ମଳୟ ରଞ୍ଜନ ସାହୁ

ରାଉରକେଲା: ଝାଡ଼ଖଣ୍ଡର ପଶ୍ଚିମସିଂହଭୂମ ଗମ୍‌ହାରିଆରୁ ବାହାରିଥିବା ଦେଓ ନଦୀ ସୁନ୍ଦରଗଡ଼ର ନୂଆଗାଁ ଓ କୁଆରମୁଣ୍ଡା ବ୍ଲକ୍‌ବାସୀଙ୍କ ଜୀବନରେଖା। ପ୍ରାୟ ୫୬ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇ ରାଉରକେଲା ଝିରପାଣି ନିକଟସ୍ଥ କୋଏଲ ନଦୀରେ ମିଶିଛି ଦେଓ। ଦିନଥିଲା ବର୍ଷତମାମ ନଦୀରେ ପାଣି ଭରି ରହୁଥିଲା। ନଦୀର ଦୁଇପାର୍ଶ୍ବ ଶସ୍ୟ ଶ୍ୟାମଳା ‌ହେଉଥିଲା। ଗ୍ରାମବାସୀ ନଦୀର ଜଳକୁ ବିଭିନ୍ନ କାମରେ ବ୍ୟବହାର କରୁଥିଲେ। ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଦେଓନଦୀର ପ୍ରମୁଖ ଭୂମିକା ରହିଥିଲା। ନଦୀ ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଦେଓର ଅସ୍ତିତ୍ବ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। କେବଳ ବର୍ଷାଦିନକୁ ଛାଡ଼ିଦେଲେ ବର୍ଷର ବାକି ସମୟରେ ନଦୀରେ ପାଣି ପ୍ରବାହିତ ହେଉନି। କାଁଭାଁ କେଉଁଠି କେମିତି ପାଣି ଦୃଶ୍ୟମାନ ହେଉଛି।

Advertisment

AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ନଦୀର ଗୋଟିଏ ପାର୍ଶ୍ବରେ ନୂଆଗାଁର ୨୦ ପଞ୍ଚାୟତରୁ ୧୨ରୁ ଅଧିକ ପଞ୍ଚାୟତବାସୀ ଚାଷବାସ ଉପରେ ଦେଓ ଉପରେ ନିର୍ଭରଶୀଳ। ଅନ୍ୟ ପାର୍ଶ୍ବରେ କୁଆରମୁଣ୍ଡାର ୪/୫ ପଞ୍ଚାୟତବାସୀ ରବି ଓ ଖରିଫ ଋତୁରେ ନଦୀ ପାଣିକୁ ବ୍ୟବହାର କରନ୍ତି। ନଦୀକୂଳିଆ ପ୍ରାୟ  ୭୫% ଗ୍ରାମବାସୀ ଚାଷବାସ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏବେ ୧୨% ଜମି ଜଳସେଚିତ ହୋଇପାରୁନି। ନୂଆଗାଁରେ ଖରିଫ ଋତୁରେ ୨୪% ଓ ରବି ଋତୁରେ ମାତ୍ର ୮% ଜମି ଜଳସେଚିତ ସମ୍ଭବ ହୋଇପାରୁଛି। ପନିପରିବା ଚାଷ ପାଇଁ ନୂଆଗାଁ ଆଗରେ ରହିଛି। ଦେଓ ନଦୀରେ ପାଣି ରହିଲେ ଆହୁରି ଅଧିକ ଜମିରେ ପନିପରିବା ଚାଷ ହୋଇପାରନ୍ତା ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି। ଏବେ ପାଣି ନଥିବାରୁ ନଦୀ ପାର୍ଶ୍ବ ଅଧିକାଂଶ ଜମି ପଡ଼ିଆ ପଡୁଛି।

Elon Musk on H-1B Visa: ପ୍ରତିଭାବାନ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି : ମସ୍କ୍

କେବଳ ସେତିକି ନୁହେଁ, ଖଣି ବିଭାଗ ପକ୍ଷରୁ ଲିଜ୍‌ ମିଳି ନଥିଲେ ହେଁ ଏଠାରୁ ଦିନରାତି ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ଯାହା ନଦୀ ପାଇଁ ଆହୁରି ବିପଦ ଆଣୁଛି। ଜଳସେଚନ ବିଭାଗ ପକ୍ଷରୁ କ୍ଷେତକୁ ପାଣି ଯୋଗାଣ ପାଇଁ ଲିମ୍‌ଡା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡା ନିକଟରେ ପମ୍ପ ହାଉସ୍‌ ବସାଯାଇଛି। ପାଣି ନଥିବାରୁ ପମ୍ପହାଉସ୍‌ ଚାଷୀଙ୍କ କୌଣସି କାମରେ ଆସୁନି। ଶୁଖିଯାଉଥିବା ଦେଓର ପାଣିକୁ ଗଚ୍ଛିତ ରଖିବା ଲାଗି ଲୁକୁମବେଡ଼ା ପଞ୍ଚାୟତ ଅନ୍ତର୍ଗତ ଗୁପୁରରେ ଗତ ଦୁଇ ବର୍ଷ ଧରି ବ୍ୟାରେଜ୍‌ କାମ ଚାଲିଥିଲେ ହେଁ ଆଜି ପର୍ଯ୍ୟନ୍ତ ସରୁନି। କୁହାଯାଉଛି ବ୍ୟାରେଜ୍‌ ନିର୍ମାଣ ହେବା ପରେ ପୂର୍ବପରି ଚାଷୀମାନେ ଦେଓନଦୀରୁ ଜଳସେଚନ ପାଇଁ ପାଣି ପାଇବେ। ସରକାର ନଦୀର ପୁନରୁଦ୍ଧାର କରିବା ସହ ନିର୍ମାଣଧୀନ ବ୍ୟାରେଜ୍‌ କାମ ନ ସାରିଲେ, ଦେଓ ପାଇଁ ଆହୁରି ଦୁଃଖ ବଢ଼ିବ।

River | Water