Poison in the air: ବାୟୁରେ ବିଷ: ରେଡ୍‌ ଜୋନ୍‌ରେ ବାଲେଶ୍ବର, ପୁଣି ୩୦୦ ପାର୍‌ କଲା ଏକ୍ୟୁଆଇ

Advertisment

ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଡିସେମ୍ବର ମାସରେ ବାଲେଶ୍ବରର ବାୟୁର ମାନ ବିଗିଡ଼ିବାରେ ଲାଗିଛି। ଗତ ୯ ତାରିଖରେ ପୂରା ଦେଶରେ ସବୁଠାରୁ ଖରାପ ବାୟୁ ତାଲିକାର ଶୀର୍ଷରେ ବାଲେଶ୍ବର ରହିଥିଲା।

Updated On

ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଡିସେମ୍ବର ମାସରେ ବାଲେଶ୍ବରର ବାୟୁର ମାନ ବିଗିଡ଼ିବାରେ ଲାଗିଛି। ଗତ ୯ ତାରିଖରେ ପୂରା ଦେଶରେ ସବୁଠାରୁ ଖରାପ ବାୟୁ ତାଲିକାର ଶୀର୍ଷରେ ବାଲେଶ୍ବର ରହିଥିଲା।

ଅଦ୍ୟତନ ହୋଇଛି
sffhfhfxbvxv

ବାଲେଶ୍ବର/ଭୁବନେଶ୍ବର: ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଡିସେମ୍ବର ମାସରେ ବାଲେଶ୍ବରର ବାୟୁର ମାନ ବିଗିଡ଼ିବାରେ ଲାଗିଛି। ଗତ ୯ ତାରିଖରେ ପୂରା ଦେଶରେ ସବୁଠାରୁ ଖରାପ ବାୟୁ ତାଲିକାର ଶୀର୍ଷରେ ବାଲେଶ୍ବର ରହିଥିଲା। ସେହିଦିନ ବାଲେଶ୍ବର ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଥିଲା। ଏବେ ପୁଣିଥରେ ବାଲେଶ୍ବରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ ପାର୍‌ କରି ରେଡ୍‌ ଜୋନ୍‌ରେ ରହିଛି। 

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ସବୁଠାରୁ ଅଧିକ ଧୂଳିକଣା ସନ୍ଧ୍ୟା ୬ଟାରୁ ରାତି ୨ଟା ମଧ୍ୟରେ ଦେଖିବାକୁ ମିଳୁଛି। ଆଜି ଏକ୍ୟୁଆଇ ୩୩୮ ରହିଛି। ଯାହା ‘ଅତ୍ୟନ୍ତ ଖରାପ’ ବର୍ଗରେ ଆସୁଛି। ଏହା ତଳକୁ ତାଳଚେରର ଏକ୍ୟୁଆଇ ୩୨୦ ରହିବା ସହ ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ଦେଶର ଶୀର୍ଷ ଦୁଇଟି ପ୍ରଦୂଷିତ ସହର ଓଡ଼ିଶାରେ ରହିଥିବା ବେଳେ ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ହଳଦିଆ (୩୧୬), ଚତୁର୍ଥରେ ପଞ୍ଜାବର ରୂପନଗର (୩୧୧), ପଞ୍ଚମରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା (୩୦୩) ଓ ଷଷ୍ଠରେ ଓଡ଼ିଶାର ବାରିପଦାରେ ଏକ୍ୟୁଆଇ ୩୦୧ ରହିଥିଲା। ଓଡ଼ିଶାର ଆହୁରି ୪ଟି ସହରର ବାୟୁ ପ୍ରଦୂଷଣ ଖରାପ ସ୍ତରରେ ରହିଥିବା ରେକର୍ଡ ହୋଇଛି। ଅନୁଗୁଳରେ ଏକ୍ୟୁଆଇ ୨୭୬, କଟ‌କରେ ୨୬୨, ବ୍ୟାସନଗରରେ ୨୬୦, ଭୁବନେଶ୍ବରରେ ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୨୩୯ ରହିଥିଲା। ଏହି ସମୟରେ ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୨୩୪ ରହିଥିଲା। ତେଣୁ ଦିଲ୍ଲୀ ତୁଳନା‌ରେ ଓଡ଼ିଶାର ଅଧିକାଂଶ ସହରର ବାୟୁ ପ୍ରଦୂଷଣ ଅଧିକ ଖରାପ ରହିଥିବା କୁହାଯାଉଛି।

Putin: ପାକିସ୍ତାନକୁ ନେଇ ୨୪ ବର୍ଷ ତଳେ ଆମେରିକାକୁ ସତର୍କ କରାଇଥିଲେ ପୁଟିନ

ବାଲେଶ୍ୱରର ବାୟୁମଣ୍ଡଳରେ ସୂକ୍ଷ୍ମ କଣିକା (ପିଏମ୍‌ ୨.୫) ବଢ଼ିବାରେ ଲାଗିଛି। ଆଜି ଅପରାହ୍‌ଣ ୪ଟାରେ ୨୩୯ ସହର ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶର ୬ଟି ସହରର ଏକ୍ୟୁଆଇ ୩୦୦ ଉପରେ ରହିଛି। ଏହି ୬ ସହର ମଧ୍ୟରେ ଓଡ଼ିଶାର ୩ ସହର ରହିଛି। ବାଲେଶ୍ବରରେ ପିଏମ୍‌ ୨.୫ ହାରାହାରି ୩୩୮ ରହିଥିଲା। ବାଲେଶ୍ବରରେ ପିଏମ୍‌ ୨.୫ ବଢ଼ିଥିବା ବେଳେ ପିଏମ୍‌ ୧୦ ମଧ୍ୟ ଏତେ ଭଲ ନାହିଁ। ଆଜି ପିଏମ୍‌ ୧୦ ହାର ୧୪୮ ରହିଛି। ମଣିଷ ଆଖିକୁ ପ୍ରାୟ ଦେଖାଯାଉ ନଥିବା ପିଏମ୍ ୨.୫ ସୂକ୍ଷ୍ମକଣିକା ସ୍ବାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରକ। କାରଣ ପିଏମ୍‌ ୨.୫ ଧୂଳିକଣା ଫୁସ୍‌ଫୁସ୍‌ ଭିତରକୁ ମଧ୍ୟ ପହଞ୍ଚେ। ଯାହା ହୃଦ୍‌ରୋଗ, ଆଜ୍‌ମା ଆଦିର କାରଣ ପାଲଟିଥାଏ। ବାରମ୍ବାର ବାଲେଶ୍ବରର ବାୟୁ ରେଡ୍‌ ଜୋନ୍‌ରେ ରହୁଥିବା ବେଳେ ପ୍ରଦୂଷଣ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉନି। ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ପଚରାଯିବାରୁ, ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। 

ସୂଚନାଯୋଗ୍ୟ, ବାୟୁ ଗୁଣବତ୍ତା ସୂଚକାଙ୍କ ଯଦି ୦ରୁ ୫୦ ମଧ୍ୟରେ ରହୁଛି ତାକୁ ଭଲ ବାୟୁ ବୋଲି କୁହାଯାଉଛି। ସେଭଳି ସୂଚକାଙ୍କ ୫୧ରୁ ୧୦୦ ଭିତରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମଧରଣ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ସୂଚକାଙ୍କ ୩୦୦ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ ଅତି ଜଟିଳ ବୋଲି ଧରାଯାଉଛି। ବାଲେଶ୍ବରରେ ପିଏମ୍‌ ୨.୫ ସର୍ବାଧିକ ୪୨୮ ପର୍ଯ୍ୟନ୍ତ ପହଞ୍ଚି ସାରିଥିବା ବେଳେ ତୁରନ୍ତ ଏହାକୁ ହ୍ରାସ ଦିଗରେ ପଦକ୍ଷେପ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଆଜି ଦେଶର ୨୩୯ ସହର ମଧ୍ୟରୁ ମାତ୍ର ୧୧ ସହରର ବାୟୁ ଭଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe