Advertisment

Mobile: ମୋବାଇଲ୍‌ରେ ଓଡ଼ିଶାବାସୀଙ୍କ ଘଣ୍ଟାକୁ ଖର୍ଚ୍ଚ କୋଟିଏ: ୨୦୨୫ରେ କମ୍ପାନିଙ୍କ ଆୟ ୮୭୨୯ କୋଟି

Advertisment

ଓଡ଼ିଶାର ମୋବାଇଲ ଫୋନ ଗ୍ରାହକମାନଙ୍କ ଠାରୁ ଟେଲିକମ୍‌ କମ୍ପାନିଗୁଡ଼ିକ ୨୦୨୫ ମସିହାରେ ପ୍ରାୟ ୮୭୨୯ କୋଟି ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଜାନୁଆରି-ମାର୍ଚ୍ଚ....

ଓଡ଼ିଶାର ମୋବାଇଲ ଫୋନ ଗ୍ରାହକମାନଙ୍କ ଠାରୁ ଟେଲିକମ୍‌ କମ୍ପାନିଗୁଡ଼ିକ ୨୦୨୫ ମସିହାରେ ପ୍ରାୟ ୮୭୨୯ କୋଟି ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଜାନୁଆରି-ମାର୍ଚ୍ଚ....

mobile

ଭୁବନେଶ୍ବର: ଓଡ଼ିଶାର ମୋବାଇଲ ଫୋନ ଗ୍ରାହକମାନଙ୍କ ଠାରୁ ଟେଲିକମ୍‌ କମ୍ପାନିଗୁଡ଼ିକ ୨୦୨୫ ମସିହାରେ ପ୍ରାୟ ୮୭୨୯ କୋଟି ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଜାନୁଆରି-ମାର୍ଚ୍ଚ ଅବଧିରେ ଟେଲିକମ୍‌ କମ୍ପାନିଙ୍କ ରାଜସ୍ବ ୨୨୩୪ କୋଟି ଟଙ୍କା ଥିବାବେଳେ ଦ୍ବିତୀୟ ତ୍ରୟମାସରେ ୨୦୯୫ କୋଟି, ତୃତୀୟ ତ୍ରୟମାସରେ ୨୨୦୦ କୋଟି ଏବଂ ଚତୁର୍ଥ ତ୍ରୟମାସରେ ୨୨୦୦ କୋଟି ଟଙ୍କା ରହିଛି ବୋଲି ଟ୍ରାଇ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି। ଅନ୍ୟ ଅର୍ଥରେ ଦେଖିଲେ ଓଡ଼ିଶାବାସୀ ମୋବାଇଲ ଫୋନ ସେବା ବାବଦରେ ଦିନକୁ ପ୍ରାୟ ୨୪ କୋଟି  ବା ଘଣ୍ଟାକୁ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ଟ୍ରାଇ ତଥ୍ୟରୁ ଜଣାଯାଇଛି ଯେ ଓଡ଼ିଶାରେ ମୋବାଇଲ ସେବା ପ୍ରଦାନକାରୀମାନଙ୍କ ମଧ୍ୟ‌ରେ ୨୦୨୫ରେ ଜିଓ ସର୍ବାଧିକ ୪୪୭୦ କୋଟି ଆଦାୟ କରିଛି। ଏହା ପଛକୁ ଏୟାରଟେଲ୍‌ ୩୨୬୯ କୋଟି, ବିଏସ୍‌ଏନ୍‌ଏଲ୍‌ ୭୬୦ କୋଟି, ଭୋଡାଫୋନ ଆଇଡିଆ ୨୧୨ କୋଟି ଏବଂ ଟାଟା ଟେଲି ପ୍ରାୟ ୧୮ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛି। ଗତ ‌ଅକ୍ଟୋବର-ଡିସେମ୍ବର ଅବଧିରେ ରାଜ୍ୟରେ ଟେଲିକମ୍‌ କମ୍ପାନିଗୁଡ଼ିକ ମୋବାଇଲ ଫୋନ ସେବା ବାବଦରେ ଯେଉଁ ୨୨୦୦ କୋଟି ଟଙ୍କା ଆଦାୟ କରିଛନ୍ତି ସେଥିରୁ ଜିଓ ୧୧୫୧.୨୮ କୋଟି, ଏୟାରଟେଲ ୮୨୨.୬୭ କୋଟି, ବିଏସ୍‌ଏନ୍‌ଏଲ୍‌ ୧୬୭.୨୮ କୋଟି, ଭୋଡାଫୋନ ଆଇଡିଆ ୫୪.୫୭ କୋଟି ଏବଂ ଟାଟା ଟେଲି ୪.୪୯ କୋଟି ଟଙ୍କା ଆଦାୟ କରିଛି।

Weekly Horoscope 2026 March 1 To 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ

୨୦୨୪-୨୫ ଆର୍ଥିକବର୍ଷର ତୃତୀୟ ତ୍ରୟମାସରେ ମୋବାଇଲ ଫୋନ ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ ରାଜ୍ୟରେ ୨୦୬୫ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିଲେ। ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୟମାସରେ ସେଥିରେ ୧୩୫ କୋଟି ଟଙ୍କା ବା ୬.୫ ପ୍ରତିଶତ ବୃଦ୍ଧି ହୋଇଛି। ରାଜସ୍ବ ବଜାରଅଂଶ ଦୃଷ୍ଟିରୁ ଜିଓ ୫୨.୩୨ ପ୍ରତିଶତ ହାତେଇଥିବାବେଳେ ଏୟାରଟେଲ ୩୭.୩୮ ପ୍ରତିଶତ, ବିଏସ୍‌ଏନ୍‌ଏଲ୍‌ ୭.୬୦ ପ୍ରତିଶତ, ଭୋଡାଫୋନ ଆଇଡିଆ ୨.୪୮ ପ୍ରତିଶତ ଏବଂ ଟାଟା ଟେଲି ୦.୨ ପ୍ରତିଶତ ବଜାରଅଂଶ ପାଇପାରିଛି। ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ଗତ ଡିସେମ୍ବର ସୁଦ୍ଧା ୩ କୋଟି ୭୨ ଲକ୍ଷ ୬୨ ହଜାର ୨୯୮ରେ ପହଞ୍ଚିଛି। ସେଥିରୁ ଜିଓର ଗ୍ରାହକ ସଂଖ୍ୟା ୧,୭୨,୫୪,୧୩୮ ଥିବାବେଳେ ଏୟାରଟେଲର ୧,୨୯,୯୯,୮୧୯, ବିଏସ୍‌ଏନ୍‌ଏଲ୍‌ର ୫୫,୧୮,୩୫୪ ଏବଂ ଭୋଡାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ୧୪,୮୯,୯୮୭ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe