Paddy: ଧାନବସ୍ତାର ପାହାଡ଼ରେ ମଣ୍ଡି, ମିଲର୍ସ ଆନ୍ଦୋଳନ ପ୍ରତ୍ୟାହୃତ

Advertisment

ରାଜ୍ୟ ମିଲର୍ସ ସଂଘର ଦାବି ମାନୁନାହାନ୍ତି ସରକାର। ଏହାର ପ୍ରଭାବ ଜିଲ୍ଲାର ଚାଷୀ, ମିଲର୍ସ, ଆରଏମସି, କ୍ରୟକାରୀ ସଂସ୍ଥା ଓପ୍ରଶାସନ ଉପରେ ପଡିଥିଲା।ମିଲର୍ସଙ୍କ ୪ଟି ଦାବିରୁ ସରକାର ଗୋଟିଏ ମାନିଛନ୍ତି।

ରାଜ୍ୟ ମିଲର୍ସ ସଂଘର ଦାବି ମାନୁନାହାନ୍ତି ସରକାର। ଏହାର ପ୍ରଭାବ ଜିଲ୍ଲାର ଚାଷୀ, ମିଲର୍ସ, ଆରଏମସି, କ୍ରୟକାରୀ ସଂସ୍ଥା ଓପ୍ରଶାସନ ଉପରେ ପଡିଥିଲା।ମିଲର୍ସଙ୍କ ୪ଟି ଦାବିରୁ ସରକାର ଗୋଟିଏ ମାନିଛନ୍ତି।

Mandi

ନବରଙ୍ଗପୁର (ସୁରେଶ ନାଇଡୁ): ରାଜ୍ୟ ମିଲର୍ସ ସଂଘର ଦାବି ମାନୁନାହାନ୍ତି ସରକାର। ଏହାର ପ୍ରଭାବ ଜିଲ୍ଲାର ଚାଷୀ, ମିଲର୍ସ, ଆରଏମସି, କ୍ରୟକାରୀ ସଂସ୍ଥା ଓପ୍ରଶାସନ ଉପରେ ପଡିଥିଲା।ମିଲର୍ସଙ୍କ ୪ଟି ଦାବିରୁ ସରକାର ଗୋଟିଏ ମାନିଛନ୍ତି। ୧୫ ଦିନ ମଧ୍ୟରେ ଅନ୍ୟ ତିନି ଦାବି ପୁରଣ କରିବା ପ୍ରତିଶ୍ରୃତି ଦେଇଛନ୍ତି‌ ବୋଲି କହିଛନ୍ତି ନବରଂଗପୁର ଜିଲ୍ଲା ମିଲର୍ସ ଆସୋସିଏସନ୍ ସଙ୍ଘ ସଭାପତି କାହ୍ନୁ ଦାଶ। ମିଲର୍ସ ଆନ୍ଦୋଳନ ପରେ ମଣ୍ଡିରେ‌ଧାନ ବସ୍ତାର ପାହାଡ଼ ହୋଇଥିଲା। ଜିଲ୍ଲାର ବିଭିନ୍ନ ମଣ୍ଡିରେ ୫ହଜାର ୫୨୬ ଚାଷୀଙ୍କ ୫ଲକ୍ଷ ୭୦ ହଜାର ବସ୍ତା ସେଭଳି ଶୀତ କାକରରେ ପଡି ରହିଥିଲା। ମଣ୍ଡି ବାହାରେ ଚାଷୀ ମାନେ ୯ଡିଗ୍ରୀ ଥଣ୍ଡା କାକାରରେ ଜାଡ ପାଲଟି ଜଗି ବସିଛନ୍ତି। ଆଜି ଜିଲ୍ଲାର ବିଭିନ୍ନ ମଣ୍ଡିରେ ୪୪୩  ଚାଷୀଙ୍କ ଠାରୁ ୧୯,୨୭୬ କୁଇଣ୍ଟାଲ କିଣା ସରିଛି ଵୋଲି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜିଲ୍ଲାର ୫୦ ହଜାର ୯୧୯ ଚାଷୀ ଖରିଫ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ସେଥିରୁ ୪୮ ହଜାର ୬୨୧ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୪୩ ହଜାର ୮୧୯ ଚାଷୀଙ୍କୁ ଟୋକନ୍ ମିଳିଛି। ବଳକା ୪ ହଜାର ୮୦୨ ଚାଷୀ ଟେକାନ ଅପେକ୍ଷାରେ ରହିଛନ୍ତି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୪ ଲକ୍ଷ ୮୮ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ କିଣାଯାଇଛି।

ଆଗୁଆ ଚାଉଳ ଭର୍ତ୍ତି

ଅପରପକ୍ଷରେ ଏଫସିଆଇ, କେନ୍ଦ୍ରୀୟ ପଣ୍ୟାଗାର, ଘରୋଇ ଗୋଦାମରେ ଚାଉଳ ଭର୍ତ୍ତି ହୋଇ ରହିଛି। ରଖିବାକୁ ଆଉ ଜାଗା ନାହିଁ। ମିଲର୍ସ ଚାଉଳ ଫେରସ୍ତ କଲେ ମଧ୍ୟ ରଖିବାକୁ ଜାଗା ଅଭାବ। ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଆଗୁଆ ଚାଉଳ ବଣ୍ଟନ କରାଯାଉଛି। ତଥାପି ଖାଲି ହେଉନି ଭଣ୍ଡାର। ଜିଲ୍ଲାର ୮୨ ମିଲର୍ସ ମଧ୍ୟରୁ ମାତ୍ର ୩୬ଜଣ ୨୦୨୫-୨୬ ଖରିଫ ମଣ୍ଡିର କଷ୍ଟମ ମିଲିଂ ପାଇଁ ଧାନ ଉଠାଇବାକୁ ଯୋଗ୍ୟ ହୋଇଛନ୍ତି। ଏଣେ ଗୋଦାମ ଖାଲି ନଥିବାରୁ ୨୦୨୪-୨୫ ଖରିଫମଣ୍ଡିର ୧୭ପ୍ରତିଶତ କଷ୍ଟମ ମିଲିଂ ଚାଉଳ ମିଲର୍ସ ଫେରାଇ ନାହାନ୍ତି। ଏଥିପାଇଁ ଅଧିକାଂଶ ମଣ୍ଡିକୁ ମିଲର୍ସ ପହଞ୍ଚି ପାରୁନାହାନ୍ତି।

ଆହୁରି ପଢ଼ନ୍ତୁ: Boeing 767 Landing Crisis: ବୋଇଂର ୮ ଟାୟାର ଫାଟିଲା, ୨୨୧ ଯାତ୍ରୀ ଅଳ୍ପକେ ରକ୍ଷା ପାଇଲେ

୮୨ ମିଲର୍ସଙ୍କଠୁ ୮୩% ଚାଉଳ ସଂଗ୍ରହ

୨୦୨୪-୨୫ ଖରିଫ ମଣ୍ଡିରେ ଜିଲ୍ଲାରେ ୮୨ ମିଲର୍ସଙ୍କୁ ବିଭାଗ ୧୭ ଲକ୍ଷ ୯ ହଜାର ୭୬ କୁଇଣ୍ଟାଲ ଧାନ କଷ୍ଟମ ମିଙ୍ଗ ପାଇଁ ଦେଇଥିଲା।ମିଲର୍ସଙ୍କ ସହ ୧୪ ଲକ୍ଷ ୨୫ ହଜାର ୩୧୨ କୁଇଣ୍ଟାଲ ୪୨ କେଜି ଚାଉଳ ଫେରାଇବା ପାଇଁ ଚୁକ୍ତି ହୋଇଥିଲା। ଏଯାଏ ୮୨ ମିଲର୍ସଙ୍କ ଠାରୁ ୮୩ ପ୍ରତିଶତ ଚାଉଳ ସଂଗ୍ରହ କରାଯାଇଛି। ୧୭ ପ୍ରତିଶତ ଅର୍ଥାତ ୨ଲକ୍ଷ ୮୪ ହଜାର ୧୮୮ କୁଇଣ୍ଟାଲ ୩୪ କେଜି ଚାଉଳ ମିଲରଙ୍କ ବାକି ଖାତାରେ ଗଡ଼ୁଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୯୦ ମିଲର୍ସ ଶତପ୍ରତିଶତ ଚାଉଳ ଫେରାଇଛନ୍ତି। ୬୨ ମିଲର୍ସ ଚାଉଳ ଫେରାଇନାହାନ୍ତି। ସେଥି ମଧ୍ୟରୁ ୪୫ ମିଲର୍ସଙ୍କ ନିକଟରେ ସର୍ବାଧିକ ୭୦ରୁ ୯୯ ପ୍ରତିଶତ ଚାଉଳ ରହିଛି। ଅନ୍ୟପକ୍ଷେ ମିଲର୍ସ ଲର୍ସ ଚାଉଳ ଫେରାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ମିଲର୍ସ ସଂଘ ସଭାପତି କାହ୍ନୁ ଦାଶ।

ଆହୁରି ପଢ଼ନ୍ତୁ: Kangaroo Court: ନାବାଳିକାକୁ ପ୍ରେମ ନିବେଦନ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe