SIR is essential: SIR ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

SIRର ଆବଶ୍ୟକତା ଅଛି। ରାଜନୈତିକ ଦୃଷ୍ଟି କୋଣରୁ କେହି ଏହାକୁ ବିରୋଧ କରିପାରନ୍ତି। କିନ୍ତୁ ଏହାର ଆବଶ୍ୟକତା ଅଛି। ବିଭିନ୍ନ ସମୟରେ ଭୋଟ ଦେଇଥିବା ଏବଂ ନ ଦେଇଥିବା ଲୋକଙ୍କ ତଦାରଖ କରିବାର ଆବଶ୍ୟକତା ଅଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି....

SIR is essential: Law Minister's response on SIR

SIR is essential: Law Minister's response on SIR Photograph: (sambad.in)

ଭୁବନେଶ୍ବର: SIRର ଆବଶ୍ୟକତା ଅଛି। ରାଜନୈତିକ ଦୃଷ୍ଟି କୋଣରୁ କେହି ଏହାକୁ ବିରୋଧ କରିପାରନ୍ତି। କିନ୍ତୁ ଏହାର ଆବଶ୍ୟକତା ଅଛି। ବିଭିନ୍ନ ସମୟରେ ଭୋଟ ଦେଇଥିବା ଏବଂ ନ ଦେଇଥିବା ଲୋକଙ୍କ ତଦାରଖ କରିବାର ଆବଶ୍ୟକତା ଅଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଯେଉଁମାନେ ଭୋଟ ଦେଇନାହାନ୍ତି କାହିଁକି ଦେଇନାହାନ୍ତି ସେ କଥା ବି ସାମ୍ନାକୁ ଆସିବାର ଅଛି। ସଠିକ୍ ଭୋଟର ଲିଷ୍ଟ୍ ତିଆରି କରିବାରେ ଯାହା ଆବଶ୍ୟକତା SIR ହେବା ପରେ ତାହା ଦେଖାଯାଉଛି ।

ଆହୁରି ପଢ଼ନ୍ତୁ:Cyclone ‘Montha’ Combat preparation: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ୯୭ ଗର୍ଭବତୀ ମା’ ଗୃହକୁ ସ୍ଥାନାନ୍ତର

ଗଣତନ୍ତ୍ରର ମୂଲ୍ୟବୋଧ ବଢିବ

ଯାହାଫଳରେ ଗଣତନ୍ତ୍ରର ମୂଲ୍ୟବୋଧ ବଢିବ। ମିଛ ଭୋଟର କହି କେହି ଅନ୍ତତଃ କେହି ଭୋଟ ଦିଆନିଆ କରିବେ ନାହିଁ। ସଠିକ୍ ମୂଲ୍ୟାୟନ ହୋଇପାରିବ। ତାହାକୁ ଆମେ ସ୍ବାଗତ କରିବୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ସେହିପରି ଜେଲ୍ ସୁରକ୍ଷା ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି, ଜେଲ୍‌ରେ ପୂର୍ବରୁ କ୍ରମାଗତ ଭାବରେ ବିଶୃଙ୍ଖଳା ହୋଇଆସୁଥିଲା। ନିକଟରେ ୩ ରୁ ୪ ଟି ଘଟଣା ଘଟିଛି। ଦୃଢ଼ ଭାବରେ କିଭଳି ମୁକାବିଲା କରାଯିବ ତାହା କରାଯାଉଛି।

ଆହୁରି ପଢ଼ନ୍ତୁ:Deepfake video: ଭଉଣୀଙ୍କ ସହ ଅଶ୍ଲୀଳ ଭିଡିଓ ତିଆରି କରି Blackmail କରୁଥିଲେ ଦୁର୍ବୃତ୍ତ, ଜୀବନ ହାରିଦେଲା ଭାଇ

ଏହାର ନିରାକରଣ ପାଇଁ ସରକାର ଶତ ପ୍ରତିଶତ ପଦକ୍ଷେପ ନେଉଛନ୍ତି। ଜେଲ୍ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି। ଏପରି ଘଟଣା ଯେପରି ନଘଟିବ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe