Odisha Assembly: ରାଜାଙ୍କୁ ଦେଖି ଅଟକିଗଲେ ରାଷ୍ଟ୍ରପତି: ସ୍ମୃତି ବଖାଣିଲେ ରାଜା ସ୍ବାଇଁ… କହିଲେ- ଆମର ଭାଇଭଉଣୀ ଭଳିଆ ସମ୍ପର୍କ ଥିଲା..

ଫଟୋ ସେସନକୁ ଯିବା ବେଳେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ମହାମହିମ ରାଷ୍ଟ୍ରପତି ରାଜା ସ୍ବାଇଁଙ୍କୁ ଦେଖି କିଛି ସମୟ ଅଟକିଯାଇଥିଲେ ଆଉ ତାଙ୍କ ସହ କଥା ହୋଇଥିଲେ । କହିଥିଲେ...

Raja swain

Raja swain Photograph: (sambad.in)

ଭୁବନେଶ୍ବର: ଓଡିଶା ବିଧାନଭାରେ ମହାମହିମ ରାଷ୍ଟ୍ରପତି । ଐତିହାସିକ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ପବିତ୍ର ଗୃହକୁ ସମ୍ବୋଧିତ କରିବା ଅବସରରେ ବିଧାନସଭା ପରିସରରେ ପହଞ୍ଚିଥିଲେ ମହାମହିମ । ଆଉ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଓ ପରେ ଫଟୋ ସେସନ ଆରମ୍ଭ ହୋଇଥିଲା । ଫଟୋ ସେସନକୁ ଯିବା ବେଳେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ମହାମହିମ ରାଷ୍ଟ୍ରପତି ରାଜା ସ୍ବାଇଁଙ୍କୁ ଦେଖି କିଛି ସମୟ ଅଟକିଯାଇଥିଲେ ଆଉ ତାଙ୍କ ସହ କଥା ହୋଇଥିଲେ ।

ଆହୁରି ପଢନ୍ତୁ- Odisha Assembly: ଓଡ଼ିଶା ବିଧାନସଭାରେ ଉଦ୍‌ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆମର ଭାଇ-ଭଉଣୀ ଭଳିଆ ସମ୍ପର୍କ ଥିଲା

ତେବେ ମହାମହିମ ରାଷ୍ଟ୍ରପତି, ରାଜା ସ୍ବାଇଁଙ୍କ ସହ କଣ କଥା ହେଲେ ଏବଂ ତାଙ୍କୁ ସେ କଣ କହିଲେ, ଗଣମାଧ୍ଯମ ଆଗରେ ବଖାଣିଛନ୍ତି ରାଜା ସ୍ବାଇଁ । କହିଛନ୍ତି- ମହାମହିମ ରାଷ୍ଟ୍ରପତି ମତେ କହିଲେ ତମେ ସବୁଠୁ ପୁରୁଣା । ଆମେ ଏକାଠି ବସୁଥିଲୁ । ସେ ମନ୍ତ୍ରୀ ଥିଲେ, ମୁଁ ବି ମନ୍ତ୍ରୀ ଥିଲି । ଆମର ଭାଇ-ଭଉଣୀ ଭଳିଆ ସମ୍ପର୍କ ଥିଲା । ମନ୍ତ୍ରିମଣ୍ଡଳରେ ଆମେ ଦୁଇ ସହକର୍ମୀ ଥିଲୁ । ମତେ ଦେଖି ସିଏ କହିଲେ, ଆପଣ ତ ସବୁଠାରୁ ସିନିୟର ମୋଷ୍ଟ ପର୍ସନ… ମୁଁ ବି କହିଲି ଆପଣ ବି ସିନିୟର ମୋଷ୍ଟ ସିଟିଜେନ୍ ଅଫ୍ ଦ କଣ୍ଟ୍ରି… ପୁରୁଣା ସ୍ମୃତି ଗୁଡାକ ସବୁ ତାଜା ହୋଇଗଲା ବୋଲି କହିଛନ୍ତି ରାଜା ସ୍ବାଇଁ । 

ଆହୁରି ପଢନ୍ତୁ- Odisha : ଓଡ଼ିଶାରେ ୧୦,୦୦୦ କୋଟି ନିବେଶରେ ଇଂଗଟ - ୱେଫର୍ସ ପ୍ଲାଣ୍ଟ ସ୍ଥାପନ ଲାଗି ଟାଟା ପାଓ୍ବାରର ଯୋଜନା

ତେବେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମଥର ପାଇଁ ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି । ବର୍ତ୍ତମାନ ବିଧାନସଭାରେ ପହଞ୍ଚି ସାରିଛନ୍ତି , କଡ଼ା ସୁରକ୍ଷା ଭିତରେ ବିଧାନସଭାରେ ପହଞ୍ଚିଛନ୍ତି ମହାମହିମ । ବିଧାନସଭାରେ ତାଙ୍କୁ ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଏହା ସହ କେନ୍ଦ୍ରମନ୍ତ୍ରୀ , ମନ୍ତ୍ରୀ ଓ ବିଧାୟକ ମଧ୍ୟ ସ୍ୱାଗତ କଲେ । ବିଧାନସଭାରେ ଅଭିଭାଷଣ ଦେବେ ମହାମହିମ । ତେବେ ପୂର୍ବରୁ କୌଣସି ରାଷ୍ଟ୍ରପତି ଓଡ଼ିଶା ବିଧାନସଭାରେ ଉଦବୋଧନ ଦେଇନଥିଲେ । ତେଣୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ସମସ୍ତ ବିଧାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe