ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ-ବ୍ୟାପକ ଦୁର୍ନୀତି: ବିଡ଼ିଓଙ୍କୁ ଭେଟି ସାମୁହିକ ଇସ୍ତଫା ଦେଲେ ୮ ୱାର୍ଡ ମେମ୍ବର

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକଅଧୀନ ହାତୀଝୁରୀ ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ବ୍ୟାପକ ଦୁର୍ନୀତିରେ ଅତିଷ୍ଠ ହୋଇ ୮ଜଣ ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା ସୋମବାର ବ୍ଲକ ଅଫିସରେ ବିଡ଼ିଓଙ୍କୁ ସାକ୍ଷାତକରି ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି...

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକଅଧୀନ ହାତୀଝୁରୀ ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ବ୍ୟାପକ ଦୁର୍ନୀତିରେ ଅତିଷ୍ଠ ହୋଇ ୮ଜଣ ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା ସୋମବାର ବ୍ଲକ ଅଫିସରେ ବିଡ଼ିଓଙ୍କୁ ସାକ୍ଷାତକରି ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି...

Sarpanch's arbitrary action-widespread corruption: 8 ward members resign meeting with BDO

Sarpanch's arbitrary action-widespread corruption: 8 ward members resign meeting with BDO Photograph: (sambad.in)

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକଅଧୀନ ହାତୀଝୁରୀ ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ବ୍ୟାପକ ଦୁର୍ନୀତିରେ ଅତିଷ୍ଠ ହୋଇ ୮ଜଣ ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା ସୋମବାର ବ୍ଲକ ଅଫିସରେ ବିଡ଼ିଓଙ୍କୁ ସାକ୍ଷାତକରି ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି।

ଇସ୍ତଫା ପ୍ରଦାନ କରିଥିବା ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା ମାନଙ୍କର ଅଭିଯୋଗ ମୁତାବକ ସେମାନେ ସମସ୍ତେ ୨୦୨୨ ମସିହାରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧି। ବିଭିନ୍ନ ସରକାରୀ ଅନୁଦାନରେ ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାମରେ ବ୍ୟାପକ ହେରଫେର ସାଙ୍ଗକୁ ହରିଲୁଟ ହେଉଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି।

ଏନେଇ ବିଭିନ୍ନ ସମୟରେ ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା  ପ୍ରଶ୍ନ ପଚାରିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ନିରୁତ୍ତର ରହି ସରପଞ୍ଚଙ୍କ ସହିତ କଥା ହେବାକୁ କହି ନିଜ ଦାୟିତ୍ୱରୁ ଓହରି ଯାଉଛନ୍ତି।

ହାତୀଝୁରୀ ପଞ୍ଚାୟତରେ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଠାରୁ ଆରମ୍ଭକରି ମନରେଗା, ମୋ ବଗିଚା, ଜଙ୍ଗଲ କିସମ ଜମିରେ ବେଆଇନ ସରକାରୀ ନିର୍ମାଣ, ସେଫଟିକ ଟ୍ୟାଙ୍କ ନିର୍ମାଣ ଭଳି କାମରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ସାଙ୍ଗକୁ ବ୍ୟାପକ ହରିଲୁଟ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି।

ଅଧିକ ପଢ଼ନ୍ତୁ: ଅଦିନିଆ ରଥଯାତ୍ରା କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଆଇନମନ୍ତ୍ରୀ

ତେବେ ଏହି ଦୁର୍ନୀତିରେ ସରପଞ୍ଚଙ୍କ ସହିତ ସ୍ଥାନୀୟ ଅଞ୍ଚଳର କିଛି ନେତା ଓ ପ୍ରଶାସନିକ ଅଧିକାରୀ ବି ସାମିଲ ଅଛନ୍ତି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ୱାର୍ଡସଭ୍ୟ ଏବଂ ୱାର୍ଡ ସଭ୍ୟାମାନେ ସେମାନଙ୍କ ୱାର୍ଡର ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହୁଥିବା ଏବଂ ପଞ୍ଚାୟତର ଦୁର୍ନୀତି ବିରୋଧରେ ବାରମ୍ବାର ସ୍ୱର ଉତ୍ତୋଳନ କରିବା ସତ୍ବେ କୌଣସି ପ୍ରଶାସନିକ ଅଧିକାରୀ ଉତ୍ତରଦାୟୀ ହେଉ ନଥିବାରୁ ଶେଷରେ ପଞ୍ଚାୟତର ୧୧ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୮ଜଣ ସାମୁହିକ ଭାବରେ ବିଡ଼ିଓଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe