odisha police: ଓଡ଼ିଶା ପୁଲିସର ଅପରେସନ୍‌ ଅନ୍ୱେଷଣ-୨: ଘରକୁ ଫେରିଲେ ୫୪୫୧ ନିଖୋଜ, ପୁରୀ ଜିଲ୍ଲାର ସର୍ବାଧିକ ଉଦ୍ଧାର

Advertisment

ରାଜ୍ୟରେ ନିଖୋଜ ହୋଇଯାଇଥିବା ୫୪୫୧ ଜଣ ମହିଳା ଓ ଶିଶୁ ନିଜ ଘରକୁ ଫେରିଛନ୍ତି। ଓଡ଼ିଶା ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ‘ଅପରେସନ୍ ଅନ୍ୱେଷଣ–୨’ ମାଧ୍ୟମରେ ଏହି ନିଖୋଜଙ୍କୁ ଉଦ୍ଧାର କରାଯାଇଛି।

ରାଜ୍ୟରେ ନିଖୋଜ ହୋଇଯାଇଥିବା ୫୪୫୧ ଜଣ ମହିଳା ଓ ଶିଶୁ ନିଜ ଘରକୁ ଫେରିଛନ୍ତି। ଓଡ଼ିଶା ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ‘ଅପରେସନ୍ ଅନ୍ୱେଷଣ–୨’ ମାଧ୍ୟମରେ ଏହି ନିଖୋଜଙ୍କୁ ଉଦ୍ଧାର କରାଯାଇଛି।

odisha police

କଟକ: ରାଜ୍ୟରେ ନିଖୋଜ ହୋଇଯାଇଥିବା ୫୪୫୧ ଜଣ ମହିଳା ଓ ଶିଶୁ ନିଜ ଘରକୁ ଫେରିଛନ୍ତି। ଓଡ଼ିଶା ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ‘ଅପରେସନ୍ ଅନ୍ୱେଷଣ–୨’ ମାଧ୍ୟମରେ ଏହି ନିଖୋଜଙ୍କୁ ଉଦ୍ଧାର କରାଯାଇଛି। ତେବେ ଥାନା ପୁଲିସ ଓ ରେଳବାଇ ପୁଲିସର ମିଳିତ ଉଦ୍ୟମରେ ଏମାନଙ୍କୁ ଉଦ୍ଧାର କରାଯାଇଥିଲା। ପୁରୀ ଜିଲ୍ଲାର ସର୍ବାଧିକ ନିଖୋଜ ଏହି ଅଭିଯାନରେ ଉଦ୍ଧାର ହୋଇଛନ୍ତି। ଜାନୁଆରି ୨୧ରୁ ୩୦ ଭିତରେ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ‘ଅପରେସନ୍ ଅନ୍ୱେଷଣ–୨’ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଞ୍ଚଳ ପୁଲିସ ସକ୍ରିୟ ଭାବେ ସାମିଲ ହୋଇ ରେକର୍ଡ ସଂଖ୍ୟକ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଏଥିରେ ୭୭ ଜଣ ନାବାଳକ, ୭୦୯ ଜଣ ନାବାଳିକା ଓ ୪୬୬୫ ଜଣ ମହିଳା ଅଛନ୍ତି। 

ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ

ପୁରୀ ଜିଲ୍ଲା ପୁଲିସ ସର୍ବାଧିକ ୬୧୩ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ବେଳେ କଟକ ଜିଲ୍ଲା ୫୦୧ ଜଣ, ଭଦ୍ରକ ଜିଲ୍ଲା ୪୨୯ ଜଣଙ୍କୁ ଉଦ୍ଧାର କରିଛି। ସେହିପରି ଗଞ୍ଜାମ ଜିଲ୍ଲା ୪୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାର ୩୪୬ ଜଣ, ଯାଜପୁର ଜିଲ୍ଲାର ୨୭୧ ଜଣ, ବରଗଡ଼ର ୨୩୬ ଜଣ, ଅନୁଗୁଳର ୨୧୦ ଜଣ, ଢେଙ୍କାନାଳର ୨୦୬ ଜଣ, ଜଗତସିଂପୁରର ୧୭୭ ଜଣ, ନୂଆପଡ଼ାର ୧୭୩ ଜଣ, ବ୍ରହ୍ମପୁରର ୧୭୦ ଜଣ, କେନ୍ଦୁଝରର ୧୬୧ ଜଣ, ସୁନ୍ଦରଗଡ଼ର ୧୩୫ ଜଣ, କଟକ ସହରାଞ୍ଚଳର ୧୩୪ ଜଣ, କଳାହାଣ୍ଡିର ୧୩୩ ଜଣ, ନୟାଗଡ଼ର ୧୨୭ ଜଣ, ବାଲେଶ୍ୱରର ୧୨୫ ଜଣ, ମୟୂରଭଞ୍ଜର ୧୧୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି। ଜିଲ୍ଲା ପୁଲିସ, ରେଳବାଇ ପୁଲିସ ଓ ସହରାଞ୍ଚଳ ପୁଲିସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପୁଲିସ ଡିଜି ଶ୍ରୀ ଖୁରାନିଆ ଓଡ଼ିଶା ପୁଲିସର ଏହି ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ମଧ୍ୟ  ଏପରି ଅଭିଯାନକୁ ଜୋର୍‌ଦାର କରାଯିବ ବୋଲି କହିଛନ୍ତି।

Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe