Revenue Minister's criticism of Naveen's Nuapada campaign Photograph: (sambad.in)
ଭୁବନେଶ୍ବର: ନୂଆପଡ଼ା ଉପ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଜାରି ରହିଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରଚାର ମୈଦାନକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିବେ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିଛନ୍ତି, ଦ୍ଵିତୀୟ ପର୍ଯ୍ୟାୟରେ ଖୁବଶୀଘ୍ର ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଚାର ଶେଷ ଭାଗକୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ରହିଛି ।
ଆହୁରି ପଢ଼ନ୍ତୁ:General education combined with skills: ସାଧାରଣ ଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ
ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୂଆପଡା ପ୍ରଚାରକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ। ପ୍ରତିପକ୍ଷ ଯେତେ ଶକ୍ତିଶାଳୀ ହେବେ ସେତେ ଭଲ।
ନବୀନ ବାବୁଙ୍କୁ ଯେତେ ମୈଦାନକୁ ଓହ୍ଲାଇବାକୁ ସୁଯୋଗ ମିଳିବ, ଆମକୁ ସେତେ କାମ କରିବାକୁ ପ୍ରେରଣା ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
ଆହୁରି ପଢ଼ନ୍ତୁ:2020 Delhi Riots: ଶାସନ ପରିବର୍ତ୍ତନ ପାଇଁ ଦିଲ୍ଲୀ ଦଙ୍ଗା ହୋଇଥିବା ଦାବି କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ପୁଲିସ
Follow Us