୧୧ ଓଏଏସ୍, ୧୭ ଓଆରଏସ୍, ୨ ଓଏମ୍‌ଏଏସ୍ ଅଧିକାରୀଙ୍କୁ ନୂତନ ନିଯୁକ୍ତି

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ୧୧ ଓଏଏସ୍, ୧୭ ଓଆରଏସ୍, ୨ ଓଏମ୍‌ଏଏସ୍ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ନୂତନ ନିଯୁକ୍ତି ଦିଆଯାଇଛି...

Housing and Urban Development Department of Odisha

Housing and Urban Development Department of Odisha

ଭୁବନେଶ୍ୱର: ଓଡିଶା ସରକାର ଓଡିଶା ପ୍ରଶାସନିକ ସେବା (ଓଏଏସ୍), ଓଡିଶା ରାଜସ୍ୱ ସେବା (ଓଆରଏସ) ଏବଂ ଓଡିଶା ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍ (ଓଏମ୍ଏସ୍)ର କେତେକ ଅଧିକାରୀଙ୍କୁ ସ୍ଥାନାନ୍ତର କରି ସେମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ୧୧ ଓଏଏସ୍, ୧୭ ଓଆରଏସ୍, ୨ ଓଏମ୍‌ଏଏସ୍ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ନୂତନ ନିଯୁକ୍ତି ଦିଆଯାଇଛି।

ସମ୍ପୃକ୍ତ ଅଧିକାରୀଙ୍କୁ ସେମାନଙ୍କର ନୂତନ ପଦବୀରେ ଦାୟିତ୍ବ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।

ଅଧିକ ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ

ଖୋର୍ଦ୍ଧା ଉପ ଜିଲ୍ଲାପାଳ ପଦ୍ମ ଚରଣ ସାହୁଙ୍କୁ ବର୍ତ୍ତମାନ  କ୍ରୀଡା ଏବଂ ଯୁବ ସେବା ଉପ ସଚିବ ଭାବରେ ନିଯୁକ୍ତ କରାଯାଇଛି। ।

କେନ୍ଦୁଝର ଆନନ୍ଦପୁରର ଅତିରିକ୍ତ ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ  ଭାବରେ ଦାୟିତ୍ବ ଦିଆଯାଇଛି। ଏହା ସହିତ ତାଙ୍କୁ  ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ପ୍ରଶାସକ(ରାଜସ୍ବ) ଭାବରେ ନିଯୁକ୍ତ କରାଯାଇଛି।

ଅଧିକ ପଢ଼ନ୍ତୁ: ଲାଇନମ୍ୟାନଙ୍କ ଗାଡ଼ିରେ ପେଟ୍ରୋଲ ନପକାଇବାରୁ କଟିଲା ପମ୍ପର ବିଜୁଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe