Image of state development: ‘ପ୍ରଗତି ପ୍ରବାହ’ ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି: ମୁଖ୍ୟମନ୍ତ୍ରୀ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’କୁ ଉନ୍ମୋଚନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉନ୍ମୋଚନ କରି କହିଛନ୍ତି ଯେ....

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’କୁ ଉନ୍ମୋଚନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉନ୍ମୋଚନ କରି କହିଛନ୍ତି ଯେ....

dgadgdag

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’କୁ ଉନ୍ମୋଚନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉନ୍ମୋଚନ କରି କହିଛନ୍ତି ଯେ ‘ପ୍ରଗତି ପ୍ରବାହ’ ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି। ସଫଳ ଯୁବ ଚାଷୀ ଭାବେ ଏହି ପୁସ୍ତିକାରେ ସ୍ଥାନ ପାଇଥିବା ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଗ୍ରାମର ହୃଦାନନ୍ଦ ବିଶିଙ୍କ କାହାଣୀ ପଢ଼ି ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ କରିଥିଲେ। ଏହାସହ ଆଗକୁ କିଭଳି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପିଏମ୍‌ କିଷାନ ଓ  ସିଏମ୍‌ କିଷାନ ମାଧ୍ୟମରେ ନିଜର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ନେଇ ପରାମର୍ଶ ଦେଇଥିଲେ। ହୃଦାନନ୍ଦଙ୍କ ସହ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ଚାଷୀଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ଚାଷୀଟିଏ ଆଜି ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ର ଉଦ୍ଦେଶ୍ୟକୁ ପୂରଣ କରୁଛି। ଚାଷୀ ନିଜ ଫସଲ ଦ୍ୱାରା ଗୋଟିଏ ପରିବାର ନୁହେଁ ଅନେକ ପରିବାର ଚଳାଇବାର କ୍ଷମତା ରଖୁଛି, ଯାହାକି ଆମ ଦେଶର ପ୍ରକୃତ ଷ୍ଟାର୍ଟଅପ୍‌।

Bird census: ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ୧୪ ସ୍ଥାନରେ ପକ୍ଷୀ ଗଣନା

ସରକାରଙ୍କ ମୁଖପତ୍ର ଉନ୍ମୋଚିତ

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶ୍ରୀ ବିଶିଙ୍କୁ ସରକାରୀ ସହାୟତା ଓ ସବ୍‌ସିଡି ଆଦି ମିଳୁଛି କି ନାହିଁ ପଚାରି ବୁଝିଥିଲେ। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି କୋଲ୍ଡ କୃଷି ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ପଷ୍ଟ କରିଥିଲେ। ଏଥିସହିତ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେଇ ନିଜର କୃଷି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେବା ସହ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଝାରସୁଗୁଡ଼ା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe