ମାଲକାନଗିରି: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଜି ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ବନ୍ଦ ପାଳନକୁ ମାଲକାନଗିରି ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇଛନ୍ତି। ଆଜି ମାଲକାନଗିରି ଜିଲ୍ଲାରେ ମଧ୍ୟରେ ୨୪ ଘଣ୍ଟିଆ ଘରୋଇ ବସ୍ ଚଳାଚଳ ବନ୍ଦ ପାଳନ କରାଯାଇଛି। ଘରୋଇ ବସ୍ ଗୁଡ଼ିକ ଆଜି ସକାଳ ୬ଟାରୁ ଚଳାଚଳ ବନ୍ଦ କରିଥିବା ବେଳେ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।

Advertisment

publive-image
ଜିଲ୍ଲାର କୌଣସି ଘରୋଇ ବସ୍ ଚଳାଚଳ କରୁନଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଘରୋଇ ବସ ଆସିନାହିଁ। ସଂଘର କର୍ମକର୍ତ୍ତାମାନେ ମାଲକାନଗିରି ବସଷ୍ଟାଣ୍ଡଠାରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ମଧ୍ୟ ଦେଇଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ୩୦୦ ଵସ ଚଳାଚଳ ବନ୍ଦ ରହିଛି। ୧୦ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନ ନେଲେ ରାଜ୍ୟ ଘରୋଇ ବସ ମାଲିକ ମହାସଂଘ ଆନ୍ଦୋଳନରେ ବି ସାମିଲ ହେଵେ ବୋଲି ଚେତାବନୀ ଦିଆଯାଇଛି।