କଟକ: ୯ ତାରିଖ ପୂର୍ବରୁ ଯେଉଁମାନେ ଗାଡ଼ି ପାଇଁ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିସାରିଥିବେ ସେମାନଙ୍କୁ ଗ୍ରିନ୍‌ ବା ସବୁଜ ଷ୍ଟିକର୍‌ ଯୋଗାଇ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ ପକ୍ଷରୁ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ। ହେଲେ ୯ ତାରିଖ ପରେ ଯେଉଁମାନେ ପ୍ରଦୂଷଣ ପ୍ରମାଣପତ୍ର ବାହାର କରୁଥିବେ ସେମାନେ ସଂପୃକ୍ତ ପରୀକ୍ଷା କେନ୍ଦ୍ରରୁ ବିନାମୂଲ୍ୟରେ ସବୁଜ ଷ୍ଟିକର୍‌ ପାଇପାରିବେ। କିନ୍ତୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଏହି ଷ୍ଟିକର୍‌ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ଦର୍ଶାଯାଇଛି। ଏହା କେବଳ ଏକ ‘ସୁବିଧାଜନକ ଦୃଶ୍ୟ ସୂଚନ’ ଭଳି ଗାଡ଼ିରେ ଲଗାଯିବ। ଆବଶ୍ୟକସ୍ଥଳେ ଫର୍ମ-୫୯ ବା ବୈଧ ପ୍ରଦୂଷଣ ପ୍ରମାଣପତ୍ର ପ୍ରଦର୍ଶନ କରାଯାଇପାରିବ ବୋଲି ସ୍ପଷ୍ଟ କରାଯାଇଛି। ତେଣୁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ହାସଲକାରୀଙ୍କ ପାଇଁ କରାଯାଉଥିବା ସବୁଜ ଷ୍ଟିକର୍‌ ଏବେ ପ୍ରହସନ ପାଲଟିବାକୁ ଯାଉଛି। 

Advertisment

School Bus: ନଗଡ଼ାକୁ ସ୍କୁଲବସ୍‌ ସେବା ଶୁଭାରମ୍ଭ

ଅନ୍ୟପକ୍ଷରେ ସବୁଜ ଷ୍ଟିକର୍‌ ଲଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଆସିଥିଲେ ମଧ୍ୟ ଆର୍‌ଟିଓସ୍ତରରେ କିଛିଟା ଦ୍ବନ୍ଦ୍ବ ରହୁଥିବା ଦେଖାଯାଇଛି। ପ୍ରଦୂଷଣ ପ୍ରମାଣପତ୍ର ଯୋଗାଇଦେବା ପାଇଁ ଅନେକ ସ୍ବୀକୃତିପ୍ରାପ୍ତ କେନ୍ଦ୍ର ରାସ୍ତାକଡ଼ମାନଙ୍କରେ ଖୋଲିଯାଇଛି। ଯେହେତୁ ପ୍ରମାଣପତ୍ର ଆଣିବା ବାଧ୍ୟତାମୂଳକ କରିଦିଆଗଲା‌, ତେଣୁ ଯିଏ ଯେଉଁଠୁ ପାରିଲେ ସେଇଠୁ ପ୍ରମାଣପତ୍ର ହାତେଇବାକୁ ଲାଇନ୍‌ ଲଗାଇଲେ। ଭିଡ଼ରେ ରହି ବହୁ କଷ୍ଟରେ ପ୍ରମାଣପତ୍ର ମଧ୍ୟ ହାତେଇ ସାରିଛନ୍ତି। ହେଲେ ଏବେ ଏସ୍‌ଟିଏର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ର ଦେଇଥିବା ଉକ୍ତ ପରୀକ୍ଷା କେନ୍ଦ୍ର ସଂପୃକ୍ତ ଆର୍‌ଟିଓଙ୍କ ପରିଧି ଭିତରେ ଆସୁଛି କି ନାହିଁ ତାହା ଯାଞ୍ଚ କରାଯିବ। ଯଦି ପରିଧି ଭିତରେ ଆସୁ ନଥିବ ତା’ ହେଲେ ସବୁଜ ଷ୍ଟିକର୍‌ ମିଳିପାରିବନି। ଏଭଳି ସ୍ଥିତିରେ ଯେଉଁମାନେ କଟକରୁ ଗାଡ଼ି କିଣି ଭୁବନେଶ୍ବରରେ ପ୍ରଦୂଷଣ ପ୍ରମାଣପତ୍ର ବାହାର କରିଛନ୍ତି, ସେମାନେ ସବୁଜ ଷ୍ଟିକର୍‌ ପାଇଁ କଟକ ଆର୍‌ଟିଓ ଆସିବେ ନା ଭୁବନେଶ୍ବର ଆର୍‌ଟିଓକୁ ଦୌଡ଼ିବେ ତା’କୁ ନେଇ କେଁ ଉପୁଜିଛି। 

Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍‌ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍‌ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ

ଏପଟେ କହିଲେ ଷ୍ଟିକର୍‌ ଲଗାଅ, ସ୍ପଷ୍ଟୀକରଣରେ ଜଣାଇଲେ ନଥିଲେ ଚଳିବ
କେଉଁଠି ଷ୍ଟିକର୍‌ ଦିଆଯିବ ଏସ୍‌ଟିଏଠୁ ସ୍ପଷ୍ଟୀକରଣ ଲୋଡ଼ାଯିବ: ଆର୍‌ଟିଓ

କଟକ ଆର୍‌ଟିଓ ବିଶ୍ବଜିତ ଦାଶଙ୍କ କହିବା ମୁତାବକ, ଯେଉଁମାନେ ଅନ୍ୟ ଜାଗାରେ ପ୍ରଦୂଷଣ ପ୍ରମାଣପତ୍ର ବାହାର କରିଛନ୍ତି; ସେମାନେ ଚାହିଁଲେ ଗାଡ଼ି ପଞ୍ଜୀକରଣ ହୋଇଥିବା ଆର୍‌ଟିଓରୁ ସବୁଜ ଷ୍ଟିକର୍‌ ନେଇ ପାରିବେ କି ନାହିଁ ତାହା ଅସ୍ପଷ୍ଟ ରହିଛି। କେବଳ ନିଜ ଆର୍‌ଟିଓ ଅଧୀନ ଗାଡ଼ିମାନଙ୍କୁ ଷ୍ଟିକର୍‌ ମିଳିବ ନା ନିଜ ପରିଧି ଭିତରେ ଥିବା କେନ୍ଦ୍ରମାନଙ୍କର ପ୍ରମାଣପତ୍ରକୁ ଆଧାର କରି ଷ୍ଟିକର୍‌ ଦିଆଯିବ ସେ ନେଇ ଦ୍ବନ୍ଦ୍ବ ରହୁଛି। ଏ ସଂକ୍ରାନ୍ତରେ ଏସ୍‌ଟିଏଠାରୁ ସ୍ପଷ୍ଟୀକରଣ ଲୋଡ଼ାଯିବ। ତଥାପି ପୂର୍ବ ନିର୍ଦ୍ଦେଶ ଅନୁସାରେ ଆର୍‌ଟିଓରେ ସବୁଜ ଷ୍ଟିକର୍‌ ଦେବା ପାଇଁ ୯ ତାରିଖ ପରଠୁ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ। ସରକାରଙ୍କ ନିୟମାବଳୀ ଅନୁସାରେ ଷ୍ଟିକର୍‌ ବଣ୍ଟାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।