Political violence is escalating in Ganjam: ଗଞ୍ଜାମରେ ଉଗ୍ରରୂପ ନେଉଛି ରାଜନୈତିକ ହିଂସା: ସମିତିସଭ୍ୟଙ୍କ ସମେତ ୪ ଜଣଙ୍କୁ ଘୋଷାରି ଆଣି ହାଣିଲେ

Advertisment

ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ଥିବାବେଳେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ ନେତା ଓ ସେମାନଙ୍କ ସମର୍ଥକଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏବେଠୁ ପ୍ରାକ୍‌ ନିର୍ବାଚନୀ ହିଂସା ମୁଣ୍ଡ ଟେକିଲାଣି।

ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ଥିବାବେଳେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ ନେତା ଓ ସେମାନଙ୍କ ସମର୍ଥକଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏବେଠୁ ପ୍ରାକ୍‌ ନିର୍ବାଚନୀ ହିଂସା ମୁଣ୍ଡ ଟେକିଲାଣି।

attack

ପୁରୁଷୋତ୍ତମପୁର: ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ଥିବାବେଳେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ ନେତା ଓ ସେମାନଙ୍କ ସମର୍ଥକଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏବେଠୁ ପ୍ରାକ୍‌ ନିର୍ବାଚନୀ ହିଂସା ମୁଣ୍ଡ ଟେକିଲାଣି। ଗତ ରାତିରେ ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ପୂର୍ବ ରାଜନୈତିକ ପ୍ରତିଶୋଧ ନେବାକୁ ଗୋଟିଏ ଗୋଷ୍ଠୀର ସମର୍ଥକ ବିରୋଧୀ ଗୋଷ୍ଠୀ ଉପରେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ବାଘଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ଘରେ ପଶି ତାଙ୍କୁ ଘୋଷାରି ଅାଣି ଗାଁ ଦାଣ୍ଡରେ ଖଣ୍ଡା, କାତି ଓ ବର୍ଚ୍ଛାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କର ଅନ୍ୟ ୩ ସହଯୋଗୀ ରୋହିତ ନାହାକ, ପ୍ରମୋଦ ନାହାକ ଓ କୃଷ୍ଣ ନାହାକଙ୍କୁ ମଧ୍ୟ ହାଣି ଲହୁଲୁହାଣ କରିଛନ୍ତି। ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। 

Fadnavis Warning: ଅଜିତ ପାୱାରଙ୍କ ଦୁର୍ଘଟଣାକୁ ନେଇ ରାଜନୀତି, ରାଜନେତା ନିଜ ମାନବିକତା ହରାଇବା ଉଚିତ ନୁହେଁ

ସମିତିସଭ୍ୟଙ୍କ ସମେତ ୪ ଜଣଙ୍କୁ ଘୋଷାରି ଆଣି ହାଣିଲେ
ବରଯାତ୍ରୀ ଦଳରେ ମାରଣାସ୍ତ୍ର ଧରି ସାମିଲ ଥିଲେ

ଗତକାଲି ଆକ୍ରମଣକାରୀମାନେ ଏକ ବିବାହ ଶୋଭାଯାତ୍ରା ଭିଡ଼ର ସୁଯୋଗ ଦେଇ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବିପକ୍ଷ ଗୋଷ୍ଠୀ ଉପରେ ଆକ୍ରମଣ ପାଇଁ ପୂର୍ବ ଯୋଜନା କରି ପ୍ରସ୍ତୁତ ଥିଲେ। ପ୍ରଥମେ ସେମାନେ ରୋହିତଙ୍କୁ ଆକ୍ରମଣ କରିବାରୁ ସେ ଜୀବନ ବଞ୍ଚାଇବାକୁ ଦୌଡ଼ି ଆସି ସମ୍ପର୍କୀୟଙ୍କୁ ଜଣାଇଥିଲେ। ସମ୍ପର୍କୀୟମାନେ ଆକ୍ରମଣକାରୀଙ୍କ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣକାରୀ ଛାଡ଼ି ନଥିଲେ। ଏହାପରେ ସମିତିସଭ୍ୟ ପ୍ରକାଶଙ୍କୁ ତାଙ୍କ ଘର ଆଗରେ ଛିଡ଼ା ହୋଇ ଗାଳିଗୁଲଜ କରିଥିଲେ। ପ୍ରକାଶ ଘର ଭିତରକୁ ପଳାଇବା କ୍ଷଣି ଆକ୍ରମଣକାରୀମାନେ ଜୋର ଜବରଦସ୍ତ ପଶି ତାଙ୍କୁ ଘୋଷାରି ଗାଁ ଦାଣ୍ଡରେ ଖଣ୍ଡାରେ ଆକ୍ରମଣ କରିଥିଲେ। ପୁଲିସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରିଥିଲା। ପୁରୁଷୋତ୍ତମପୁର ଥାନାଧିକାରୀ ରାଜେଶ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମିତିସଭ୍ୟଙ୍କ ଭାଇ ଶେଷଦେବ ନାହାକଙ୍କ ଏତଲା କ୍ରମେ କେସ୍ ନମ୍ବର ୮୪/୨୬ରେ ୧୮ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ୫ ଜଣଙ୍କୁ ଅଟକ ରଖାଯାଇଛି। ସେକେଣ୍ଡ୍ ଅଫିସର ରାଜେଶ କୁମାର ଛତ୍ରିଆ ତଦନ୍ତ କରୁଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।

Gunfight continues in Saranda: ସରଣ୍ଡାରେ ଗୁଳି ବିନିମୟ ଜାରି: ନିହତ ହେଲେଣି ୧୭ ନକ୍ସଲ, ହେଲିକପ୍ଟର ଓ ଡ୍ରୋନ୍‌ରେ ତଲାସି ଅଭିଯାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe