରେସ ସମସ୍ତ ବିଧାନସଭା ଆସନରେ ହାରିଥିବା ବେଳେ କେବଳ ଡାବୁଗାଁ ଆସନରେ ବିଜେଡି ବିଧାୟକ ମନୋହର ରନ୍ଧାରୀ ବିଜୟୀ ହୋଇଛନ୍ତି। ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡି ରନ୍ଧାରୀକୁ ଜିଲ୍ଲା ସଭାପତି କରିଛି। ମନ୍ତ୍ରୀଙ୍କ ସହିତ ବିଧାୟକ, ସାଂସଦଙ୍କ ଉପସ୍ଥିତିରେ ଡାବୁଗାଁ ବିଧାୟକ ରନ୍ଧାରୀ ମଣ୍ଡେଇ ମଞ୍ଚରେ ବିଜେପି ଶାସନ ପ୍ରତି ଅଙ୍ଗୁଳି ଉଠାଇ ଚର୍ଚ୍ଚାକୁ ଆସିଥିଲେ। ସେପଟେ ବିଜେଡି ଯୁବନେତା ପ୍ରଦୀପ ମାଝୀ ମଧ୍ୟ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। କଂଗ୍ରେସ ଜିଲ୍ଲାରେ ସଂଗଠନ ସଜାଡ଼ିବାକୁ ଯୁବ ନେତୃତ୍ବକୁ ଗୁରୁତ୍ବ ଦେଇ ଲିପିକା ମାଝୀକୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇଛି। ୨୦୨୪ ନିର୍ବାଚନରେ ଲିପିକା ଡାବୁଗାଁ ଆସନରୁ ଲଢ଼ି ବିଜେଡିକୁ ଟକ୍କର ଦେଇଥିଲେ। କ୍ଷମତା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା ନବରଙ୍ଗପୁରରେ କିନ୍ତୁ ବିକାଶ ଗତିଶୀଳ ହୋଇପାରୁନି। ୧୦ବର୍ଷ ତଳେ ପ୍ରସ୍ତାବିତ ଜୟପୁର-ନବରଙ୍ଗପୁର ରେଳପଥ ଲାଗି ଏଯାବତ ଜମି ଅଧିଗ୍ରହଣ ସରୁନି। ମକା ଶିଳ୍ପ ଭୂଇଁରୁ ଉଠିପାରୁନଥିବା ବେଳେ ଜଳସେଚନ ଲାଗି ଇନ୍ଦ୍ରାବତୀରେ କୌଣସି ପ୍ରକଳ୍ପ ହୋଇନି। ପ୍ରତିଶ୍ରୁତିରେ ସୀମିତ ରହିଛି ମେଡିକାଲ କଲେଜ ଓ ସ୍ପୋର୍ଟସ୍ କମ୍ପ୍ଲେକ୍ସ।
New Year: ସ୍ମାର୍ଟଫୋନ୍-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍ କାର୍ଡ’ର ଚାହିଦା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/01/dgddgdgdga-2026-01-01-01-58-39.jpg)