Odisha Pharma Summit 2025: ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫: ୬୨୬୩ କୋଟିର ଏମ୍‌ଓୟୁ ସ୍ବାକ୍ଷର

Advertisment

ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ରେ ୬୨୬୩ କୋଟି ଟଙ୍କାର ୪୫ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର....

ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ରେ ୬୨୬୩ କୋଟି ଟଙ୍କାର ୪୫ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର....

sfhhfshfsbxvbv

ଭୁବନେଶ୍ବର: ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ରେ ୬୨୬୩ କୋଟି ଟଙ୍କାର ୪୫ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ପାଇଁ ୨୬୮୧ କୋଟି ଟଙ୍କାର ୩୨ଟି ଏବଂ  ମେଡିକାଲ୍ ଉପକରଣ କ୍ଷେତ୍ରରେ ୫୮୨ ‌କୋଟି ଟଙ୍କାର ୧୨ଟି ବୁଝାମଣାପତ୍ର ‌ସ୍ବାକ୍ଷର କରାଯାଇଛି। ଏଥି ସହିତ ୩୦୦୦ କୋଟି ଟଙ୍କା ନିବେଶରେ ଏକ ଲ୍ୟାଣ୍ଡମାର୍କ ଶିଳ୍ପ ପାର୍କ ସ୍ଥାପନ ପାଇଁ ମଧ୍ୟ ବୁଝାମଣା ହୋଇଛି। ଏହି ସମସ୍ତ ପ୍ରକଳ୍ପ ଦ୍ବାରା ରାଜ୍ୟରେ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ବ୍ୟତୀତ ସମ୍ମିଳନୀରେ ୭୮୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଧ୍ୟ ଆସିଥିଲା।

Messi in 'Bantaara: ଶ୍ରୀ ଅନନ୍ତ ଅମ୍ବାନୀଙ୍କ ସହ ‘ବନତାରା’ରେ ମେସି

ଖୋର୍ଦ୍ଧାରେ ଫାର୍ମା ପାର୍କ ଓ ମେଡିକାଲ୍ ଡିଭାଇସ୍‌ ପାର୍କର ଶିଳାନ୍ୟାସ
ଫାର୍ମାରେ ଓଡ଼ିଶା ନୂତନ ଶିଖର ଛୁଇଁବ: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ଓ ଫିକି ସହଯୋଗରେ ଆୟୋଜିତ ଏହି ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶାକୁ ନିବେଶକମାନଙ୍କ ପ୍ରଥମ ପସନ୍ଦର ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ପୁଞ୍ଜିନିବେଶ ପାଇଁ ଏହା ବର୍ତ୍ତମାନ ଦେଶର ସବୁଠାରୁ ଉତ୍କୃଷ୍ଟ ରାଜ୍ୟ ମଧ୍ୟରୁ ଗୋଟିଏ। ଅନ୍ୟାନ୍ୟ ଶିଳ୍ପ ସହିତ ଔଷଧ ଉତ୍ପାଦନରେ ଓଡ଼ିଶାକୁ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ। ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା ଫାର୍ମା ‌କ୍ଷେତ୍ରରେ ଶିଖର ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମାଝୀ ଓଡ଼ିଶା ଫାର୍ମାସ୍ୟୁଟିକାଲ୍ ଓ ମେଡିକାଲ ଉପକରଣ ନୀତି ୨୦୨୫କୁ ଉନ୍ମୋଚନ କରିଥିଲେଏବଂ ଖୋର୍ଦ୍ଧାଠାରେ ଫାର୍ମା ପାର୍କ ଓ ମେଡିକାଲ୍ ଡିଭାଇସ୍ ପାର୍କର ଶିଳାନ୍ୟାସ ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ପ୍ରଗତିଶୀଳ ନୀତି, ସମର୍ପିତ ଶିଳ୍ପ ପାର୍କ, ଦକ୍ଷ ମାନବ ସମ୍ବଳ ସହିତ ଓଡ଼ିଶା ବର୍ତ୍ତମାନ ଔଷଧ ଓ ଚିକିତ୍ସା ଉପକରଣ ନିର୍ମାତାଙ୍କ ପାଇଁ ଏକ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିବ।

Messi in 'Bantaara: ଶ୍ରୀ ଅନନ୍ତ ଅମ୍ବାନୀଙ୍କ ସହ ‘ବନତାରା’ରେ ମେସି

ସମ୍ମିଳନୀରେ ଇନ୍‌ଫୁନେକ୍ସ, ଅରବିନ୍ଦ ଫାର୍ମା, ଗ୍ରାନୁଲ୍‌ସ ଲାଇଫସାଇନ୍‌ସେସ୍‌, ମ୍ୟାକ୍‌ଲିଓଡ୍‌ସ ଫାର୍ମାସ୍ୟୁଟିକାଲ୍‌ସ, ବାୟୋଲୋଜିକାଲ୍ ଇ. ଲିମିଟେଡ୍‌, ଫାର୍ମେକ୍ସସିଲ୍‌, ଭ୍ୟାକ୍ସିନ୍ ଓ ସିପ୍‌ଲା ଭଳି ଅଗ୍ରଣୀ ଫାର୍ମା କମ୍ପାନିର ପ୍ରତିନିଧି କ୍ଷେତ୍ରଭିତ୍ତିକ ଅଧିବେଶନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ସାମ୍ନା-ସାମ୍ନି ବୈଠକରେ ଭାଗ ନେଇଥିଲେ। ଏହି ଅବସରରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କମିସନର ତଥା ସଚିବ ଅଶ୍ୱତୀ ଏସ୍ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe