Photograph: (en.wikipedia.org)
ଭୁବନେଶ୍ବର: ଓଡ଼ିଶାର ସାତକୋଶିଆ ସମେତ ଦେଶର ୪ଟି ବ୍ୟାଘ୍ର ଅଭୟାରଣ୍ୟ ମହାବଳ ଶୂନ୍ୟ। ଯେଉଁଥିରେ ତେଲେଙ୍ଗାନାର କୱାଲ ବ୍ୟାଘ୍ର ଅଭୟାରଣ୍ୟ, ମହାରାଷ୍ଟ୍ରର ସାୟଦ୍ରି ଅଭୟାରଣ୍ୟ ଓ ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ବର ନ୍ୟାସ୍ନାଲ ପାର୍କ ରହିଛି। ୨୦୨୨ ଗଣନା ସମୟରେ ଏଭଳି ତଥ୍ୟ ସାମନାକୁ ଆସିଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକରେ କିଛି ଫରକ ଆସିନାହିଁ। ଅନ୍ୟ ଜଙ୍ଗଲରୁ ଏଠାକୁ ମହାବଳ ଆସିନାହାନ୍ତି କିମ୍ବା ଦୃଶ୍ୟମାନ ହୋଇନାହାନ୍ତି। ବରଂ, ଗୋଟିଏ ଯୋଡ଼ିଏ ଜଙ୍ଗଲରୁ ମହାବଳ କମିଛନ୍ତି। ଏଭଳି ସ୍ଥିତିକୁ ନେଇ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ବୈଠକରେ ଚିନ୍ତା ପ୍ରକଟ କରିଛନ୍ତି। ବାଘ ସଂଖ୍ୟା ଆକଳନ, ଉଦ୍ଧାର ଓ ପୁନର୍ବାସ ଭିତ୍ତିଭୂମି, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା, ବ୍ୟାଘ୍ର ସଂରକ୍ଷଣ ପାଣ୍ଠିର ବ୍ୟବହାର ଓ ବାଘ ସଂରକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପରି ପ୍ରସଙ୍ଗରେ ବିଚାରବିମର୍ଶ ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି।
Don't suffer from displacement: ବିସ୍ଥାପନ ଦୁଃଖ ସରୁନି: ଜୀବିକା ପାଇଁ ଦେଶୀ ଡଙ୍ଗାରେ ଜଳଭଣ୍ଡାର ପାର
ଚିତା ବଂଶ ତୃତୀୟ ପିଢ଼ିରେ ପହଞ୍ଚିଲା
ଏ ମାସ ଶେଷ ସୁଦ୍ଧା ଆଉ ଚିତା ଆସିବେ
ବାଘ ଶୂନ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଚିନ୍ତାପ୍ରକଟ
ବ୍ୟାଘ୍ର ସଂରକ୍ଷଣ ମୂଲ୍ୟାୟନ କରିବାକୁ ୪ କମିଟି
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୩୩ଟି ମାନଦଣ୍ଡ ଆଧାରରେ ପ୍ରତି ୪ ବର୍ଷରେ କରାଯାଉଥିବା ରୢାଙ୍କିଂରେ ସାତକୋଶିଆ ଅଭୟାରଣ୍ୟ ଲଗାତାର ଭାବେ ଉପରକୁ ଉଠିବା ସହ ବାଘଙ୍କ ବାସ ଉପଯୋଗୀ ସ୍ଥାନରେ ପରିଣତ ହୋଇଛି। ୨୦୧୦ରେ ‘ଦୁର୍ବଳ’ ବର୍ଗରେ ଥିବା ସାତକୋଶିଆ ୨୦୧୪ରେ ‘ଫେୟାର’ରେ ସ୍ଥାନ ପାଇଥିଲା। ୨୦୧୮ରେ ୬୭.୬୬% ସହ ‘ଭଲ’ ବର୍ଗ ଏବଂ ୨୦୨୨ରେ ୭୫% ସହ ‘ବହୁତ ଭଲ’ ବର୍ଗରେ ରହିଥିଲା। ତା’ ସତ୍ତ୍ବେ ମଧ୍ୟ ମହାବଳ ବଂଶ ପୁନରୁଦ୍ଧାର ସମ୍ଭବପର ହୋଇପାରି ନ ଥିବାରୁ ବୈଠକରେ ଅଧିକାରୀମାନେ ଚିନ୍ତାପ୍ରକଟ କରିଥିଲେ। ଗୋଟିଏ ପଟେ ଶିମିଳିପାଳ ଲଗାତାର ଭାବେ ଆଗକୁ ବଢ଼ିବା ସହ ବାଘଙ୍କ ରହିବା ଉପଯୋଗୀ ହୋଇଛି। ୨୦୧୦ରେ ୪୭.୫୦% ସହ ‘ଫେୟାର’ ବର୍ଗରେ ଥିବା ଶିମିଳିପାଳ ୨୦୧୪ରେ ୫୮.୦୬% ସହ ‘ଫେୟାର’, ୨୦୧୮ରେ ୭୨.୬୬% ସହ ‘ଭଲ’ ଓ ୨୦୨୨ରେ ୯୦.୧୫% ସହ ‘ଉତ୍କୃଷ୍ଟ’ ବର୍ଗରେ ସ୍ଥାନ ପାଇଥିଲା। ଓଡ଼ିଶାର ପାଖାପାଖି ୯୦% ବାଘ ଏହି ଅଭୟାରଣ୍ୟରେ ରହିଥିବା ଏନ୍ଟିସିଏ ପକ୍ଷରୁ ବୈଠକରେ ଦର୍ଶାଯାଇଥିଲା।
Corporator: ନିଜ ଵାର୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ କର୍ପୋରେଟର
ଏ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ବାନଗୁଡ଼ିକର ସମୀକ୍ଷା କରିବା ଏବଂ ଦେଶର ବ୍ୟାଘ୍ର ସଂରକ୍ଷଣରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ମୂଲ୍ୟାୟନ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ୪ଟି କମିଟି ଗଠନ କରିବାକୁ କହିଛନ୍ତି। ଭାରତରେ ଚିତାବାଘର ପୁନରୁଦ୍ଧାର ସମ୍ପର୍କରେ ମନ୍ତ୍ରୀ କହିଲେ ଚିତା ପ୍ରଜାତିକୁ ଆନ୍ତର୍ଜାତୀୟ ସ୍ତରରେ ସ୍ଥାନାନ୍ତର କରିବାରେ ସଫଳତା ମିଳିଛି। ଏହି ପ୍ରକଳ୍ପ ବର୍ତ୍ତମାନ ଭାରତରେ ଜନ୍ମିତ ଚିତାବଂଶର ତୃତୀୟ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିଛି। ଫେବ୍ରୁଆରି ଶେଷ ସପ୍ତାହରେ ଆଫ୍ରିକୀୟ ରାଷ୍ଟ୍ର ବୋଟସୱାନାରୁ ଚିତା ବଂଶର ଏକ ନୂତନ ଦଳ ଆଣିବାକୁ ଯୋଜନା ହେଉଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ବାଘ ଚଳପ୍ରଚଳ କରୁଥିବା ରାଜ୍ୟର ପିସିସିଏଫ୍, ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକମାନେ ସମ୍ମିଳନୀରେ ସାମିଲ ହୋଇ ମହାବଳଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ।
Follow Us