Womens Blind T20 WorldCup: ଓଡ଼ିଶା ଫେରିଲେ ବିଶ୍ବ ବିଜୟିନୀ: ୪ ସୁନାଝିଅଙ୍କୁ ସମ୍ବର୍ଦ୍ଧିତ କଲେ, ୧୧ ଲକ୍ଷ ଲେଖାଏଁ ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ

ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ରାଶି ପ୍ରଦାନ କରାଯାଇଛି

T20 World Cup Champions

T20 World Cup Champions Photograph: (sambad.in)

ଭୁବନେଶ୍ବର: ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ୪ ଖେଳାଳି ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ, ଏବଂ ବାସନ୍ତୀ ହାଁସଦା ଓଡିଶା ପାଇଁ ଗର୍ବ ଆଣିଥିବା ବେଳେ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଆହୁରି ପଢନ୍ତୁ- Vande Mataram : ସଂସଦରେ ହେବ ‘ବନ୍ଦେ ମାତରମ୍’ ଉପରେ ବିତର୍କ

ତେବେ ୪ ସୁନାଝିଅଙ୍କୁ ସମ୍ମାନିତ କରିବା ସହ ମୁଖ୍ଯମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି-

ଆଜି ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫ର ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ଜଣ ସୁକନ୍ୟାଙ୍କୁ ସମ୍ବର୍ଦ୍ଧିତ କଲି।  ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ, ଏବଂ ବାସନ୍ତୀ ହାଁସଦାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ଓ ରାଜ୍ୟ ପାଇଁ ଅତୁଳନୀୟ ଗୌରବ ଆଣିଛି। ସେମାନଙ୍କର ଏହି ମହାନ ସଫଳତା ପାଇଁ ପ୍ରତ୍ୟେକଙ୍କୁ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି।ଆପଣମାନଙ୍କର ନିଷ୍ଠା, ଅଧ୍ୟବସାୟ ଓ ଖେଳ ପ୍ରତି ଥିବା ଦୃଢ଼ ଇଚ୍ଛାଶକ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ। ଆପଣମାନଙ୍କ ସଫଳତା ପ୍ରମାଣ କରେ ଯେ ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ସବୁ ବାଧାବିଘ୍ନକୁ ଅତିକ୍ରମ କରିହେବ। ମୁଁ ଆଶା କରୁଛି, ଏହି ବିଜୟ ଯାତ୍ରା ଆତ୍ମବିଶ୍ୱାସ ସହ ଆଗକୁ ମଧ୍ୟ ଜାରି ରହୁ। ଖେଳ ଜଗତରେ ଓଡ଼ିଶାର ନାମକୁ ଏହିପରି ଉଜ୍ଜ୍ୱଳ କରି ଚାଲନ୍ତୁ। ସମସ୍ତଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।

ଆହୁରି ପଢନ୍ତୁ- Human trafficking case: ୩୪୮ ଜଣ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ମାନବ ଚାଲା‌ଣ କରାଯାଇଛି: ମୁଖ୍ୟମନ୍ତ୍ରୀ

ସେହିପରି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବି ଓଡିଶାକୁ ଗୌରବ ଆଣି ଦେଇଥିବା ଖେଳାଳିଙ୍କ ସହ ଫଟୋ ସେୟାର କରିଛନ୍ତି ଆଉ ଲେଖିଛନ୍ତି-

ପ୍ରଥମ ଦୃଷ୍ଟିହୀନ T-20 ବିଶ୍ବକପ୍-୨୦୨୫ ଚାମ୍ପିଅନସ ଟିମର ପ୍ରତିଭାବାନ୍ ଓଡ଼ିଆ କ୍ରିକେଟର ଫୁଲ ସୋରେନ, ବାସନ୍ତୀ ହାଁସଦା, ଯମୁନା ରାଣୀ ଟୁଡୁ ଓ ପାର୍ବତୀ ମାର୍ଣ୍ଡି ଉତ୍ତମ ଖେଳ ପ୍ରଦର୍ଶନ କରି ଦେଶ ଓ ରାଜ୍ଯ ପାଇଁ ଗୌରବ ଆଣି ଦେଇଛନ୍ତି। ଆଜି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ଏହି ବିଜୟ ପାଇଁ ସେମାନଙ୍କୁ ପୁରସ୍କୃତ କରିଛନ୍ତି ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe