ଭୁବନେଶ୍ବର : ରାଜଧାନୀରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ବକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ବିଶ୍ବକପ୍ ହକିର ଉଦ୍ଘାଟନୀ ଉତ୍ସବ ଉପଲକ୍ଷେ ନଭେମ୍ବର ୨୭ତାରିଖ ମଙ୍ଗଳବାର ଦିନ ଭୁବନେଶ୍ବରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହାସହ ରାଜ୍ୟର ଅନ୍ୟ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଅପରାହ୍ନ ୧ଟା ୩୦ରୁ ବନ୍ଦ ରହିବ। ଏଠାରେ ଅଧା ଛୁଟି ହେବ।
ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ରାଜ୍ୟ ସରକାର ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଅଧୀନରେ ଅଧା ଛୁଟି ଘୋଷଣା କରିଛନ୍ତି।
ସେହିପରି ନଭେମ୍ବର ୨୮ତାରିଖରେ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧ଟା ୩୦ରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।