ଭୁବନେଶ୍ବର: ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ଏମ୍‌ଡି ସୁରେଶ ନାୟକ ଓପିଆର୍‌ବିଠାରୁ ପୁଲିସ ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ରର ଏକ ସେଟ୍‌ ନେଇଥିଲେ। ସେହି ପ୍ରଶ୍ନପତ୍ରକୁ ଆଶାୟୀଙ୍କୁ ଦେଖାଇ ପ୍ରଭାବିତ କରିଥିଲେ। ଯେଉଁମାନେ ୨୫ଲକ୍ଷ ଟଙ୍କା ଦେବେ ସେମାନଙ୍କୁ ପ୍ରଶ୍ନପତ୍ର ମିଳିବା ସହ ଚାକିରି ପକ୍କା ବୋଲି କହିଥିଲେ। ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି। ତଥ୍ୟ ମୁତାବକ, ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ର ପାଇଁ ଓପିଆର୍‌ବିକୁ ଅନୁମତି ମିଳିଥିଲା। ଓପିଆର୍‌ବି ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ସିଲିକନ୍‌ ଟେକ୍‌ ଲ୍ୟାବ୍‌କୁ ଏହି ଦାୟିତ୍ବ ଟେକିଦେଇଥିଲା। ପରେ ସୁରେଶ କୋଲକାତାରେ ଥିବା ସରସ୍ବତୀ ପ୍ରିଣ୍ଟିଂରେ ୫ସେଟ୍‌ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓପିଆର୍‌ବିକୁ ଦେଇଥିଲେ। ଓପିଆର୍‌ବିର ବରିଷ୍ଠ ଅଧିକାରୀ ପ୍ରଶ୍ନପତ୍ର ଯାଞ୍ଚ ସହ କୋଲକାତା ପ୍ରିଣ୍ଟିଂ ପ୍ରେସ୍‌କୁ ଯାଇ ତନାଘନା ପରେ ସେଟ୍‌-୫କୁ ଛାପିବା ପାଇଁ ଅନୁମତି ଦେଇଥିଲେ। ଓପିଆର୍‌ବି ସେଟ୍‌-୫ ଛାପିବା ପାଇଁ ନି‌ର୍ଦ୍ଦେଶ ଦେବା ପରେ ସୁରେଶ ଅଡ଼ୁଆରେ ପଡ଼ିଥିଲା।

Advertisment

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ସିିଲିକନ୍‌ ଟେକ୍‌ ଲ୍ୟାବ୍‌ କରିଥିଲା ଷଡ୍‌ଯନ୍ତ୍ର
ବଦଳାଇଥିଲା ପ୍ରଶ୍ନପତ୍ର ସେଟ୍‌
ସନ୍ଦେହ ଘେରରେ ଓପିଆର୍‌ବିର ଭୂମିକା

କାରଣ ପୂର୍ବରୁ ସୁରେଶ କିଛି ଆଶାୟୀଙ୍କୁ ସେଟ୍‌-୩ର ପ୍ରଶ୍ନପତ୍ର ବାଣ୍ଟି ଲକ୍ଷ ଲକ୍ଷ ଟଙ୍କା ହାତେଇଥିଲା। ତେଣୁ ତଞ୍ଚକତା କରି ସେଟ୍‌-୫ ବଦଳରେ ସେଟ୍‌-୩ର ପ୍ରଶ୍ନପତ୍ର ଛାପି କଟକସ୍ଥିତ ଷଷ୍ଠ ବାଟାଲିୟନ ଷ୍ଟ୍ରଙ୍ଗରୁମ୍‌କୁ ପଠାଇଥିଲା। ଆଶ୍ଚର୍ଯର କଥା ସୁରେଶ ସେଟ୍‌ ବଦଳାଇଥିଲେ ବି ଏ ବିଷୟରେ କେହି ପ୍ରଶ୍ନ କରିନଥିଲେ। 
ଖାଲି ଏତିକି ନୁହେଁ, ପଞ୍ଚସଫ୍ଟକୁ ସରକାରୀ ଭାବେ କୌଣସି ଅନୁମତି ନଥିବା ବେଳେ ସିଲିକନ୍‌ ଟେକ୍‌ ଲ୍ୟାବ୍‌ରୁ କାମ ପାଇ ସେ ବି ତାର ମନମାନି ଚଳାଇଥିଲା। ପରୀକ୍ଷାର୍ଥୀଙ୍କ ତଥ୍ୟ ପଞ୍ଚସଫ୍ଟ ପାଖରେ ଥିବାରୁ ସେ ବି ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରି ଚାକିରି ବିକିଥିଲା। ସିବିଆଇ ଅଧିକ ଖୋଳତାଡ଼ ଜାରି ରଖିଛି।

Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି