ଭୁବନେଶ୍ବର: ୨୦୨୭ ମସିହାରେ ରାଜ୍ୟରେ ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ ହେବ। ଏହା ପୂର୍ବରୁ ରାଜ୍ୟରେ ନୂତନ ପଞ୍ଚାୟତ ଓ ବ୍ଲକ୍‌ ପୁନର୍ଗଠନ ନେଇ ସରକାର ବିଚାର କରୁଛନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଭାଗର ଅତିରିକ୍ତ ବଜେଟ୍‌ର ଖର୍ଚ୍ଚ ଦାବି ଆଲୋଚନାବେଳେ ମନ୍ତ୍ରୀ କହିଛନ୍ତି, ୨୦୨୭ ସୁଦ୍ଧା ସମସ୍ତ ଗାଁରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୭ଟି ମେଗା ପ୍ରକଳ୍ପରୁ ୨୫ଟି ସଂପୂର୍ଣ୍ଣ ହୋଇଥିବାବେଳେ ୧୮୨ଟିର କାମ ଚାଲିଛି। ଏହି ଅବସରରେ ମନ୍ତ୍ରୀ କହିଥିଲେ, ଲୋକ ଦାଦନ ଖଟୁଛନ୍ତି, ଗରିବ ଅଛନ୍ତି ବୋଲି ବିଧାୟକମାନେ କହୁଛନ୍ତି। ହେଲେ କାହିଁକି ଅଛନ୍ତି ତା’ର କାରଣ ଖୋଜୁନାହାନ୍ତି।

Advertisment

BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ

୯ଟି ଦାଦନ ପ୍ରବଣ ଜିଲ୍ଲାରେ ୪ବର୍ଷ ପାଇଁ ବର୍ଷକୁ ୩୦୦ ଦିନ ଲେଖାଏଁ କାମ ମିଳିବ

ଲୋକମାନେ ଗରିବ କାରଣ, ସେମାନଙ୍କ ନିକଟରେ ସରକାରଙ୍କ ଯୋଜନା ପହଞ୍ଚିପାରୁନି କି ଲୋକପ୍ରତିନିଧି ଏ ନେଇ ଲୋକଙ୍କୁ ଜଣାଉନାହାନ୍ତି। ଆମ ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଦାଦନମୁକ୍ତ କରିବା। ଏଥିପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଶ୍ରମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦାଦନପ୍ରବଣ ୯ଟି ଜିଲ୍ଲାରେ ୩୦୦ଦିନ କାମ ଦିଆଯିବ। ଏହା ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ। ପ୍ରଥମ ୧୦୦ ଦିନ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧିସୂଚିତ ମଜୁରି ହାରକୁ ଛାଡ଼ି ପ୍ରତି ଶ୍ରମ ଦିବସ ପିଛା ୯୮ ଟଙ୍କାର ଅତିରିକ୍ତ ଟପ୍ ଅପ୍ ମଜୁରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବ। ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ପରେ ଅତିରିକ୍ତ ୨୦୦  ଦିନର କାର୍ଯ୍ୟ ଦିବସ ପାଇଁ ବର୍ଦ୍ଧିତ ହାରରେ (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧିସୂଚିତ ମଜୁରି + ଟପ୍‌ ଅପ୍) ମଜୁରି ରାଜ୍ୟ ସରକାର ବହନ କରିବେ।

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ସେହିପରି ପ୍ରତି ଗାଁକୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୧୫ ଲକ୍ଷ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୧୦ ଲକ୍ଷ ଟଙ୍କା ଦିଆଯିବ। ଏଥିରେ ଖେଳ ପଡ଼ିଆ, ଗାଁ ହାଟ ଆଦି ନିର୍ମାଣ କରାଯିବ। ସବୁ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ନିଷ୍ପତ୍ତି ହୋଇଛି। ୩ ହଜାରରୁ ଅଧିକ ଗାଁ ଚିହ୍ନଟ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକ ଥିବା ୧୭୦୨ଟି ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ପିଚୁ ରାସ୍ତା ନିର୍ମାଣ କରାଯିବ। ବାକି ଗାଁକୁ ପଞ୍ଚାୟତିରାଜ ବିଭାଗ ରାସ୍ତା ନିର୍ମାଣ କରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ପ୍ରାରମ୍ଭିକ ହିସାବରେ ୩୭.୮୯ ଲକ୍ଷ ଲୋକଙ୍କୁ ଚିହ୍ନଟ କରାଯାଇଛି। ତଦନ୍ତ ଶେଷ ପରେ ଯୋଗ୍ୟ ପରିବାରଙ୍କୁ ପର୍ଯ୍ୟାୟକ୍ରମେ ଘର ଯୋଗାଇ ଦିଆଯିବ।