Police pick up hundreds of farmers ahead of protest Photograph: (sambad.in)
ବରଗଡ଼: ନୂତନ ଚାଷୀ ପଞ୍ଜିକରଣକୁ ନେଇ ଚାଷୀ ଅସନ୍ତୋଷ ଉପୁଜିଛି। ପଞ୍ଜିକରଣକୁ ସରଳୀକରଣ ପାଇଁ ଗୁରୁବାର ବରଗଡ଼ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ତଥା ରାଜପଥ ଅବରୋଧ କାର୍ଯ୍ୟକ୍ରମ ରହିଥିଲା। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା।
କିନ୍ତୁ ଆନ୍ଦୋଳନ କରିବା ପୂର୍ଵରୁ ପୁଲିସ ଚାଷୀ ନେତା ତଥା ଶତାଧିକ ଚାଷୀଙ୍କୁ କଳାପାଣି ମାର୍କେଟ ମଣ୍ଡିରୁ ଉଠାଇ ନେଇଛି।
ଅମ୍ବାଭୋନା ବ୍ଲକ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାର ପାହାଡ କୃଷକ ସଂଗଠନର ସଭାପତି ଇଶାନ ଚନ୍ଦ୍ର ଭୋଇ ଓ ସମ୍ପାଦକ ଅଭିମନ୍ୟୁ ପ୍ରଧାନଙ୍କୁ ବୁଧବାର-ଗୁରୁବାର ରାତ୍ରି ୨ ଘଣ୍ଟା ସମୟରୁ ଅମ୍ୱଭାନା ଥାନାରେ ଅଟକ ରଖାଯାଇଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ:ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି: ନଗର ଉନ୍ନୟନ ମନ୍ତ୍ରୀ
ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ଉପଦେଷ୍ଟା ରମେଶ ମହାପାତ୍ରଙ୍କ ଆହ୍ବାନ କ୍ରମେ ସମସ୍ତ ଚାଷୀଙ୍କ ଖରିଫ ପଞ୍ଜିକରଣରେ ରହିଥିବା ଜଟିଳ ସମସ୍ୟାକୁ ସରକାର ସରଳୀକରଣ ବା ନିଜସ୍ଵ ଘୋଷଣାନାମା ସହ ରେଜିଷ୍ଟ୍ରେସନ ସମୟକୁ ବୃଦ୍ଧି କରିବା ପାଇଁ ବରଗଡ କଳାପାଣି ଛକରେ ଜିଲ୍ଲାର ସମସ୍ତ ଚାଷୀ ସଂଗଠନକୁ ରାସ୍ତା ରୋକରେ ଯୋଗ ଦେବାକୁ ଡାକରା ଦେଇଥିଲେ।
ତେବେ ରାସ୍ତା ରୋକକୁ ଭଣ୍ଡୁର କରିବା ପାଇଁ ସରକାର ରାତି ଅଧିଆ ବାରପାହାଡ କୃଷକ ସଂଗଠନର ସଭାପତି ଓ ସମ୍ପାଦକଙ୍କୁ ଉଠାଇ ଆଣି ଅମ୍ବାଭୋନା ଥାନା ପରିସରରେ ଅଟକ ରଖିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ:ନିମନ୍ତ୍ରଣ ପତ୍ରରେ ଅପରେସନ ସିନ୍ଦୂର ଓ ଚେନାଵ ସେତୁର ଝଲକ
Bargarh
Follow Us