Shadow Assembly: ନାଗା ନାରାୟଣ ହାଇସ୍କୁଲରେ ଛାୟା ବିଧାନସଭା

ଡାଙ୍ଗମାଳସ୍ଥିତ ନାଗା ନାରାୟଣ ହାଇସ୍କୁଲରେ ଛାୟା ବିଧାନସଭା ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ମାନସ ରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା, ସ୍ୱାସ୍ଥ୍ୟ ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ଭୂମିକା ଗ୍ରହଣ କରିଥିଲେ....

Shadow Assembly at Naga Narayan High School

Shadow Assembly at Naga Narayan High School Photograph: (sambad.in)

ରାଜନଗର: ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ନାଗା ନାରାୟଣ ହାଇସ୍କୁଲରେ ଛାୟା ବିଧାନସଭା ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ମାନସ ରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। 

ଏହି ଛାୟା ବିଧାନସଭାରେ ଛାତ୍ରଛାତ୍ରୀମାନେ  ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା, ସ୍ୱାସ୍ଥ୍ୟ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା  ମନ୍ତ୍ରୀ ଭୂମିକା ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ:Life lost for love: ପ୍ରେମ ପାଇଁ ଜୀବନ ହାରିଲେ ଯୁକ୍ତ ୨ ଛାତ୍ର: ବେକରେ ଶାଢ଼ୀ ଲଗେଇ ଝୁଲି ପଡିଲେ

ଏହି ଛାୟା ବିଧାନସଭାରେ ସ୍ୱାସ୍ଥ୍ୟ ସମସ୍ଯା ଉପରେ ଆଲୋଚନା କରାଯିବା ସହିତ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ବିଲ ପାସ୍ କରାଯାଇଥିଲା। ଛାୟା ବିଧାନସଭାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା ।

ଛାୟା ବିଧନାସଭା କ’ଣ ?

ସୂଚନାଯୋଗ୍ୟ, ବିଦ୍ୟାଳୟରେ "ଛାୟା ବିଧାନସଭା" ହେଉଛି ଏକ ସଭା ଯାହା ପାରମ୍ପରିକ ବିଧାନସଭା ଫର୍ମାଟ୍ ବଦଳରେ ଶିକ୍ଷାଗତ ଏବଂ ସୃଜନଶୀଳ କାର୍ଯ୍ୟକଳାପ ପାଇଁ ଛାୟାର ଧାରଣା ବ୍ୟବହାର ବହନ କରିଥାଏ।

ଆହୁରି ପଢ଼ନ୍ତୁ:Bribe through digital transformation: PhonePeରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ମାଡ଼ି ବସିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe