Revenue Minister: କାର୍ଯ୍ୟଦକ୍ଷତା ବଢ଼ାଇବା ନେଇ ରାଜସ୍ବ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ

କେନ୍ଦ୍ରାଞ୍ଚଳ ରାଜସ୍ବ ସମ୍ମିଳନୀରେ ରାଜସ୍ବ ଅଧିକାରୀମାନଙ୍କୁ ରାଜସ୍ବ ମନ୍ତ୍ରୀ ଟାସ୍କ ଦେଇଛନ୍ତି। କାର୍ଯ୍ୟଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ରାଜସ୍ୱ ସେବାକୁ ଆଇନ ଅନୁସାରେ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ପ୍ରାଥମିକତା ଦିଅନ୍ତୁ ବୋଲି କହିଛନ୍ତି।

suresh pujari

Revenue Minister Suresh Pujari advices departmental officer on work perfermance. (File photo)

ଭୁବନେଶ୍ବର: କେନ୍ଦ୍ରାଞ୍ଚଳ ରାଜସ୍ବ ସମ୍ମିଳନୀରେ ରାଜସ୍ବ ଅଧିକାରୀମାନଙ୍କୁ ରାଜସ୍ବ ମନ୍ତ୍ରୀ ଟାସ୍କ ଦେଇଛନ୍ତି। କାର୍ଯ୍ୟଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ରାଜସ୍ୱ ସେବାକୁ ଆଇନ ଅନୁସାରେ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ପ୍ରାଥମିକତା ଦିଅନ୍ତୁ ବୋଲି କହିଛନ୍ତି। କାର୍ଯ୍ୟାଳୟକୁ ସମସ୍ୟା ନେଇ ଆସିଥିବା ହିତାଧିକାରୀ ଯେମିତି ମୁହଁ ଶୁଖେଇ ଘରକୁ ନଫେରୁ। ନ୍ୟାୟ ସଙ୍ଗତ ଉଦ୍ଦେଶ୍ୟରେ ଆସିଥିବା ଲୋକ ଯେମିତି ଖାଲି ହାତରେ ନଯାଉ ଏହାକୁ ଗୁରୁତର ସହ ନେଇ କାମ କରନ୍ତୁ।

ଏହା ସହ ମନ୍ତ୍ରୀ କହିଛନ୍ତି ରାଜସ୍ବ ବିଭାଗରେ ସବୁଠୁ ବଡ଼ ସମସ୍ୟା ଜମି ସୀମା ନିର୍ଦ୍ଧାରଣ। ଏହି ବ୍ୟବସ୍ଥା ଅନଲାଇନରେ ଆରମ୍ଭ ହୋଇଛି। ଜମି ପଞ୍ଜୀକରଣ ଭଳି ଜମି ସୀମା ନିର୍ଦ୍ଧାରଣ ପାଇଁ ସ୍ଲଟ ନିର୍ଦ୍ଧାରଣ କରାଯିବ। ରାଜସ୍ବ ବିଭାଗ, ପୁଲିସ, ମିଳିତ ଭାବେ ଅନୁଧ୍ୟାନ କରି ସମୟ ଓ ତାରିଖ ନିର୍ଦ୍ଧାରଣ କରିବେ। ରାଜସ୍ବ ଅଧିକାରୀ ମାନେ ଜନ ସେବକ ଭାବେ କାମ କରନ୍ତୁ। ଭ୍ରମରେ ରୁହନ୍ତୁ ନାହିଁ ଯେ ଲୋକ କିଛି ଜାଣି ନାହାନ୍ତି ବୋଲି। ସରକାରୀ ନିର୍ଦ୍ଦେଶ କାର୍ଯ୍ୟକାରୀ କଲାବେଳେ କଣ ଅସୁବିଧା ହେଉଛି ତାହା ବିଭାଗକୁ ଜଣାନ୍ତୁ। ଆଇନରୁ ବାହାରକୁ ଯାଇ କାମ କଲେ ଜେଲରେ ପହଞ୍ଚିବାର ଇତିହାସ ମଧ୍ୟ ଅଛି। ଏଭଳି କହି ଅସାଧୁ ଅଧିକାରୀଙ୍କୁ ଚେତାଇ ଦେଲେ ରାଜସ୍ୱ ମନ୍ତ୍ରୀ। ଏମିତି କାମ କରନ୍ତୁ ଯେମିତି ସେ ଅଞ୍ଚଳରେ ନିଜ ପଦ ଚିହ୍ନ ଛାଡି ଯିବେ। ଯେମିତି ସେ ଅଞ୍ଚଳର ଲୋକ  ଝୁରିବେ ଓ ମାନେ ପକାଇବେ।

ଆହୁରି ପଢ଼ନ୍ତୁ: ପୁଣି ଏକ ମାମଲାରେ ନିର୍ଦୋଷରେ ଖଲାସ ହେଲେ ପୂବତନ ମାଓନେତା ସବ୍ୟସାଚୀ ପଣ୍ଡା

ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ମଧ୍ୟ ତାଗିଦ କରି କହିଥିଲେ ମୁହଁ ନଦେଖି ସେବା ଦିଅ। ଆଇନ ସମସ୍ତଙ୍କ ପାଇଁ ସମାନ। ହେଲେ ଦେଖିବାକୁ ମିଳୁଛି କେଉଁଠି ଦୌଡ଼ି ଦୌଡ଼ି ପ୍ୟାଣ୍ଟ ସାର୍ଟ ଚପଲ ଛିଡ଼ିଗଲେ ବି କାମ ହେଉନି। କିନ୍ତୁ ଆପଣ ଯଦି ପାରିବାର ଲୋକ ଅଫିସକୁ ନଗଲେ ବି କାମ ହେଇଯିବ। ମୃତ ବ୍ୟକ୍ତି ବି ଜୀବିତ ହୋଇଯିବ। ଆଇନ ସ୍ଵଛତାର ସହ ପାଳନ ହେବା ଦରକାର।

ଆହୁରି ପଢ଼ନ୍ତୁ: Love Story of Malala Yousafzai: ମୁଁ କେବେ ଭାବି ନଥିଲି ଯେ ମୁଁ ବିବାହ କରିବି

ସରକାରଙ୍କ ଆଭିମୁଖ୍ୟ ପୁରା ସ୍ପଷ୍ଟ ସ୍ୱଚ୍ଛ, ପକ୍ଷପାତ ନକରି ଲୋକଙ୍କ ସେବା ଦିଅ। ଯେଉଁ ଡାର୍କ ନେରେଟିଭ ରହିଛି ତାହା ପରିବର୍ତ୍ତନ ହେଉ। ରାଜସ୍ବ ସେବା ପାଇଁ ଯଦି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି ତାହେଲେ ଆପଣ ଗ୍ରାଉଣ୍ଡରେ ସେବା ଦେବାରେ ଆପଣ ବିଫଳ ହୋଇଛନ୍ତି। ଗୋଠାପାଟଣାରେ ଥିବା ରାଜସ୍ବ ଅଧିକାରୀ ଟ୍ରେନିଂ ଇନଷ୍ଟିଚ୍ୟୁଟ ଠାରେ ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳମାନେ ଯୋଗ ଦେଇଥିଲେ।  

Suresh Pujari 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe