ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନ ଜଣେ ଠିକାଦାରଙ୍କ ଦ୍ଵାରା ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରିଥିବା ଦୁର୍ନୀତିର ପର୍ଦ୍ଦାଫାଶ କରି ଖବର ପ୍ରସାରଣ କରିଥିଲେ....

Protest against attacks on journalists: Demand letter submitted to the Chief Minister

Protest against attacks on journalists: Demand letter submitted to the Chief Minister Photograph: (sambad.in )

ମାଲକାନଗିରି: ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନ ଜଣେ ଠିକାଦାରଙ୍କ ଦ୍ଵାରା ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରିଥିବା ଦୁର୍ନୀତିର ପର୍ଦ୍ଦାଫାଶ କରି ଖବର ପ୍ରସାରଣ କରିଥିଲେ।

ସମ୍ପୃକ୍ତ ଠିକାଦାରଙ୍କ ଦ୍ଵାରା ତାଙ୍କୁ ମାଡ଼ ମରାଯିବା ଘଟଣାର ପ୍ରତିବାଦ କରି ବୁଧବାର ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। 

ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଏବଂ ସାମ୍ବାଦିକ ମାନଙ୍କର ପେନସନ ଓ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ଗୁଡ଼ିକ ପରି ସାମ୍ବାଦିକମାନଙ୍କର ଅନ୍ୟାନ୍ୟ ସୁଯୋଗ ସୁବିଧା ଯୋଗାଇ ଦାବିକରି ମାଲକାନଗିରି ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ତରଫରୁ ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ଜିଲ୍ଲାପାଳମାନଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। 

ଏହି ଦାବିପତ୍ର ପ୍ରଦାନ ବେଳେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟର ଉପ ସଭାପତି ସତ୍ୟନାରାୟଣ ପଣ୍ଡା, ଅସୀମ ବିଶ୍ବାସ,ଶିବପ୍ରସାଦ କୀର୍ତ୍ତନୀୟା,ଏ ଈଶ୍ୱର ରାଓ,ଦୁଃଶାସନ ମହାପାତ୍ର,ଗୋବିନ୍ଦ ମଣ୍ଡଳ,ଅରୁଣ ପାତ୍ର, ବିକ୍ରମ କେଶରୀ ପାଢ଼ୀ, ରେବେଲ ପ୍ରକାଶ ଉପସ୍ଥିତ ଥିଲେ।

ଏହାପରେ ସମସ୍ତ ସଦସ୍ୟ ମାନେ ମାଲକାନଗିରି ଜିଲ୍ଲାପାଳଙ୍କୁ ଜିଲ୍ଲାର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଅବଗତ କରାଇଥିଲେ। ସେସବୁ ମଧ୍ୟରେ ବାଲିମେଳା ସହରର ବିଭିନ୍ନ ଛକରେ ମଦ ଏବଂ ଗଞ୍ଜେଇ ମାଫିଆମାନଙ୍କ ଉପଦ୍ରବ, ବାଲିମେଳା ଜଗନ୍ନାଥ ମନ୍ଦିରରେ ବିଭିନ୍ନ ଅସାମାଜିକ ଲୋକମାନଙ୍କ ଉପଦ୍ରବ ଓ ନିଶାଦ୍ରବ୍ୟ ସେବନ। ମାଲକାନଗିରି ସହରର ବିଭିନ୍ନ ସ୍କୁଲ ଗୁଡିକରେ ସନ୍ଧ୍ୟା ପରେ ମଦୁଆ ଓ ଜୁଆଡିମାନଙ୍କ ଆଡ୍ଡାସ୍ଥଳୀ ପାଲଟିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ।

ଅଧିକ ପଢ଼ନ୍ତୁ: ୮୦ଗ୍ରାମ ବ୍ରାଉନ ସୁଗାର ଜବତ: ଜଣେ ଗିରଫ

ସେହିପରି ମୋଟୁ ଠାରୁ କାଲିମେଳା, ପଢ଼ିଆ ଠାରୁ ସିଖାପାଲ୍ଲୀ ଏବଂ ଅନ୍ୟାନ୍ୟ ରାସ୍ତାଘାଟର ମରାମତି ଓ ଉନ୍ନତିକରଣ,ବିଭିନ୍ନ ବ୍ରିଜ ଗୁଡ଼ିକୁ ଯଥାଶୀଘ୍ର ନିର୍ମାଣ କରିବା, ଟ୍ରାଫିକ ସମସ୍ୟା, ସ୍କୁଲ କଲେଜ ଗୁଡିକର ବିଭିନ୍ନ ସମସ୍ୟା ଆଦି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିସହିତ ସାମ୍ବାଦିକମାନେ ରେଳପଥ ନିର୍ମାଣ ଓ ବିମାନ ଉଡ଼ାଣ ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ ।

ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି ଏବଂ ଅତିଶୀଘ୍ର ସବୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ସମସ୍ତଙ୍କୁ ଆଶ୍ଵାସନା ଦେଇଥିଲେ।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆ କହି ୩ ଭାରତୀୟ ଯୁବକଙ୍କୁ ଇରାନକୁ ଅପହରଣ କରିନେଲେ ଠକ, ଛାଡିବାକୁ ମାଗୁଛନ୍ତି କୋଟି କୋଟି ଟଙ୍କା...

Malkangiri | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe