ପୁଲିସ କହୁଛି ୩ ଜଣ ଗୋଟିଏ ବାଇକ୍‌ରେ ବସି ପାରିବେ ନାହିଁ: ସନ୍ଦେହ ପ୍ରକଟ କଲେ ଭକ୍ତ ଦାସ

ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବଳଙ୍ଗା ନାବାଳିକା ଝିଅର ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ। ଆମେ ବଳଙ୍ଗାର ଝିଅର ମୃତ୍ୟୁରେ ଶୋକ ପ୍ରକାଶ କରୁଛୁ ଏବଂ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ...

Police say three people can't sit on one bike: Bhakta Das expresses doubts

Police say three people can't sit on one bike: Bhakta Das expresses doubts Photograph: (sambad.in)

ଭୁବନେଶ୍ବର:ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବଳଙ୍ଗା ନାବାଳିକା ଝିଅର ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ। ଆମେ ବଳଙ୍ଗାର ଝିଅର ମୃତ୍ୟୁରେ ଶୋକ ପ୍ରକାଶ କରୁଛୁ ଏବଂ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ। ତାଙ୍କ ପରିବାର ପ୍ରତି ଆମର ସମବେଦନା।

ଅଧିକ ପଢ଼ନ୍ତୁ: ତରଭୁଜ ଖାଇବା ପାଇଁ ମାଗିଥିଲେ: ପରେ ମୃତ୍ୟୁ ଘଟିଲା

କିନ୍ତୁ ଆମେ ପଚାରିବାକୁ ଚାହୁଁଛୁ, ଯେ ସେ କିପରି ଜୀବନ ହରାଇଲେ? ଯେତେବେଳେ ତାଙ୍କୁ ଏମ୍ସକୁ  ଅଣାଯାଇଥିଲା, ସେ ହ୍ୱିଲଚେୟାରରେ ବସି ଲୋକଙ୍କ ସହିତ କଥା ହେଉଥିଲେ। ଭର୍ତ୍ତି ହେବା ପରେ ସେ ତାଙ୍କର ବୟାନ ଦେଇଥିଲେ।

ସେ କହିଥିଲେ ଯେ, ତିନି ଜଣ ଲୋକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ପୁଲିସ କହୁଛି ଯେ, ତିନି ଜଣ ଲୋକ ଗୋଟିଏ ବାଇକ୍‌ରେ ଆସିପାରିବେ ନାହିଁ। ଏନେଇ ଆମର ସନ୍ଦେହ ଉପୁଜୁଛି ବୋଲି ଭକ୍ତ ଚରଣ ଦାସ କହିଛନ୍ତି।

ଅଧିକ ପଢ଼ନ୍ତୁ: ଗୃହମନ୍ତ୍ରୀ ଭାବରେ ତାଙ୍କ ପଦବୀ ସମ୍ଭାଳି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ: ସପ୍ତଗିରି ଉଲାକା

balanga victim

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe