Womens Blind T20 WorldCup: ଓଡ଼ିଶା ଫେରିଲେ ବିଶ୍ବ ବିଜୟିନୀ: ୪ ସୁନାଝିଅଙ୍କୁ ସମ୍ବର୍ଦ୍ଧିତ କଲେ, ୧୧ ଲକ୍ଷ ଲେଖାଏଁ ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ

Advertisment

ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ରାଶି ପ୍ରଦାନ କରାଯାଇଛି

ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ରାଶି ପ୍ରଦାନ କରାଯାଇଛି

T20 World Cup Champions

T20 World Cup Champions Photograph: (sambad.in)

ଭୁବନେଶ୍ବର: ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ୪ ଖେଳାଳି ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ, ଏବଂ ବାସନ୍ତୀ ହାଁସଦା ଓଡିଶା ପାଇଁ ଗର୍ବ ଆଣିଥିବା ବେଳେ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଆହୁରି ପଢନ୍ତୁ- Vande Mataram : ସଂସଦରେ ହେବ ‘ବନ୍ଦେ ମାତରମ୍’ ଉପରେ ବିତର୍କ

ତେବେ ୪ ସୁନାଝିଅଙ୍କୁ ସମ୍ମାନିତ କରିବା ସହ ମୁଖ୍ଯମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି-

ଆହୁରି ପଢନ୍ତୁ- Human trafficking case: ୩୪୮ ଜଣ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ମାନବ ଚାଲା‌ଣ କରାଯାଇଛି: ମୁଖ୍ୟମନ୍ତ୍ରୀ

ସେହିପରି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବି ଓଡିଶାକୁ ଗୌରବ ଆଣି ଦେଇଥିବା ଖେଳାଳିଙ୍କ ସହ ଫଟୋ ସେୟାର କରିଛନ୍ତି ଆଉ ଲେଖିଛନ୍ତି-

ପ୍ରଥମ ଦୃଷ୍ଟିହୀନ T-20 ବିଶ୍ବକପ୍-୨୦୨୫ ଚାମ୍ପିଅନସ ଟିମର ପ୍ରତିଭାବାନ୍ ଓଡ଼ିଆ କ୍ରିକେଟର ଫୁଲ ସୋରେନ, ବାସନ୍ତୀ ହାଁସଦା, ଯମୁନା ରାଣୀ ଟୁଡୁ ଓ ପାର୍ବତୀ ମାର୍ଣ୍ଡି ଉତ୍ତମ ଖେଳ ପ୍ରଦର୍ଶନ କରି ଦେଶ ଓ ରାଜ୍ଯ ପାଇଁ ଗୌରବ ଆଣି ଦେଇଛନ୍ତି। ଆଜି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ଏହି ବିଜୟ ପାଇଁ ସେମାନଙ୍କୁ ପୁରସ୍କୃତ କରିଛନ୍ତି ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe