Advertisment

ଓଏଏସ ଆନ୍ଦୋଳନ: କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କଲେ ରାଜସ୍ୱ ମନ୍ତ୍ରୀ, ଅଡ଼ି ବସିଲା ସଂଘ

Advertisment

ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଏଏସ ସଂଘ କଲମ ଛାଡ କରିଥିବାବେଳେ ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସଂଘକୁ ବୁଝାଇବାକୁ ପ୍ରୟାସ କରିଛନ୍ତି....

ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଏଏସ ସଂଘ କଲମ ଛାଡ କରିଥିବାବେଳେ ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସଂଘକୁ ବୁଝାଇବାକୁ ପ୍ରୟାସ କରିଛନ୍ତି....

OAS agitation: Revenue Minister appeals to join the work, Sangh resists

OAS agitation: Revenue Minister appeals to join the work, Sangh resists Photograph: (sambad.in)

ଭୁବନେଶ୍ବର: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଏଏସ  ସଂଘ କଲମ ଛାଡ କରିଥିବାବେଳେ ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସଂଘକୁ ବୁଝାଇବାକୁ ପ୍ରୟାସ କରିଛନ୍ତି। ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ଲାନ ୧,୨,୩ ଥାଏ।

ଅତିରିକ୍ତ ତହସିଲଦାରଙ୍କୁ ମାଫିଆ ମାଡ଼ କଲା ବେଳେ କିଏ ଆସିଥିଲେ କି? କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ମୁଁ ନିଜେ ରାଜସ୍ବ ମନ୍ତ୍ରୀ ଭାବେ ସାମ୍ନାକୁ ଆସିଥିଲି। ଆମ ଉପରେ ଅଧିକାରୀ ଭରସା ରଖନ୍ତୁ। ଯେଉଁ ଅଫିସରମାନେ ଧର୍ମଘଟ ଅଛନ୍ତି ତାଙ୍କ କଷ୍ଟ ଆଉ ଭାବନା ସହ ସରକାର ଅଛନ୍ତି। ସେମାନଙ୍କୁ ନେଇ କି ସରକାର ଚାଲେ। ଘଟଣାରେ ୫ ଜଣ ଗିରଫ ହୋଇଛି ସାରିଲେଣି। ଦଳରୁ ବି ନିଲମ୍ବନ ହୋଇଛନ୍ତି।

ବିନା ପ୍ରମାଣରେ ଯଦି ପ୍ରଚ୍ଛଦ ପଟରେ କିଏ ତାକୁ ଗିରଫ କରାଯିବ ତାହେଲେ କୋର୍ଟରେ ଗ୍ରହଣ ଯୋଗ୍ୟ ହେବ ନାହିଁ। ଯେଉଁ ମାନଙ୍କର ଭିଡିଓ ଫୁଟେଜ ଅଛି ସେମାନେ ଗିରଫ ହୋଇଛନ୍ତି।

ପ୍ରଚ୍ଛଦପଟରେ କିଏ ଅଛନ୍ତି ଖୋଜିବାକୁ ସମୟ ଲାଗିବ। କେହି ବର୍ତ୍ତିବେ ନାହିଁ ଆଇନ ତା ବାଟରେ ଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ରଥଯାତ୍ରା ଅନୁଷ୍ଠିତ ହେଉଛି। ତେଣୁ ଆନ୍ଦୋଳନ ସ୍ଥଗିତ ରଖି ପରବର୍ତ୍ତୀ ସମୟରେ ମଧ୍ୟ କରିପାରିବେ। ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି ବୋଲି କହି ରାଜସ୍ବ ମନ୍ତ୍ରୀ ସଂଘକୁ ବୁଝାଇବାକୁ ପ୍ରୟାସ କରିଛନ୍ତି। 

ଏନେଇ ସୋସିଆଲ ମିଡିଆରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଗତକାଲି ଲୋକସଭା ଭବନ ସ୍ଥିତ ମୋର କାର୍ଯ୍ୟାଳୟ ଠାରେ ଓ.ଆର୍.ଏସ୍ ସଂଘର ସଦସ୍ୟ ମାନଙ୍କ ସହିତ ଏକ ବିଶ୍ୱସ୍ତ ଏବଂ ସମ୍ମାନଜନକ ଆଲୋଚନା ହେଲା। ତାଙ୍କ ସମସ୍ତ ପ୍ରକାର ଦାବି କୁ ସସମ୍ମାନେ ଗ୍ରହଣ କଲି ଏବଂ ଓଡ଼ିଶା ର ସମସ୍ତ ଓଏଏସ୍ ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଆଗ୍ରହ କଲି, ମୋର ଆଗ୍ରହ କୁ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।’

Revenue Minister appeals to join the work
Revenue Minister appeals to join the work

ସଙ୍ଘ ରାଜନୀତି କରୁନାହାନ୍ତି, ରାଜନୀତିକ ଦଳ ରାଜନୀତି କରୁଛନ୍ତି। ସେମାନେ ରାଜନୀତି କଥା କହିଲେ କେମିତି ହେବ ? ସେମାନେ ରାଜନୀତି କରୁଛନ୍ତି କି ନାହିଁ ମୁଁ ଜାଣିନି।| ପ୍ରଥମେ ସେମାନେ କହିଲେ ଆନ୍ଦୋଳନକୁ ଓହ୍ଲାଇବୁ ପରେ ଆନ୍ଦୋଳନକୁ ଗଲେ । ଏଥିରେ ଗୋଲକ ଧନ୍ଦା ରହିଛି ଏଥିପାଇଁ ଦ୍ୱନ୍ଦ୍ୱରେ ପଡିଲେ ସମସ୍ତେ। ଏ ଓଏଏସ ସଙ୍ଘ ରାଜନୈତିକ ଦଳ ଦ୍ୱାରା ପରିଚାଳିତ ନା ଆଉ କିଛି ଅଛି ବୋଲି ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି। 

ଅଧିକ ପଢ଼ନ୍ତୁ:  ମୋବାଇଲ୍ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

Suresh Pujari | Manmohan Samal | BJP | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe