ବନ୍ୟାଞ୍ଚଳ ବୁଲି ଦେଖିଲେ ପିସିସି ପ୍ରତିନିଧି ଦଳ

ଦଶରଥପୁର ବ୍ଲକରେ ବୈତରଣୀ ନଦୀରେ ବନ୍ୟା ଆସିବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୁରୁବାର ବନ୍ୟା ଅଞ୍ଚଳ ବୁଲି ପିସିସି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସମସ୍ୟା ପଚାରି ବୁଝିଛନ୍ତି...

PCC delegation visits flood-hit areas

PCC delegation visits flood-hit areas Photograph: (sambad.in)

ଦଶରଥପୁର: ଦଶରଥପୁର ବ୍ଲକରେ ବୈତରଣୀ ନଦୀରେ ବନ୍ୟା ଆସିବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୁରୁବାର ବନ୍ୟାଞ୍ଚଳ ବୁଲି ପିସିସି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସମସ୍ୟା ପଚାରି ବୁଝିଛନ୍ତି।  ବିଧାନସଭା ଜଳସମ୍ପଦ ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ସଭ୍ୟ, ତଥା ବାସୁଦେବପୁର କଂଗ୍ରେସ ବିଧାୟକ ଅଶୋକ ଦାସ, ମୁଖପାତ୍ର, ସୁଧାଂଶୁ ଦେଓଙ୍କ ସମେତ ସ୍ଥାନୀୟ ନେତୃତ୍ୱ ବନ୍ୟା ଅଞ୍ଚଳ ବୁଲିଦେଖିବା ସହିତ ସ୍ଥାନୀୟ ବନ୍ୟା ପୀଡିତଙ୍କ ସହ ଆଲୋଚନା କରିଛନ୍ତି।,

କାଣୀ ନଦୀରେ ଧସିଥିବା ବନ୍ଧ, ଘଳିଆ, ବନ୍ଧ ବୁଡ଼ି ବନ୍ୟା ଜଳ ପ୍ରବାହିତ ହେଉଥିବା ସ୍ଥାନ କମାଳପୁର, ପଞ୍ଚପଡା, ବ୍ରହ୍ମଚାରୀପାଟଣା, ମାଲିକାପୁର, କଣ୍ଟାପଡା, ହଜିନଗାର ଆଦି ସ୍ଥାନ ବୁଲି ବନ୍ୟା ପୀଡିତଙ୍କ ସହ ଆଲୋଚନା କରିଥିଲେ। 

ଏହାପରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ଦଶରଥପୁର ବିଡ଼ିଓ ଆକାଶ ପଟ୍ଟନାୟକ, ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ବିଧାନସଭାରେ ସମସ୍ତ ପ୍ରସଙ୍ଗ ଉଠାଯିବ ବୋଲି ବିଧାୟକ ଅଶୋକ ଦାସ ସୂଚନା ଦେଇଛନ୍ତି।


ବନ୍ୟା ସମୟରେ ଧାନ ଚାଷୀଙ୍କୁ କ୍ଷୟକ୍ଷତି ୨୦୨୨-୨୩ରୁ ଏଯାବତ୍ ଶତାଧିକ ଚାଷୀ ପାଇନାହାନ୍ତି।   ଚଳିତ ବନ୍ୟାରେ ଗୃହପାଳିତ ପଶୁଙ୍କୁ  ଗୋଖାଦ୍ୟ ଏଯାବତ୍ ମିଳିନାହିଁ। କାଣୀ ନଦୀରେ ଦଶରଥପୁର ବ୍ଲକ୍‌ର କସପା ପଞ୍ଚାୟତର ବ୍ରହ୍ମଚାରୀ ପାଟଣା ଠାରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ଗାର୍ଡ ୱାଲ୍ ନିର୍ମାଣ। କୃଷି ରୁଣ ଛାଡ, ପାଲ ସହ ଶୁଖିଲା ଖାଦ୍ୟ ମିଳିନାହିଁ।

ଅଧିକ ପଢ଼ନ୍ତୁ:ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ହତ୍ୟା ଷଡ଼ଯନ୍ତ୍ର: ବିନା ଦୋଷରେ ପହିଲମାନଙ୍କ ଜୀବନ ଗଲା


ଦୁଦୁରାଅଣ୍ଟା ଗ୍ରାମ ପଞ୍ଚାୟତର  କଣ୍ଟପଡା ଓ ମଲ୍ଲିକାପୁର  କଣି ନଦୀର ମୁକୁଳା ଘାଇ ଯୋଗୁ ଜମିରେ ବନ୍ୟା ଜଳ ମାଡିଯିବା ଓ ଆଦର୍ଶ ବିଦ୍ୟାଳୟ ବୁଡି ଯାଇ ପାଠ ପଢା ବ୍ୟାଘାତ ହୋଇଛି।


 ବୈତରଣୀ ନଦୀ ପଠାରେ କଟିକଟା ପଞ୍ଚାୟତର ତରେଇ ସାହିର ୪୦ ପରିବାର ଓ ଜୟନ୍ତରା ପଞ୍ଚାୟତର ମହାପାତ୍ର ପରିବାରର ୭୦ ପରିବାର ପାଣି ଘେରରେ।  ଅର୍ଦ୍ଧ ନିର୍ମିତ ଘେରିବନ୍ଧକୁ ସମ୍ପୂର୍ଣ୍ଣ କରାଯିବାକୁ  ଦାବି କରାଯାଇଛି।।

ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ଦଶରଥପୁର ବ୍ଳକ୍‌ର ନିଜାମପୁର , ଦତ୍ତପୁର,  କଇଁଆ,  କମାରଡ଼ିହି  ଅନ୍ତର୍ଗତ ବୈତରଣୀ ନଦୀବନ୍ଧ ଚଳିତ ବନ୍ୟାରେ  ଦୁଇ ଥର ଧସିଛି। କଇଁଆ ପଞ୍ଚାୟତର ମାଧପୁର , ଧରମପୁରରେ ବନ୍ୟା ଜଳ ପ୍ରତିବର୍ଷ ପ୍ରବେଶ କରୁଛି।  ଏହାର ଘେରିବନ୍ଧ ନିତାନ୍ତ ଜରୁରୀ ବୋଲି ଦାବି କରାଯାଇଛି।
ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଜରି,  ବାଙ୍ଗରା , ହଳଦିଡିହ,  ଜଗନ୍ନାଥପୁର, ରଣପୁର ଗ୍ରାମ ପଞ୍ଚାୟତ ବନ୍ୟା ଜଳରେ ହଜାର ହଜାର ହେକ୍ଟର ଜମିରେ ବନ୍ୟା ଜଳ ପଶି ରହିଛି।


ସାଧାରଣ ଜନତାଙ୍କ ବ୍ୟକ୍ତିଗତ ଜମି ମଧ୍ଯ ନଦୀରେ ଲୀନ ହେଉଛି। ତାଙ୍କ ଜମିରେ ନଦୀ ବନ୍ଧ ହେଉଛି ମାତ୍ର ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ:୧୭ ବର୍ଷ ପରେ ଆସିଲା ମାଲେଗାଓଁ ରାୟ: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

Jajpur | OPCC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe