Photograph: (Sambad )
ଭଦ୍ରକ (ହରିହର ନାୟକ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଭଦ୍ରକ ଜିଲ୍ଲାର ୧୪ଟି ରାସ୍ତା ନିର୍ମାଣ ଲାଗି ପୂର୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି ଲାଗି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏହିସବୁ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ରାସ୍ତା ପାଇଁ ମୋଟ ୮୨ କୋଟିରୁ ଅଧିକ ଟଙ୍କା ପ୍ରସ୍ତୁତ କରାଯାଇଥିଲା। ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ସବୁଜସଙ୍କେତ ପରେ ପୂର୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରଶାସନିକ ଅନୁମୋଦନ ଲାଭ କରିବ।
ବିଭାଗୀୟ ସୂଚନା ଅନୁଯାୟୀ ଭଦ୍ରକ ଗାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଚାନ୍ଦବାଲି ବ୍ଲକର ଦଶିଆବସାରୁ ରାମପୁର ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବ। ଏହି ରାସ୍ତା ପାଇଁ ୬ କୋଟି ୯୩ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଜିଛି। ଧାମନଗର ବ୍ଲକର ଜାହାଙ୍ଗୀର ଠାରୁ ସକାଇମ୍ମପୁର ଦେଇ କୃଷ୍ଣ ଦାସ ପୂରା ରାସ୍ତା ନିର୍ମାଣ ଲାଗି ୬ କୋଟି ୯୨ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ଚାନ୍ଦବାଲି ବ୍ଲକର ମତୋ ଚଉଧୁରୁ ଘାଟ ଠାରୁ କୁଆଁରିକାନ୍ତି, ନୂଆଗାଁ ରାସ୍ତା ପାଇଁ ୫ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କଟାଜିଛି। ଖେରଙ୍ଗରୁ ଶାଶୁ ଭୁଆସୁଣୀ ରାସ୍ତା ନିର୍ମାଣ ପାଇଁ ୮ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଜିଛି। କୌଡ଼ିଆପାଲ ରୁ ଖୁଣ୍ଟା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୫ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ବୁଦ୍ଧି ଛକରୁ ରାଉଳପଦା ରାସ୍ତା ନିର୍ମାଣ ପାଇଁ ୫ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି।
ଆହୁରି ପଢ଼ନ୍ତୁ: BJD's health has deteriorated: ବିଗିଡ଼ିଲାଣି ବିଜେଡି ସ୍ବାସ୍ଥ୍ୟ: କାହା ବୋଲ ମାନୁନାହାନ୍ତି, ନୂଆପଡ଼ା ପରେ ଭଦ୍ରକ ଝଟକା
ଡିପିଆର ପାଇଁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ
ସେହିପରି ବିଡିଓ ବନ୍ଧରୁ ପୂର୍ବପଲ୍ଲୀ ରାସ୍ତା ନିର୍ମାଣ ପାଇଁ ୧୧ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଅପର୍ତ୍ତିପୁର କାଳୀଗଡ଼ିଆରୁ ଶ୍ରୀ ରାମଗଡ଼ିଆ ରାସ୍ତା ନିର୍ମାଣ ଲାଗି ୫ କୋଟି ୧୦ ଲକ୍ଷ ଟଙ୍କା, ସୁଦର୍ଶନ ପୁରରୁ ବାରାପୁର ଲକ୍ଷ୍ମୀମଣ୍ଡପ ରାସ୍ତା ନିର୍ମାଣ ଲାଗି ୪ କୋଟି ୭୯ ଲକ୍ଷ ଟଙ୍କା, ଭଦ୍ରକ ସଦର ବ୍ଲକ ହରିପୁରରୁ ସଇଦାବାଦ ରାସ୍ତା ନିର୍ମାଣ ପାଇଁ ୫ କୋଟି ୯୮ ଲକ୍ଷ ଟଙ୍କା ବରାଦ ହୋଇଛି। ଧାମନଗର ବ୍ଲକର କଟସାହି ବଉତରପାଳରୁ ତୋରାବନ୍ତିଆ ପୋଲ ଯାଏ ରାସ୍ତା ନିର୍ମାଣ ଲାଗି ୫ କୋଟି ୫ ଲକ୍ଷ ଟଙ୍କା ଓ ବିରୁହାଁରୁ ସୋଦ ଯାଏ ରାସ୍ତା ନିର୍ମାଣ ପାଇଁ ୬ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଜାଇଛି। ବନ୍ତ ବ୍ଲକର ଆର୍ ଡି ଡିଭିଜନ-୧ ଅଧୀନରେ ବାଙ୍କତିରାରୁ ସରମରା ଭାୟା ତୁମ୍ଭାପଦି ଯାଏ ରାସ୍ତା ନିର୍ମାଣ ପାଇଁ ୪ କୋଟି ୬୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏହିସବୁ ରାସ୍ତାକୁ ଅନ୍ତର୍ଭୁକ୍ତ କରାଯାଇଛି।।ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପୂର୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଅନୁମୋଦନ ପାଇଁ ପଠାଯିବ। ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ଠିକାସଂସ୍ଥା ନିଯୁକ୍ତି କରାଯିବ। ଏହି କାର୍ଯ୍ୟ ତ୍ୱରିତ ବେଗରେ କରାଯିବା ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ସବୁ ରାସ୍ତା କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ଆହୁରି ପଢ଼ନ୍ତୁ: Modi-Trump Talks : ମୋଦୀ-ଟ୍ରମ୍ପ ଟେଲିଫୋନ ଆଲୋଚନା, ବାଣିଜ୍ୟ ଚୁକ୍ତି ଉପରେ ସହମତି ସମ୍ଭାବନା
Follow Us