PLGA Week Celebration vs Ceasefire: Different Press Statements from Two Groups of Naxal Organizations
ମାଲକାନଗିରି: ନକ୍ସଲ ସଂଗଠନର ବଡ଼ ଦୁର୍ଦ୍ଦାନ୍ତ ନେତା ମାଡବି ହିଡମାର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି। ନକ୍ସଲ ସଂଗଠନରେ ପୂର୍ବରୁ ହିଁ ଦୁଇ ଗୋଷ୍ଠୀ ଗଠନ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ଅସ୍ତ୍ରବିରତି ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ଘୋର ବିରୋଧ କରିଆସୁଛି। ଏବେ ଦୁଇ ଗୋଷ୍ଠୀ ତରଫରୁ ଗଣାମାଧ୍ୟମକୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ପୁଣି ସ୍ପଷ୍ଟ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ଅର୍ଥାତ ସେଣ୍ଟ୍ରାଲ ମିଲିଟାରି କମିଶନ ଜାରି କରିଥିବା
ପ୍ରେସ ବିବୃତିରେ କୁହାଯାଇଛି ଯେ ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ନକ୍ସଲ ପାଳିରେ ପିଏଲଜିଏ ସପ୍ତାହ। ଏହି ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଛି।
ଆହୁରି ପଢ଼ନ୍ତୁ: Central Labour Code in OMC: ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ: ଓଏମ୍ସିରେ ଲାଗୁହେଲା କେନ୍ଦ୍ରୀୟ ଶ୍ରମ ସଂହିତା
ଆମେ ମୁଖ୍ୟସ୍ରୋତରେ ସାମିଲ ହେବୁ
ଗାଁ ଗାଁରେ ଏହି ସପ୍ତାହକୁ ଧୁମଧାମରେ ପାଳନ କରିବାକୁ କୁହାଯାଇଛି। ଅନ୍ୟଦିଗରେ ମହାରାଷ୍ଟ୍ର,ଛତିଶଗଡ ଓ ମଧ୍ୟପ୍ରଦେଶର ରାଜ୍ୟ କମିଟିର ପ୍ରବକ୍ତା ଅନନ୍ତ ପ୍ରେସ୍ ବିବୃତି ଓ ସାମ୍ବାଦିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅସ୍ତ୍ର ବିରତି କରିବାକୁ ଅନୁରୋଧ କରିଛନ୍ତି। ସରକାର ଅପରେସନ କଗାରକୁ ବନ୍ଦ କଲେ ନକ୍ସଲ ସଂଗଠନରେ ଦୂର ଦୂରରେ ରହିଥିବା ନକ୍ସଲଙ୍କ ସହ ଆଲୋଚନା କରି ସମସ୍ତେ ମୁଖ୍ୟସ୍ରୋତରେ ସାମିଲ ହେବୁ।
ତେବେ ଆମକୁ ଫେବ୍ରୁୟାରି ୨୨ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଉ। ସରକାର ୨୦୨୬ ମାର୍ଚ୍ଚ ୩୧ ତାରିଖ ଶେଷ ସମୟ ଧାର୍ଯ୍ୟ କରାଥିବା ବେଳେ ଏହା ପୂର୍ବରୁ ଆମେ ବନ୍ଧୁକ ଛାଡି ଆତ୍ମସମର୍ପଣ କରିବୁ ବୋଲି ଅନନ୍ତ କହିଛନ୍ତି। ତାଙ୍କ ପ୍ରେସ୍ ବିବୃତି ଓ ଅଡିଓକୁ ରେଡିଓରେ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି।
ସମୟ ସହିତ ଆମେ ବଦଳିବୁ
କାରଣ ବହୁ ନକ୍ସଲ ଜଙ୍ଗଲ ଭିତରେ କେବଳ ରେଡିଓ ଧରିଥାନ୍ତି। ସେମାନେ ରେଡିଓ ସମାଚାର ଶୁଣି ସମସ୍ତେ ଏକତ୍ର ହୋଇ ଆତ୍ମସମର୍ପଣ କରିବେ। ଏବେ ସମୟ ବଦଳିଛି। ତେଣୁ ଆମକୁ ସମୟ ସହ ଖାପଖୁଆଇ ଚଳିବାକୁ ପଡିବ ବୋଲି ସେ କହିଛନ୍ତି। ତେବେ ଏତେ ସମୟ ମାଗିଥିବାରୁ କୌଣସି ଅଲଗା ଅର୍ଥକୁ ନେବେ ନାହିଁ ।
ଆହୁରି ପଢ଼ନ୍ତୁ:Dharmendra : ବିଡ଼ି ବିଜ୍ଞାପନ କରୁଥିଲେ କି ଧର୍ମେନ୍ଦ୍ର? ଜଣେ ଓଡ଼ିଆ ପ୍ରଶଂସକଙ୍କୁ କଣ ଉତ୍ତର ଦେଇଥିଲେ ହି-ମ୍ୟାନ୍ ?
ଆମେ ଏହି ସମୟରେ କୌଣସି ଅଘଟଣ ଘଟାଇବୁ ନାହିଁ କି ପିଏଲଜିଏ ସପ୍ତାହ ମଧ୍ୟ ପାଳନ କରିବୁ ନାହିଁ ବୋଲି ସେ କହିଛନ୍ତି। ତେଣୁ ଆମର ଏହି କଥାକୁ ବିଶ୍ବାସକୁ ନେଇ ଆମକୁ ସହଯୋଗ କରନ୍ତୁ ବୋଲି ନେହୁରା ହୋଇଛି ମାଓ ନେତା ଅନନ୍ତ। ତେବେ ଏଦିଗରେ ସରକାର କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।
ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା
Follow Us