ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟରେ ପଶି ଏସିଏଫ୍ଙ୍କ ଉପରେ ବର୍ଷିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଫରେଷ୍ଟ ଗାର୍ଡଙ୍କଠାରୁ ଓଡ଼ିଶା ବନସେବା ସଂଘ ଯାଏଁ ସମସ୍ତେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି। ମଙ୍ଗଳବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ବତନ୍ତ୍ର ସଚିବ କେନ୍ଦ୍ରୀୟ ରେଞ୍ଜ ଆଇଜିଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ। ଆଜି ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜଣାଇଛନ୍ତି। ଫଳରେ ଆଇଆଇସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।
ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ
ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି
ମଙ୍ଗଳବାର କେନ୍ଦ୍ରୀୟ ରେଞ୍ଜ ଆଇଜିଙ୍କୁ ଚିଠି ଲେଖିଥିଲେ ସ୍ବତନ୍ତ୍ର ସଚିବ
ସୂଚନାଯୋଗ୍ୟ, ଜାନୁଆରି ୨୧ ତାରିଖ ଦିନ ରାଜନଗର ବନ ବିଭାଗ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ କେନାଲ୍ ରୋଡ୍ରୁ ବିରଳ ବଜ୍ରକାପ୍ତା କାତି ଚୋରା କାରବାର କରୁଥିବା ତିନିଜଣ ଅନ୍ତଃରାଜ୍ୟ ବେପାରୀଙ୍କୁ ଧରିଥିଲା। ତିନି ଅଭିଯୁକ୍ତଙ୍କୁ ରାଜନଗର ରେଞ୍ଜ କାର୍ଯ୍ୟାଳୟରେ ଏସିଏଫ୍ ଗଗନ କୁମାର ମଲ୍ଲିକ ପଚରାଉଚରା କରୁଥିଲା ବେଳେ ହଠାତ୍ ଆଇଆଇସି ବନ୍ଦନା ପାତ୍ର କବାଟ ଠେଲି ଭିତରକୁ ପଶି ଦୁର୍ବ୍ୟବହାର କରିବା ସହିତ ଅପହରଣ ମାମଲା ଠୁଙ୍କି ଦେବାକୁ ଧମକ ଦେଇଥିଲେ। ଆଇଆଇସି ଅନ୍ୟ ଥାନା ଅଞ୍ଚଳରେ ଥିବା ରେଞ୍ଜ କାର୍ଯ୍ୟାଳୟରେ ପଶି ଅଭିଯୁକ୍ତ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଏସିଏଫ୍ଙ୍କ ଉପରେ ବର୍ଷିବା ଘଟଣା ସବୁ ମହଲକୁ ବିସ୍ମିତ କରିଥିଲା।
Horoscope 2026 February 05 : ଜାଣନ୍ତୁ ଆଜିର ରାଶିଫଳ
ଏସିଏଫ୍ ଗଗନବିହାରୀ ମଲ୍ଲିକ ଏ ନେଇ ଲିଖିତ ଭାବେ ଡିଏଫ୍ଓ ଓ ଓଡ଼ିଶା ବନସେବା ସଂଘକୁ ଜଣାଇଥିଲେ। ଡିଏଫ୍ଓ ପ୍ରଥମେ ଏନେଇ ପିସିସିଏଫ୍, କେନ୍ଦ୍ରପଡ଼ା ଏସ୍ପି ଓ ପୁଲିସ ଡିଜିଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ପରେ ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡ ସଂଘ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଘଟଣା ଆଗକୁ ବଢ଼ିବା ପରେ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍ପି ସୁଧାକର ସାହୁ ରାଜନଗର ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚି ଜାନୁଆରି ୨୧ ତାରିଖ ଘଟଣାକ୍ରମର ତଥ୍ୟ ସଂଗ୍ରହ କରି ଫେରିଥିଲେ। ଏବେ ଉକ୍ତ ଘଟଣାକୁ ନେଇ ଆଇଆଇସିଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
Follow Us