Advertisment

School: ବିଦ୍ୟାଳୟରେ ଅଧପନ୍ତରିଆ ନିର୍ମାଣର ପୂର୍ଣ୍ଣାଙ୍ଗ ଦାବି

Advertisment

ଓଡ଼ଗାଁ ବ୍ଲକ୍ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଅଧପାନ୍ତରିଆ କାମକୁ ସଂପୂର୍ଣ୍ଣ ଦର୍ଶାଇ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଦିନ ଧରି ଗୋଟିଏ କୋଠରିରେ ୪ଶ୍ରେଣୀର ୭୦ ଛାତ୍ରଛାତ୍ରୀ ବସି ପାଠପଢ଼ୁଛନ୍ତି।

ଓଡ଼ଗାଁ ବ୍ଲକ୍ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଅଧପାନ୍ତରିଆ କାମକୁ ସଂପୂର୍ଣ୍ଣ ଦର୍ଶାଇ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଦିନ ଧରି ଗୋଟିଏ କୋଠରିରେ ୪ଶ୍ରେଣୀର ୭୦ ଛାତ୍ରଛାତ୍ରୀ ବସି ପାଠପଢ଼ୁଛନ୍ତି।

dagadgdzcvvc

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଅଧପାନ୍ତରିଆ କାମକୁ ସଂପୂର୍ଣ୍ଣ ଦର୍ଶାଇ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଦିନ ଧରି ଗୋଟିଏ କୋଠରିରେ ୪ଶ୍ରେଣୀର ୭୦ ଛାତ୍ରଛାତ୍ରୀ ବସି ପାଠପଢ଼ୁଛନ୍ତି। 

ଅଭିଯୋଗ ଅନୁଯାୟୀ, ରୋହିବାଙ୍କ ବିଦ୍ୟାଳୟର ଉନ୍ନତି ପାଇଁ ୨୦୨୨–୨୩ ମସିହାରେ ୩ଲକ୍ଷ ୧୦ ହଜାର ଟଙ୍କା ଆସିଥିଲା।  ୨୦୨୪–୨୫ ମସିହାରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୩ଲକ୍ଷ ୪୩ ହଜାର ଟଙ୍କା ଏବଂ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ମୋଟ ୧୦ ଲକ୍ଷ ୫୩ ହଜାର ଟଙ୍କା କାମକୁ ଶାଗମାଛ ଭାବେ କାମ କରି ସାରି ଦେଇଛି ଠିକାଦାର। ଅନ୍ୟ ଏକ ଟେଣ୍ତର କାମ ୧୮ଲକ୍ଷ ୩୩ହଜାର ଟଙ୍କାରେ ମଧ୍ୟ କାମ କରାଯାଉଛି। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାମ ଅତ୍ୟନ୍ତ ନିମ୍ନମାନର କରାଯାଇଛି। ଅର୍ଦ୍ଧନିର୍ମିତ ଶ୍ରେଣୀଗୃହ କାନ୍ଥରୁ ସିମେଣ୍ଟ ପଲସ୍ତରା ଖସି ପଡ଼ୁଛି। 

Horoscope 2026 March 05: ଜାଣନ୍ତୁ ଆଜିର ରାଶିଫଳ

ଗୁରୁତ୍ବପୂର୍ଣ୍ଣ, ଗୋଟିଏ ଶ୍ରେଣୀ ଗୃହରେ ୪ଟି ଶ୍ରେଣୀର ୭୦ ଜଣ ଛାତ୍ରଛାତ୍ରୀ ବସି ଅଧ୍ୟୟନ କରୁଛନ୍ତି। ସେହିପରି ସିଡ଼ି ସଂପୂର୍ଣ୍ଣ ହୋଇନଥିବାରୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା କରିବାରେ ଅସୁବିଧା ସୃଷ୍ଟି ହେଉଛି। ଶ୍ରେଣୀ ଗୃହ କଳାପଟା ତିଆରି ହୋଇନଥିବା ବେଳେ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ଅଧପାନ୍ତରିଆ ଅବସ୍ଥାରେ ଶ୍ରେଣୀଗୃହ ଥିଲେ ମଧ୍ୟ ବିଲ ଉଠାଇ ନିଆଯାଇଛି।

Vandalized: ଚୋରା ମଦ ଦୋକାନ ଭାଙ୍ଗିଲେ ମହିଳା

ଏବେ ଖରାଦିନ ହୋଇଥିବାରୁ ଗୋଟିଏ ଶ୍ରେଣୀଗୃହରେ ୪ଟି ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠପଢ଼ିବା କଷ୍ଟକର ହୋଇପଡ଼ିଛି। ତୁରନ୍ତ ଅଧପାନ୍ତରିଆ କାମ ସଂପୂର୍ଣ୍ଣ କରି ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଶ୍ରେଣୀଗୃହ ଯୋଗାଇବାକୁ ଦାବି ହୋଇଛି। ଏପଟେ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ମହାପାତ୍ର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କେବଳ କିଛି ଲାଇଟ୍ ଲାଗିବ ଓ ସିଡ଼ି ଟାଇଲ୍ ପଡ଼ିବ ବୋଲି କହିଛନ୍ତି। ଏବେ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ବସାଇ ପଢ଼ାଇପାରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe