ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ପୁଲିସ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ ତଥା ଟାଉନ୍‌ ଏସ୍‌ଡିପିଓ ପୀୟସ୍‌ ରଂଜନ ଛୋଟରାୟଙ୍କ ନେତୃତ୍ବରେ ଏକ ଟିମ୍‌ ଦୁଇଟି ଟ୍ରଙ୍କ ଭର୍ତ୍ତି ଚାର୍ଜସିଟ୍‌ ଦାଖଲ କରିଛନ୍ତି। ସେଥିରେ ମୂଳ ଚାର୍ଜସିଟ୍‌ ସହ ୧୮ଟି କପି ରହିଛି। ମୂଳ ଚାର୍ଜସିଟ୍‌ ପ୍ରାୟ ୧୬୬୬ ପୃଷ୍ଠାର ରହିଛି। ୭୫ଦିନ ମଧ୍ୟରେ ଏହା ଦାଖଲ କରାଯାଇଛି। ସମୁଦାୟ ୧୮ଟି ଚାର୍ଜସିଟ୍‌ କପି ପ୍ରାୟ ୩୦ହଜାର ପୃଷ୍ଠାର ହେବ। ଏହା ସହିତ ସିସି କ୍ୟାମେରା ଫୁଟେଜ୍‌ ମଧ୍ୟ ପ୍ରମାଣ ଭାବେ ଦାଖଲ କରାଯାଇଛି। ପୀତବାସ ହତ୍ୟା ମାମଲାରେ ଗିରଫ ୧୬ଜଣଙ୍କୁ ଚାର୍ଜସିଟ୍‌ରେ ଅଭିଯୁକ୍ତ ଦର୍ଶାଇ ଆବଶ୍ୟକ ପ୍ରମାଣ ଦାଖଲ କରାଯାଇଛି। ସେହିପରି ପୁଲିସ ୧୨୪ଜଣଙ୍କୁ ସାକ୍ଷୀ ଭାବେ ନେଇଛି। ଆଗକୁ ଫାଇନାଲ୍‌ ଚାର୍ଜସିଟ ଦାଖଲ ହେବ ବୋଲି ପୁଲିସ କହିଛି।

Advertisment

Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର

ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସଙ୍କୁ ଅକ୍ଟୋବର ୬ତାରିଖ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ରାସ୍ତାରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ମୋଟ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁ, କର୍ପୋରେଟର୍‌ ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ ପ୍ରମୁଖ ରହିଛନ୍ତି। ପୁଲିସ ଗତ ଡିସେମ୍ବର ୯ରେ କୋର୍ଟରେ ସିଡି ଦାଖଲ କରିଥିଲା। ପୂର୍ବରୁ ତଳ କୋର୍ଟରେ ବିକ୍ରମଙ୍କ ଜାମିନ ଆବେଦନ ଖାରଜ ହୋଇଛି। ହାଇକୋର୍ଟରେ ସେ ଦ୍ବାରସ୍ଥ ହୋଇଛନ୍ତି। ପିଣ୍ଟୁ ବର୍ତ୍ତମାନ ଫୁଲବାଣୀ ଜେଲ୍‌ରେ ଅଛି ଓ ବିକ୍ରମଙ୍କ ସହ ଅନ୍ୟମାନେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି।

Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି