ଭୁବନେଶ୍ବର: ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ଭୁବନେଶ୍ବର ଓ କଟକରେ ସିଏନ୍‌ଜି ଓ ଘରୋଇ ପିଏନ୍‌ଜି ଦାମ୍‌ ନୂଆବର୍ଷରେ ପ୍ରାୟ ୧ ଟଙ୍କା ହ୍ରାସ କରିଛି। ଭୁବନେଶ୍ବରରେ ପୂର୍ବରୁ ୟୁନିଟ୍‌ ପିଛା ଘରୋଇ ପିଏନ୍‌ଜି ଦାମ୍‌ ୪୬ ଟଙ୍କା ୩୩ ପଇସା ଥିବାବେଳେ ଆଜିଠାରୁ ଏହା ୪୫ ଟଙ୍କା ୩୩ ପଇସାକୁ ଖସିଆସିଛି। 

Advertisment

New Year: ନୂଆବର୍ଷରେ ଖାଇଗଲେ କୋଟିଏ ଟଙ୍କାର ଅମିଷ

ସେହିଭଳି କଟକରେ ଏହାର ଦାମ୍‌ ପୂର୍ବରୁ ୟୁନିଟ୍‌ ପିଛା ୪୬ ଟଙ୍କା ୩୩ ପଇସା ଥିବାବେଳେ ଆଜିଠାରୁ ଏହା ୪୫ ଟଙ୍କା ୩୬ ପଇସାକୁ ହ୍ରାସ ପାଇଛି। ସଂପ୍ରତି ଭୁବନେଶ୍ବରରେ ୧୫୦୦୦ରୁ ଅଧିକ ଏବଂ କଟକରେ ୮୦୦୦ରୁ ଅଧିକ ପରିବାର ପାଇପ୍‌ ଯୋଗେ ଗ୍ୟାସ ସଂଯୋଗ ନେଇଛନ୍ତି। ସିଏନ୍‌ଜି ଦର କିଗ୍ରା ପିଛା ୮୯ ଟଙ୍କା ୨୬ ପଇସା ଥିବାବେଳେ ଆଜିଠାରୁ ଏହା ୮୮ଟଙ୍କା ୨୬ ପଇସାକୁ କମିଛି। ସିଏନ୍‌ଜି ଦର ହ୍ରାସ ଫଳରେ ଭୁବନେଶ୍ବର ଓ କଟକରେ ଗାଡ଼ି ମାଲିକମାନେ ଉପକୃତ ହେବେ। ଦୁଇ ସହରରେ ୨୦ ହଜାରରୁ ଅଧିକ ଗାଡ଼ି ସିଏନ୍‌ଜିରେ ଚାଲୁଛି।

Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ