Body left at health centre for 18 hours Photograph: (sambad.in)
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମରେ ଶୁକ୍ରବାର ରାତ୍ର ୯ ଘଣ୍ଟ ସମୟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ କେରଣ୍ଡି ଗ୍ରାମର ଲୋକନାଥ ନାୟକ (୪୦) ବୋଲି ଜଣା ପଡିଛି।
ଏନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ଛନ୍ତି। ତେବେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କେରଣ୍ଡି ଗ୍ରାମର ଲୋକନାଥ ନାୟକଙ୍କ ଶବ ଦୀର୍ଘ ୧୮ ଘଣ୍ଟା ଧରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଡି ରହିଥିଲା ।
ଆହୁରି ପଢ଼ନ୍ତୁ:Superstition: ଅନ୍ଧବିଶ୍ଵାସ: ରୋଗୀଙ୍କୁ ଜୋତା ଶୁଙ୍ଘାଇଲେ ପୁଲିସ ବାବୁ, ଫଟୋ ଉଠାଉଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର
ଫଳରେ ସ୍ବାସ୍ଥ୍ୟ କର୍ମଚାରୀ, ମେଡିକାଲ ଅନ୍ତେବାସୀ ଓ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ସୂଚନା ଅନୁଯାଇ ଶୁକ୍ରବାର ଦିନ କେରଣ୍ଡି ଗ୍ରାମର ଲୋକନାଥ ନାୟକ(୪୦) ଓ ଭଦର ଭତରା( ୨୨) ଏକ ବାଇକରେ ଡାବୁଗାଁ ନିକଟ ମହେନ୍ଦ୍ରି ଗ୍ରାମରେ ମଜୁରି କରିବାକୁ ଆସି ରାତ୍ର ପୁଣି ନିଜ ଗ୍ରାମକୁ ଯିବା ସମୟରେ ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡରେ ପଡ଼ିବାରୁ ଲୋକନାଥ ଓ ଭଦର ବାଇକ୍ ରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ଦୁଇ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ତେବେ ଡାକ୍ତର ସେଠାରେ ଲୋକନାଥଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଭଦର ଭତରାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଏନେଇ ମୃତ ଲୋକନାଥ ର ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଥିଲେ। ତେବେ ମୃତଦେହକୁ ବ୍ୟବଚ୍ଛେଦ କରା ନ ଯାଇ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଦୀର୍ଘ ୧୮ ଘଣ୍ଟା ରଖା ଯାଇଥିଲା।
ଆହୁରି ପଢ଼ନ୍ତୁ:Thailand-Cambodia War : F-16 ମାଧ୍ୟମରେ କାମ୍ବୋଡିଆ ଉପରେ ଥାଇଲ୍ୟାଣ୍ଡର ଏୟାରଷ୍ଟ୍ରାଇକ୍
ବ୍ୟବଚ୍ଛେଦ ପାଇଁ ପଡ଼ି ରହିଲା ମୃତଦେହ
ଗତକାଲି ଶୁକ୍ରବାର ରାତ୍ର ୯ ଘଣ୍ଟା ରୁ ଶନିବାର ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ପଡି ରହିବା ପରେ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା । ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
Follow Us